/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686656858.jpg)
special report
ସାଧାରଣତଃ ବେସରକାରୀ କମ୍ପାନୀ ଗୁଡ଼ିକରେ ପ୍ରତ୍ୟେକ ବିଭାଗରେ ଜଣେ ଜଣେ ମ୍ୟାନେଜର ଥାଆନ୍ତି । ଟିମ୍କୁ ମ୍ୟାନେଜ୍ କରିବା ତଥା କର୍ମଚାରୀଙ୍କୁ କାମ କରାଇବା ତାଙ୍କର ମୁଖ୍ୟ କାମ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଏକ କମ୍ପାନୀ ତାର ସମସ୍ତ ମ୍ୟାନେଜର୍ଙ୍କୁ ହଟାଇ ଦେଇଛି । ଆଉ ଏହାର ପ୍ରଭାବ ଦେଖି କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କମ୍ପାନୀର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ ପରେ ଜଣାପଡ଼ିଛି, ମ୍ୟାନେଜର ବିନା ସମସ୍ତ କର୍ମଚାରୀ ପୂର୍ବ ଅପେକ୍ଷା ଅଧିକ ଖୁସି ଅଛନ୍ତି । କେବଳ ସେତିକି ନୁହେଁ, ୨୦ ପ୍ରତିଶତ ଅଧିକ କାମ ମଧ୍ୟ ହୋଇଛି ।
ନିଜ କମ୍ପାନୀରେ ଏଭଳି ବଡ଼ ପରିବର୍ତ୍ତନ କରିଛି Time Etc । ଭର୍ଚୁଆଲ୍ ଆସିଷ୍ଟାଣ୍ଟ ପ୍ଲାଟଫର୍ମର ଏହି କମ୍ପାନୀ ୬ ଜଣିଆ ଟିମ୍ ସହିତ ମ୍ୟାନେଜରଙ୍କ ସ୍ଥାନରେ କୋଚ୍ ନିଯୁକ୍ତ କରିଛି । କର୍ମଚାରୀଙ୍କ ସହ ବିଚାରବିମର୍ଷ ପରେ କମ୍ପାନୀ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ମ୍ୟାନେଜର୍ ଅପେକ୍ଷା କର୍ମଚାରୀଙ୍କୁ ଜଣେ କୋଚ୍ଙ୍କର ଅଧିକ ଆବଶ୍ୟକତା ଥିବା ଅନୁଭବ କରି କମ୍ପାନୀରେ ଏଭଳି ପରିବର୍ତ୍ତନ କରାଯାଇଥିଲା । ସେହି ଅନୁଯାୟୀ, ଟାଇମ୍ ଇଚ୍ କୋଚ୍ ନିଯୁକ୍ତ କରିଥିଲା।
କୋଚ୍ଙ୍କର କାମ କ’ଣ ?
କମ୍ପାନୀ ପକ୍ଷରୁ ନିଯୁକ୍ତ ହୋଇଥିବା କୋଚ୍ମାନେ କର୍ମଚାରୀଙ୍କୁ ସାହାଯ୍ୟ କରିବା ସହ ନିଜର ପୂର୍ଣ୍ଣ ସାମର୍ଥ୍ୟ ସହ କାମ କରିବେ । ଏଥିସହ କର୍ମଚାରୀଙ୍କ ସହ ନିୟମିତ ଆଲୋଚନା କରିବା ସହ ସେମାନଙ୍କୁ ପରାମର୍ଶ ଦେଇ ଟିମ୍କୁ ଅଧିକ ଶକ୍ତିଶାଳୀ କରିବେ । କମ୍ପାନୀ ପକ୍ଷରୁ କୁହାଯାଇଛି, କୋଚ୍ମାନେ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସାହାଯ୍ୟ କରୁଛନ୍ତି, ଯାହା ଲାଭଦାୟକ ପ୍ରମାଣିତ ହୋଇଛି ।
ତେବେ କମ୍ପାନୀର ଏହି ନିଷ୍ପତ୍ତି ଯୋଗୁଁ କର୍ମଚାରୀମାନେ ଏବେ ଛୁଟି କମ୍ ନେଉଛନ୍ତି । ନିୟମିତ ସମୟରେ ଅଫିସ୍ ଆସିବା ସହ ଖୁସି ମନରେ ଅଧିକ ସମୟ କାମ କରୁଛନ୍ତି ଓ ସେମାନଙ୍କ ପ୍ରଦର୍ଶନ ୨୦ ପ୍ରତିଶତ ଅଧିକ ବଢ଼ିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)