Advertisment

କରୋନା ବିସ୍ଫୋରଣ: ୩ ଦିନରେ ୮ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଲକ୍‌ଡାଉନ୍‌ ଘୋଷଣା

ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି।

author-image
Rajalaxmi Sahoo
Coronavirus

Coronavirus

ପୁଣି ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏବେ ଉତ୍ତର କୋରିଆରେ ଯେଉଁଭଳି କରୋନା ସଂକ୍ରମଣ ବୃଦ୍ଧି ପାଉଛି ତାହା ଖାଲି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିନି ବରଂ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ରବିବାର ଉତ୍ତର କୋରିଆରେ ‘ଜ୍ୱର’ରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୩ ଦିନରେ ଉତ୍ତର କୋରିଆରେ ୮,୨୦,୬୨୦ କରୋନା କେସ୍‌ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୩,୨୪,୫୫୦ ଜଣଙ୍କ ଚିକିତ୍ସା ଚାଲିଛି। 

Advertisment

ସେଠାକାର ସ୍ଥାନୀୟ ଗଣମାଧ୍ୟମ KCNAର ରିପୋର୍ଟ ଅନୁସାରେ, ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରଦେଶ, ସହର ଗୁଡ଼ିକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହାସହ ୱାର୍କିଂ, ପ୍ରଡକ୍ସନ ଓ ରେସିଡେନସିଆଲ୍‌ ୟୁନିଟ ଗୁଡ଼ିକ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଏବେ ଉତ୍ତର କୋରିଆରେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ନଜର ଆସିଛି। 

ଗୁରୁବାର ସୂଚନା ଦିଆଯାଇଥିଲା ଯେ, ଉତ୍ତର କୋରିଆର ରାଜଧାନୀ Pyongyangରେ ଅଧିକ ଆକ୍ରାନ୍ତଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ୍‌ ଚିହ୍ନଟ କରାଯାଇଛି। ଏହାପରେ କିମ୍‌ ଜଙ୍ଗ୍‌ ଲକ୍‌ଡାଉନ୍‌ ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଅନୁସାରେ, ଲୋକମାନଙ୍କ ଦାୟିତ୍ୱହୀନତା ମୃତ୍ୟୁର ଅନ୍ୟ ଏକ ବଡ଼ କାରଣ। ଏହାସହ ଓମିକ୍ରନ ଭାରିଆଣ୍ଟ୍‌ ସଂକ୍ରମଣ ବୃଦ୍ଧି ଆଉ ଏକ କାରଣ ବୋଲି କୁହାଯାଉଛି। 

Advertisment

ତେବେ ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ କୋଭିଡ୍‌ ଯୋଗୁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନି। ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁଭଳି ଭାବେ ଉତ୍ତର କୋରିଆରେ କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଉଛି ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। 

Coronavirus Covid Cases In North Korea
Advertisment
Advertisment