Advertisment

Donald Trump: ଭାରତକୁ ଦେଖଉଥିଲେ ମୁହଁ ଟାଣ, ଏବେ ନରମିଲେ କାହିଁକି..ଜାଣନ୍ତୁ ୭ କାରଣ

କେତେବେଳେ ଗରମ, ପୁଣି କେତେବେଳେ ନରମ । ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତକୁ ଧମକ ଦେଉଥିବା ଟ୍ରମ୍ପଙ୍କ ମନୋଭାବ ଏବେ ବଦଳିଥିବା ପରି ମନେହେଉଛି। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ଟ୍ରମ୍ପଙ୍କ ହୃଦୟ ପରିବର୍ତ୍ତନ ହେଲା କାହିଁକି? ଏମିତି କ’ଣ କାରଣ ରହିଛି ନରମ ପଡିବାକୁ ଟ୍ରମ୍ପଙ୍କୁ ବାଧ୍ୟ କରିଛି। ଏହା ସମସ୍ତଙ୍କ ମନରେ ପ୍ରଶ୍ନ।

trump

trump

Advertisment

କେତେବେଳେ ଗରମ, ପୁଣି କେତେବେଳେ ନରମ... ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତକୁ ଧମକ ଦେଉଥିବା ଟ୍ରମ୍ପଙ୍କ ମନୋଭାବ ଏବେ ବଦଳିଥିବା ପରି ମନେହେଉଛି। ଏବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଉତ୍କୃଷ୍ଟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି।

Advertisment

ଏଠାରେ ପ୍ରଶ୍ନ ହେଉଛି ଟ୍ରମ୍ପଙ୍କ ହୃଦୟ ପରିବର୍ତ୍ତନ ହେଲା କାହିଁକି? ଏମିତି କ’ଣ କାରଣ ରହିଛି ନରମ ପଡିବାକୁ ଟ୍ରମ୍ପଙ୍କୁ ବାଧ୍ୟ କରିଛି। ଏହା ସମସ୍ତଙ୍କ ମନରେ ପ୍ରଶ୍ନ।

  • ତେବେ ଏହାର ପଛର ପ୍ରଥମ ଆଉ ସବୁଠାରୁ ବଡ କାରଣ ହେଉଛି, ଭାରତ ରୁଷ୍ ଠାରୁ ତେଲ କ୍ରୟ ବୃଦ୍ଧି କରିବା। ବର୍ତ୍ତମାନ ଭାରତ ରୁଷୀୟ ତୈଳର ସବୁଠାରୁ ବଡ଼ କ୍ରେତା ପାଲଟିଯାଇଛି।
  • ଅନ୍ୟପକ୍ଷରେ ଟାରିଫ ବିବାଦ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେଇ ଟ୍ରମ୍ପଙ୍କୁ ଏକ ଶକ୍ତ ଧକ୍କା ଦେଇଛନ୍ତି।
  • ସେହିପରି ଚଳିତ ମାସ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ ନାହିଁ। ଏହା ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଦେଇଛି।
  • ଟ୍ରମ୍ପଙ୍କ କଠୋର ମନୋଭାବ ଯୋଗୁଁ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଅଟକି ରହିଛି। ଆମେରିକୀୟ ଟିମ୍ ଏ ସମ୍ପର୍କରେ ଭାରତ ଗସ୍ତ କରିବାର ଥିଲା, କିନ୍ତୁ ଏହାରି ଭିତରେ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ଏଥିରେ ବାଧା ଆଣିଛି।
  • ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ କରିବା ପାଇଁ ଟ୍ରମ୍ପ ନିଜ ଦେଶରେ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଲୋକେ କହୁଛନ୍ତି, ଟ୍ରମ୍ପଙ୍କ ଜିଦ୍ ଯୋଗୁଁ ଭାରତ-ଆମେରିକା ସମ୍ପର୍କ ବାଜିରେ ଲାଗିଛି।
Advertisment

ଭିଡିଓ ଦେଖିବା ପାଇଁ ତଳେ କ୍ଲିକ କରନ୍ତୁ

  • ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସେପ୍ଟେମ୍ବର ୮ ତାରିଖରେ ବ୍ରିକ୍ସ ଭର୍ଚୁଆଲ୍ ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ହେଉଛି ଟ୍ରମ୍ପଙ୍କ ଟାରିଫ ବିବାଦର ମୁକାବିଲା ପାଇଁ ଏକ ସାଧାରଣ ଆଭିମୁଖ୍ୟ ପ୍ରସ୍ତୁତ କରିବା ଏବଂ ଆମେରିକାର ବାଣିଜ୍ୟ ନୀତି ଦ୍ୱାରା ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଉପରେ ଆଲୋଚନା କରିବା।
  • ଭାରତ ଆମେରିକା ପାଇଁ ଆର୍ଥିକ, ରଣନୈତିକ ଏବଂ ସାମାଜିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ଆମେରିକାରେ ଭାରତୀୟ ମୂଳ ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସେଠାରେ ଭାରତୀୟ ପ୍ରବାସୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।

ଏହିସବୁ କାରଣଗୁଡିକ ଯୋଗୁଁ ଭାରତ ଆଗରେ ଆମେରିକା ମୁଣ୍ଡ ନଇଁବା ନେଇ ବାଧ୍ୟ କରୁଥିବା ଆଲୋଚନା ହେଉଛି।

Advertisment
Narendra Modi Donald Trump Tariff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ