Afghanistan Earthquake
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପରେ ୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଏହି ଭୟଙ୍କର ଭୂକମ୍ପରେ ୧୨ ଶହରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ୧୩ ଶହରୁ ଅଧିକ ଘର ଧ୍ୱଂଶସ୍ତୂପରେ ପରିଣତ ହୋଇଛି। ଭଗ୍ନାବଶେଷ ତଳେ ଆହୁରି କିଛି ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନ ଅନୁସାରେ ଗତକାଲି ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ହେରାତ ସହରଠୁ ୪୦ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଗୋଟିଏ ଝଟକା ପରେ ୬.୩, ୫.୯ ଏବଂ ୫.୫ ତୀବ୍ରତାର ଆହୁରି ୩ଟି ଝଟକା ଆସିଥିଲା ବୋଲି ସୂଚନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696765770.jpg)