• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖ୍ରୀଷ୍ଟମାସରେ ଛପରଫାଡ୍ ବୋନସ୍‌ । ଆଶା ଠାରୁ ଶହେ ଗୁଣା ଅଧିକ ବୋନସ୍‌ ଦେଲେ ବସ୍‌ । ଜଣେ ମହିଳା ବସ୍ କର୍ମଚାରୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବୋନସ୍ ଦେଇ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ଏକ ମିଟିଂ ଡକାଇ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । ଖ୍ରୀଷ୍ଟମାସ ଅବସରରେ ସେ ତାଙ୍କର ୧୦ ଜଣ କର୍ମଚାରୀଙ୍କୁ ୮୦-୮୦ ଲକ୍ଷରୁ ଅଧିକ ଟଙ୍କାର ବୋନସ୍‌ ଦେଇଛନ୍ତି । ମହିଳା ବସ୍‌ଙ୍କ ଏହି ଉଦାରତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ମହିଳା ମାଲିକଙ୍କ ନାମ ଗିନା ରାଇନହାର୍ଟ (Gina Rinehart) । ଅଷ୍ଟ୍ରେଲୀୟ ବିଲିୟନେୟାର ରାଇନହାର୍ଟ ହାନକକ୍ ପ୍ରୋସପେକ୍ଟିଙ୍ଗ ନାମକ ଖଣି ଏବଂ କୃଷି କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଟନ୍ତି । ଏହି କମ୍ପାନୀ ତାଙ୍କ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଅଷ୍ଟ୍ରେଲିଆର ସବୁଠାରୁ ଧନୀ ହେଲେ ଗିନା ରାଇନହାର୍ଟ, ତାଙ୍କ ସମ୍ପତ୍ତିର ମୂଲ୍ୟ ୩୪ ମିଲିୟନ୍ ବିଲିୟନ ଡଲାର ।

ଅଧିକ ପଢ଼ନ୍ତୁ: ବଢିଗଲା ବିଦ୍ୟୁତ୍ ବିଲ୍; କମ୍ପାନୀ କର୍ମଚାରୀଙ୍କୁ ଦେଲା ୧୮,୦୦୦ରୁ ଅଧିକ ବୋନସ୍‌

ନିକଟରେ ଗିନା ରାଇନହାର୍ଟ ନିଜର ଏକ କମ୍ପାନୀ ରୟ ହିଲର ୧୦ ଜଣ କର୍ମଚାରୀଙ୍କ ପାଇଁ ହଠାତ୍‌ ବୋନସ୍ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ପ୍ରତ୍ୟେକଙ୍କୁ ବୋନସ୍ ଭାବରେ ୮୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ଏହାକୁ 'ଖ୍ରୀଷ୍ଟମାସ ବୋନସ' କୁହାଯାଉଛି ।

ଏହାପୂର୍ବରୁ ଗିନା ତାଙ୍କ କର୍ମଚାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ । ହେଲେ ସେ ସମୟରେ ଗିନା ବୋନସ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ । ଏଭଳି ସ୍ଥିତିରେ ବୋନସରେ ଏତେ ପରିମାଣର ଅର୍ଥ ଦେବା ପାଇଁ ଘୋଷଣା କରିବା ପରେ କର୍ମଚାରୀମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଖ୍ରୀଷ୍ଟମାସ ବୋନସ୍‌ ପାଇବା ପରେ କର୍ମଚାରୀଙ୍କ ଖୁସି ଏବେ କହିଲେ ନସରେ ।