Advertisment

ତାଲିବାନଙ୍କ କବଳରୁ ଉଦ୍ଧାର ପାଇଁ ଆକୁଳ ନିବେଦନ କଲେ ଖେଳାଳି

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍?

ଅଦ୍ୟତନ ହୋଇଛି
ତାଲିବାନଙ୍କ କବଳରୁ ଉଦ୍ଧାର ପାଇଁ ଆକୁଳ ନିବେଦନ କଲେ ଖେଳାଳି

Afghan player

Advertisment

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍? ବିଶେଷ କରି ମହିଳା କ୍ରୀଡ଼ାବିତଙ୍କୁ ନେଇ ଚିନ୍ତା ଘାରିଛି । ସେପଟେ ଖେଳାଳିଙ୍କୁ ପକ୍ଷରୁ ଯେଉଁ ସବୁ ଭିଡିଓ ବାର୍ତ୍ତା ଏବେ ଆସିବାକୁ ଲାଗିଛି, ତାହା କ୍ରୀଡ଼ାପ୍ରେମୀଙ୍କୁ ସ୍ତବ୍ଧ କରିଦେଉଛି ।

Advertisment

ଦେଶରେ ଆଶଙ୍କା ଭିତରେ ଏବେ ଅଛନ୍ତି ଆଫଗାନ କ୍ରୀଡ଼ାବିତ୍  । ଦେଶ ତାଲିବାନ ଦଖଲକୁ ଯିବା ପରେ କେଉଁ ମୋଡ଼ ନେବ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ? ସେମାନେ ଦୀର୍ଘ ୨୦ ବର୍ଷ ଧରି ଅନେକ କ୍ରୀଡ଼ାରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଆସୁଥିବା ବେଳେ, ଆଗକୁ ଏହା ଜାରି ରଖିପାରିବେ ତ? ନା ଶିକାର ହେବେ ତାଲିବାନୀ ଆକ୍ରୋଶର? ଦେଶର ଅଧିକାଂଶ ଖେଳାଳିଙ୍କୁ ଏଭଳି ଚିନ୍ତା ଘାରିଥିବା ବେଳେ, ସାମ୍ନାକୁ ଆସିଛି ସ୍ତବ୍ଧ କରିଦେବା ଭଳି ଘଟଣା  । ଆଫଗାନର ଜାତୀୟସ୍ତରର ଫୁଟବଲ ଖେଳାଳି ଜାକି ଅନୱାରିଙ୍କ ମୃତ୍ୟୁ ସମସ୍ତଙ୍କୁ ବିଚଳିତ କରିଛି।  ଆମେରିକୀୟ ବାୟୁସେନା ବିମାନ ଚକରେ ଝୁଲି ଦେଶ ଛାଡ଼ିବାକୁ ଚେଷ୍ଟା କରିବା ବେଳେ, ତଳକୁ ଖସି ତାଙ୍କର ମୃତ୍ୟୁ ଘଟିଛି ଅନୱାରିଙ୍କର।  ଏହା ହିଁ ବୟାନ କରୁଛି, ଆଗକୁ ଦେଶର ଖେଳାଳିଙ୍କ ଭବିଷ୍ୟତ କିଭଳି ଭାବେ ଅନ୍ଧକାରକୁ ଠେଲି ହୋଇଯାଉଛି । କାବୁଲ ବିମାନବନ୍ଦରରେ ଆମେରିକୀୟ ବାୟୁସେନା ବିମାନ C17ରୁ ଖସି ଗତ ସୋମବାର ଜାକିଙ୍କ ମୃତ୍ୟୁ ହୋଇଛି।  ମାତ୍ର ୧୯ ବର୍ଷୀୟ ଜଣେ ଉଦୀୟମାନ ଖେଳାଳିଙ୍କ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି।

‘ଫଟୋ ଡିଲିଟ୍ କରିଦିଅ, ୟୁନିଫର୍ମ ଜାଳିଦିଅ..’  ତାଲିବାନ ଭୟରେ ନିଜ ସାଥି ଖେଳାଳିଙ୍କୁ ଏଭଳି ନିବେଦନ କରିଛନ୍ତି ଜଣେ ପୂର୍ବତନ ଆଫଗାନି ମହିଳା ଫୁଟବଲ୍ ଟିମ୍ କ୍ୟାପଟେନ୍ ଖାଲିଦା ପୋପଲ୍ । ଆଫଗାନି ମହିଳା ଫୁଟବଲ ଲିଗ୍‌ର ସହ ପ୍ରତିଷ୍ଠାତାଙ୍କ କହିବାନୁଯାୟୀ, ଖାଲିଦା ପୂର୍ବରୁ ଯୁବତୀମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାକୁ ପ୍ରୋତ୍ସାହିତ କରିଆସୁଥିଲେ । ହେଲେ ଏବେ ତାଙ୍କୁ ଭିନ୍ନ ବାର୍ତ୍ତା ଦେବାକୁ ବାଧ୍ୟ କରିଛି ତାଲିବାନ ଭୟ।  ଜୀବନ ବଞ୍ଚାଇବାକୁ ହେଲେ ମହିଳା ଖେଳାଳିଙ୍କୁ ନିଜ କ୍ୟାରିୟର୍ ସଂପର୍କିଚ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଖାଲିଦା କହିଛନ୍ତି, ପୂର୍ବରୁ ଯେଉଁ ମହିଳମାନେ ଫୁଟବଲ ଖେଳୁଥିଲେ, ସେମାନଙ୍କୁ ତାଲିବାନ ସେନାର ଦୁଷ୍କର୍ମ, ନହେଲେ ପଥର ମାଡ଼ ଖାଇ ମୃତ୍ୟୁର ଶିକାର ହେବାକୁ ପଡ଼ିପାରେ । ଖେଳାଳି ଭାବେ ଯେତେବେଳେ ସେ ବ୍ୟାଜ୍ ପିନ୍ଧୁଥିଲେ ତାଙ୍କୁ ଆନନ୍ଦ ଦେଉଥିଲା, ହେଲେ ଏବେ ସେହି ବ୍ୟାଜ୍ ମୃତ୍ୟୁକୁ ଆମନ୍ତ୍ରଣ କରିବା ସଦୃଶ ହୋଇଛି ବୋଲି କହିଛନ୍ତି ଖାଲିଦା । ଏଥିସହ କଠୋର ସରିୟା ନିୟମରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା କଥାକୁ ସେ ମନେ ପକାଇଛନ୍ତି । 

Advertisment

ଆଫଗାନିସ୍ତାନର ଇଣ୍ଟରନ୍ୟାଶନାଲ ଅଲିମ୍ପିକ୍ କମିଟି ସଦସ୍ୟା ସମୀରା ଅଶଘରି ମଧ୍ୟ ତାଲିବାନକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ସେ କହିଛନ୍ତି,  ଖେଳାଳିଙ୍କ ଭବିଷ୍ୟତ ଦୃଷ୍ଟିରୁ ଆଗଧାଡିର ମହିଳା ଆଥଲେଟମାନଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର ପାଇଁ ଆମେରିକାକୁ ସେ ନିବେଦନ କରିଛନ୍ତି। ତେବେ ଖାଲି ଖେଳାଳିଙ୍କୁ ଯେ ଭୟ ଘାରିଛି ତାହା ନୁହେଁ, ଆଫଗାନିସ୍ତାନର ଜଣେ ଆଗଧାଡିର ପପ୍ ଷ୍ଟାର ମଧ୍ୟ ତାଲିବାନ ଭୟରେ ଦେଶ ଛାଡିଛନ୍ତି।  କାବୁଲ ବିମାନ ବନ୍ଦରରୁ ଆମେରିକା ବିମାନେ ଯୋଗେ ପପ୍ ଷ୍ଟାର ଆର୍ୟନା ସୟେଦ୍  ନିଜ ଦେଶ ଛାଡି ଚାଲିଯାଇଛନ୍ତି । ପୂର୍ବରୁ ସୋସିଆଲ୍ ମିଡିଆରେ କମେଡି ଭିଡିଓ ଛାଡ଼ୁଥିଲେ। 

ସେହିପରି ତାଲିବାନ୍ ଶାସନରେ ଆଫଗାନିସ୍ତାନ କ୍ରିକେଟ୍ ଟିମ୍‌ର ଭବିଷ୍ୟତ କଣ ହେବ ତାକୁ ନେଇ ବି ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା।  ଆମକୁ ଏଭଳି ସ୍ଥିତିରେ ଏକା ଛାଡ଼ିଦିଅନାହିଁ ବୋଲି ଟୁଇଟ୍ କରି ସାରା ବିଶ୍ୱକୁ ଅପିଲ୍ କରିଛନ୍ତି କ୍ରିକେଟର୍ ରାସିଦ୍ ଖାନ୍ । ତେବେ ବର୍ତ୍ତମାନ ଜଣାପଡ଼ୁଛି, ଆଫଗାନିସ୍ତାନ ପୁରୁଷ କ୍ରିକେଟ୍ ଟିମ୍‌ରେ ସେଭଳି କିଛି ଭୟର ବାତାବରଣ ନାହିଁ ।

 ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ, ଚିନ୍ତିତ ନୁହେଁ, ବରଂ ଆଶ୍ୱସ୍ତ ଅଛନ୍ତି କ୍ରିକେଟ୍ ଖେଳାଳି ଓ କୋଚ୍  । କାରଣ ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ ଶାସନ କାଳରେ ଆଫଗାନିସ୍ତାନ ସ୍ପୋର୍ଟସ କମିଟିକୁ ଅନୁମତି ମିଳିଥିଲା  । ତାଲିବାନୀଙ୍କର କ୍ରିକେଟ୍ ପ୍ରତି ଦୁର୍ବଳତା ରହିଛି  । ତେଣୁ ଆଗକୁ ମଧ୍ୟ ତାଲିବାନ୍ ଶାସନରେ ସେଭଳି କିଛି କୌଣସି ଅସୁବିଧା ହେବନି ବୋଲି ଭାବୁଛନ୍ତି କ୍ରିକେଟର୍  । ବରଂ ଅଫଗାନିସ୍ତାନ କ୍ରିକେଟ ବୋର୍ଡକୁ ତାଲିବାନର ପ୍ରୋତ୍ସାହନ ରହିବ ବୋଲି ଆଶା କରାଯାଉଛି  ।

ଗତ ଦୁଇ ବର୍ଷ ହେଲା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଫାରହାନ୍ ୟୁସୁଫଜାଇ ଲଣ୍ଡନରୁ ଥାଇ ଆଫଗାନିସ୍ତାନରେ କ୍ରିକେଟ୍ ପରିଚାଳନା କରୁଥିଲେ  । ସେ ACB ଅଫିସ କେବେ ଆସୁନଥିଲେ । ଏମିିତିକି ଭଲ କ୍ରିକେଟରଙ୍କୁ ନିଯୁକ୍ତି ନଦେଇ ଯେଉଁମାନେ ଦୁର୍ବଳ ଖେଳାଳି ସେମାନଙ୍କୁ ଅଗ୍ରାଧିକାର ଦେଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ହେଲେ ଏବେ ଆଫଗାନ୍ କ୍ରିକେଟରେ ଅଗ୍ରଗତି ହେବ ବୋଲି ଆଶାବାଦୀ ଥିବା, କ୍ରିକେଟର୍ ଖାଲିକ୍ଦାଦ୍ ନୁରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି॥

ସେପଟେ ଆଫଗାନିସ୍ତାନର ଦୁଇ ଜଣ ଜଣାଶୁଣା କ୍ରିକେଟର୍ ରାସିଦ ଖାନ ଏବଂ ମହମ୍ମଦ ନବୀଙ୍କ ଉପରେ ସାରା ବିଶ୍ୱର ଆଖି । ଆଗକୁ ଆଇପିଏଲ୍‌ର ଏମାନଙ୍କ ଉପସ୍ଥିତିକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ତାଲିବାନ ଏଥିରେ ବାଧକ ସାଜିବନି ତ? ବିସିସିଆଇ ମଧ୍ୟ ଏହି ଦୁଇ ଖେଳାଳିଙ୍କ ଉପରେ ନଜର ରଖିଛି  । 

Afghanistan Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ