woman gave birth birth four kids in a year
ନୂଆଦିଲ୍ଲୀ: ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା ଅନେକ ଖୁସି ଆଣି ଦେଇଛି। ଇଂଲଣ୍ଡରେ ଏମିତି ଜଣେ ମହିଳାଙ୍କ ପାଇଁ ଅପ୍ରତ୍ୟାଶିତ ଏବଂ ଅପର୍ଯ୍ୟାପ୍ତ ଖୁସି ଆଣି ଦେଇଛି ମହାମାରୀ। ମହିଳା ଜଣକ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ୨ ଥର ମା’ ହୋଇଛନ୍ତି ଏବଂ ୪ଟି ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ମହିଳା ଜଣକ ଇଂଲଣ୍ଡର ସାଉଥ ୟାର୍କଶାୟରରେ ରହୁଥିବା ୩୧ ବର୍ଷୀୟ ଜେସିକା ପ୍ରଟ୍ଚାର୍ଡ। ମେ’ ୨୦୨୦ରେ ସେ ପ୍ରଥମେ କନ୍ୟା ସନ୍ତାନ ମିୟାଙ୍କୁ ଜନ୍ମ ଦେଇଥିଲେ। ଏହାର ୧୧ ମାସ ପରେ ଅର୍ଥାତ୍ ଏପ୍ରିଲ ୨୦୨୧ରେ ଆଉ ୩ଟି ସନ୍ତାନର ଜନ୍ମ ଦେଇଛନ୍ତି। ଜେସିକା ଜଣେ ଶିକ୍ଷୟିତ୍ରୀ ଏବଂ ସେ ନିଜେ ବି ବିଶ୍ୱାସ କରିପାରି ନ ଥିଲେ ଯେ, ସେ ଏକକାଳୀନ ୩ଟି ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି ବୋଲି।
ଜେସିକା ମିଡିଆକୁ ସୂଚନା ଦେଇ କହିଛନ୍ତି, ଲକ୍ ଡାଉନ୍ରେ ଲୋକେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେ ଅନେକ ଖୁସି ପାଇଛନ୍ତି। ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସେ ୪ଟି ସନ୍ତାନର ମା’ ହୋଇ ପାରିଛନ୍ତି। ସେ ଏବଂ ତାଙ୍କର ସ୍ୱାମୀ ଟ୍ରିପ୍ଲେଟ୍ ବିଷୟରେ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ପରେ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ।
Also Read
ଜେସିକାଙ୍କର ମାଲି ନାମରେ ୮ବର୍ଷ ଆଉ ଏକ ଝିଅ ଅଛି । ମାଲି ୪ ଛୋଟ ଛୋଟ ଭାଇଭଉଣୀଙ୍କଠାରୁ ବଡ଼ ଏବଂ ସେ ଏମାନଙ୍କର ବେଶ ଧ୍ୟାନ ନେଉଛି। କରୋନା ସମୟରେ ତାଙ୍କୁ ବି ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଛି। ଏସବୁ ସମସ୍ୟା ଭିତରେ ୪ଟି ଛୋଟ ଛୋଟ ପିଲାଙ୍କ ଦାୟିତ୍ୱ ନେବା କିଛି ସହଜ କଥା ନୁହେଁ। କରୋନା ଗାଇଡ-ଲାଇନ୍ସ ମଧ୍ୟରେ ଯେତେବେଳେ ସେ ସ୍କାନ କରିବାକୁ ଯାଇଥିଲେ, ସୋନୋଗ୍ରାଫର ତାଙ୍କୁ ଯମଜ ସନ୍ତାନ ହେବ ବୋଲି କହିଥିଲେ। ଜେସିକା ଆଶ୍ଚର୍ଯ୍ୟ ହୋଇଗଲେ। ତା’ ପରେ ଆଉଥରେ ପରୀକ୍ଷା ପରେ ଜଣାପଡ଼ିଥିଲା ୨ ନୁହେଁ, ୩ଟି ସନ୍ତାନ ତାଙ୍କ ଗର୍ଭରେ ଅଛି।
ଏ ନେଇ ସେ ତାଙ୍କ ସ୍ୱାମୀଙ୍କୁ ଅବଗତ କରାଇଥିଲେ।ଳ ତାଙ୍କ ସ୍ୱାମୀ ମଧ୍ୟ ପ୍ରଥମେ ବିଶ୍ୱାସ କରି ନ ଥିଲେ। ପରେ ଜେସିକା ରିପୋର୍ଟ ଦେଖାଇବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଖୁସି ମଧ୍ୟ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us