Astrospeak
  • Live TV
  • Read In English

ପ୍ରେମ ପାଇଁ ଛାଡିଲେ ବିଳାସପୂର୍ଣ୍ଣ ଜୀବନ: ୬୦ ବର୍ଷରେ ଆଦିବାସୀ ଯୁବକଙ୍କୁ ବାହା ହେଲେ ମହିଳା

ପ୍ରେମର ନିଶା ଅଲଗା। ଏ ନିଶା ମଣିଷକୁ ପାଗଳ କରିଦିଏ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ପାଇଁ କେତେବେଳେ ଆପଣାର ମଣିଷମାନେ ପର ଲାଗନ୍ତି ପୁଣି କେତେବେଳେ ନିହାତି ପର ମଣିଷ ଆପଣାର ଲାଗନ୍ତି।

60 year old  american woman marry 30 year tribesman
60 year old american woman marry 30 year tribesman

ପ୍ରେମର ନିଶା ଅଲଗା। ଏ ନିଶା ମଣିଷକୁ ପାଗଳ କରିଦିଏ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ପାଇଁ କେତେବେଳେ ଆପଣାର ମଣିଷମାନେ ପର ଲାଗନ୍ତି ପୁଣି କେତେବେଳେ ନିହାତି ପର ମଣିଷ ଆପଣାର ଲାଗନ୍ତି। ପ୍ରେମ ପାଗଳ ମଣିଷ ନିଜର ସମ୍ମାନବୋଧ, ରୁଚିକୁ ବି ଅନେକ ସମୟରେ ହରାଇ ବସେ ।  ଏମିତି ଜଣେ ମହିଳାଙ୍କ କଥା ଆମ କହିବାକୁ ଯାଉଛୁ, ଯାହାଙ୍କ ନିଆରା ପ୍ରେମ ଆପଣଙ୍କୁ ଚକିତ କରିଦେବ।  ଏମାନଙ୍କ  ପ୍ରେମର କହାଣୀ ଶୁଣିଲେ ଏବଂ ତା ଭିତରେ ଥିବା ଭଲ ପାଇବାକୁ ଦେଖିଲେ ଆପଣ ନିଶ୍ଚୟ ସ୍ୱୀକାର କରିବେ ଯେ, ପ୍ରକୃତରେ ପ୍ରେମ ପାଖରେ ଜାତି, ଧର୍ମ, ରଙ୍ଗ, ବର୍ଣ୍ଣର ବିଭେଦ କେତେ ଦୁର୍ବଳ !

ଆମେରିକାର ଏହି ମହିଳା ଜଣକ ତାଙ୍କଠାରୁ ୩୦ ବର୍ଷ ସାନ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଅର୍ଥାତ ମହିଳାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ତାଙ୍କ ସ୍ୱାମୀଙ୍କ ବୟସ ୩୦ ବର୍ଷ । ତଥାପି ବୟସର ତାରତମ୍ୟ ଭିତରେ ଉଭୟଙ୍କର ପ୍ରେମ ଚକିତ କଲାପରି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଆଧୁନିକ, ସହରୀ ମହିଳାଙ୍କ ସ୍ୱାମୀ ଜଣେ ଆଦିବାସୀ ଏବଂ ସେ ଜଙ୍ଗଲି ଇଲାକାରେ ରୁହନ୍ତି।

ଆନ୍ତର୍ଜାତିକ ଗଣମାଧ୍ୟମ ଅନୁସାରେ, କାଲିଫର୍ଣ୍ଣିଆର ବାସିନ୍ଦା ଡେବୋରା  ନାମ୍ନୀ ଏହି ୬୦ ବର୍ଷ ବୟସ୍କା ମହିଳା। ତାଙ୍କର ୨୭, ୩୦ ଏବଂ ୩୨ ବର୍ଷର ତିନି ଝିଅ ଅଛନ୍ତି। ଇତି ମଧ୍ୟରେ ମହିଳାଙ୍କର ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେ ପୁଣି ପାଖାପାଖି ଅଞ୍ଚଳରେ ନୁହେଁ, ତାଙ୍କ ଘରଠାରୁ ୧୪ ହଜାର କିଲୋମିଟର ଦୂରରେ ରହୁଥିବା ଜଣେ ଆଦିବାସୀ ଯୁବକଙ୍କ ସହ । ଯୁବକ ଜଣକ ତାଙ୍କ ସାନ ଝିଅ ବୟସର।

ରିପୋର୍ଟ ଅନୁସାରେ, ମହିଳାଜଣକ ୨୦୧୭ ମସିହାରେ ତାଙ୍କ ସାନ ଝିଅ ସହ ଆଫ୍ରିକାର ତାଞ୍ଜାନିଆ ବୁଲିବାକୁ ଯାଇଥିଲେ। ଦିନେ ସେ ଜାନଜୀବାର ବିଚ୍‌ରେ ବୁଲୁଥିଲେ। ଏହି ସମୟରେ ସେ ତାଞ୍ଜାନିଆ ମସାଈ ଆଦିବାସୀ ଜନଜାତିର ୨ ଜଣ ଲୋକଙ୍କ ଭେଟିଥିଲେ। ପୂର୍ବରୁ ସେ କେବେ ମସାଈ ଜନଜାତିର ଲୋକଙ୍କୁ ଦେଖି ନ ଥିଲେ। ତେଣୁ ସେ ତାଙ୍କର ସହ ଫଟୋ ଉଠାଇବାକୁ ଚାହିଁଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କ ନାମ ଥିଲା ସାଇଟୋଟି ବାବୁ । ତାଙ୍କର ବୟସ ଥିଲା ୩୦ ବର୍ଷ। ପ୍ରଥମ ଦେଖାରେ ତାଙ୍କର ସାଇଟୋଟୁ ତାଙ୍କର ପସନ୍ଦ ଆସିଥିଲେ। ସେ ଜନଜାତି ସଂପ୍ରଦାୟର ହୋଇଥିଲେ ହେଁ ପୁରା ଜଙ୍ଗଲରେ ରହୁ ନ ଥିଲେ। ତାଙ୍କର ଲିଭିଂ ଷ୍ଟାଣ୍ଡାର୍ଡ ଭଲ ଥିଲା।  ସାଇଟୋଟୁ ଡେବୋରାଙ୍କୁ ତାଙ୍କ ନମ୍ବର ଦେଇଥିଲେ ଏବଂ ଫଟୋ ପଠାଇବାକୁ କହିଥିଲେ। ଯେତେଦିନ ଡୋବ୍‌ରା ଆଫ୍ରିକାରେ ରହୁଥିଲେ ସେତିଦିନ ପର୍ଯ୍ୟନ୍ତ ସାଇଟୋଟୁ ତାଙ୍କୁ ଭେଟିବା ପାଇଁ ଆସୁଥିଲେ। ଏପରିକି ଡେବୋରା ଆମେରିକା ଫେରି ଆସିବା ଦିନ ସେ ବହୁତ ମନଦୁଃଖ କରିଥିଲେ।

ସାଇଟୋଟୁ ପ୍ରତିଦିନ ଡୋବ୍‌ରାଙ୍କୁ ଫୋନ କରୁଥିଲେ। ଧୀରେ ଧରେ ତାଙ୍କର ନିକଟତର ହେବା ପରେ ବିବାହ ପ୍ରସ୍ତାବ ଦେଇଥିଲେ। ଡୋବ୍‌ରାଙ୍କୁ ବି ଏ ପ୍ରସ୍ତାବ ଭଲ ଲାଗିଲା। ଡୋବ୍‌ରା ଏ ସମ୍ପର୍କରେ ନିଜ ପିଲାମାନଙ୍କ ପରାମର୍ଶ ନେଇଥିଲେ। ସେମାନେ ମଞ୍ଜୁରୀ ଦେବା ପରେ ୨୦୧୭ରେ ଡେବୋରା ତାଞ୍ଜାନିଆ ଗଲେ ଏବଂ ମସାଈ ପରମ୍ପରା ଅନୁସାରେ ଉଭୟେ ବିବାହ କରିଥିଲେ। ୨୦୨୨ରେ ଉଭେୟ ଆଇନସମ୍ମତ ବିବାହ କରିଥିଲେ। ଏବେ ଉଭୟେ ତାଞ୍ଜାନିଆରେ ଏକାଠି ରହୁଛନ୍ତି। ଏଠାରେ ପାଣି ଓ ବିଜୁଳିର ଅଭାବ କଷ୍ଟ ଦେଉଛି ତଥାପି ଡୋବ୍‌ରା ଖୁସି ଅଛନ୍ତି। ସେ କହିଛନ୍ତି, ସାଇଟୋଟୁ ତାଙ୍କୁ ବହୁତ ଭଲ ପାଉଛନ୍ତି। ତେବେ ସୋଶିଆଲ ମିଡିଆରେ ଏହି ଖବର ପ୍ରଚାର ହେବା ପରେ ଲୋକେ ବିଭିନ୍ନ ମନ୍ତ୍ରବ୍ୟ ଦେଇଛନ୍ତି। କେହି କେହି ସାଇଟୋଟୁଙ୍କୁ ଡୋବ୍‌ରା ପୌଷ୍ୟପୁତ୍ର କରିନେବାକୁ ପରାମର୍ଶ ଦେଇଛନ୍ତି।