Advertisment

୧୨ ବର୍ଷର ବାଳକ ଲକ୍‌ ଡାଉନରେ ରୋଜଗାର କଲେ ୨ କୋଟି

ଆଜିକାଲିର ପିଲାମେନେ ସାଧାରଣତଃ କମ୍ପ୍ୟୁଟର ବା ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି । କମ୍ପ୍ୟୁଟରରେ କୋଡ଼ିଂ କରି ୨ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ୧୨ ବର୍ଷର ସ୍କୁଲ ଛାତ୍ର । ଏହି କଥା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଅଶ୍ଟର୍ଯ୍ୟ ଲାଗିପାରେ । କିନ୍ତୁ କଥାଟି ସତ ଅଟେ । ଯାହା ଏବେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲୋଟିଛି ।

ଅଦ୍ୟତନ ହୋଇଛି
12-year-old boy

12-year-old boy

Advertisment

ଲଣ୍ଡନ: ଟେକ୍ନୋଲଜିର ଦୁନିଆ। ଆଜିକାଲି ସବୁକିଛି ଚାଲିଛି ଟେକ୍ନୋଲଜି ଜରିଆରେ। ଲକ୍‌ଡାଉନ ସମୟରେ  ପିଲାମାନେ ଟେକ୍‌ନୋଲଜି ବିଶେଷକରି କମ୍ପ୍ୟୁଟର ସାଇନ୍ସରେ ବେଶି ଅଭିଜ୍ଞ ପାଲଟି ଯାଇଛନ୍ତି।  ଜଣେ ୧୨ ବର୍ଷର ବାଳକଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।  ଲକ୍ ଡାଉନରେ ସ୍କୁଲ ଛୁଟି ସମୟରେ ଏହି ବାଳକ ଜଣକ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । କମ୍ପ୍ୟୁଟରରେ କୋଡ଼ିଂ କରି ସେ ଏତେ ପରିମାଣର  ଟଙ୍କା ରୋଜଗାର କରିଛନ୍ତି ।  ଏହି କଥା  ଆପଣଙ୍କୁ ନିଶ୍ଚିତ ଅଶ୍ଟର୍ଯ୍ୟ ଲାଗିପାରେ । କିନ୍ତୁ  ସତ । 

Advertisment

ସୂଚନା ଅନୁସାରେ, ଲଣ୍ଡନର ବେଞ୍ଜାମିନ ଅହମ୍ମଦ ତାଙ୍କ କମ୍ପ୍ୟୁଟରରେ ବିୟର୍ଡ ହ୍ୱେଲ୍‌ସ ନାମକ ଏକ ପିକ୍ସେଲେଟେଡ୍ କଳାକୃତି ତିଆରି କରିଛନ୍ତି । ସେ ଏହି କଳାକୃତିକୁ ବିକ୍ରି କରି ୨କୋଟି ୯୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ନନ୍ ଫଙ୍ଗିବଲ୍ ଟୋକେନ୍ ଅର୍ଥାତ୍ NFT ଦ୍ୱାରା କିଣାଯାଇଛି । ଏହା ବେଞ୍ଜାମିନ୍ ଅହମ୍ମଦଙ୍କ ଏକ ସୃଜନଶୀଳ କାର୍ଯ୍ୟ । ସୂଚନା ଅନୁସାରେ, ଯେ କୌଣସି ଚିତ୍ରକଳାକୁ NFT ମାଧ୍ୟମରେ ସହଜରେ ଟୋକେନ୍ କରାଯାଇପାରିବ । ଏହା ପରେ ଏକ ଡିଜିଟାଲ୍ ସାର୍ଟିଫିକେଟ୍ ମଳିଥାଏ । ଏହାପରେ ଆପଣଙ୍କ କଳାକୃତିର କିଣାବିକା କରାଯାଇ ପାରିବ । ଏହି ଚିତ୍ରକଳାର ମୂଲ୍ୟ ବେଞ୍ଜାମିନ୍ ଅହମ୍ମଦଙ୍କୁ ଏଥେରମ୍ ନାମକ ଏକ କ୍ରିପ୍ଟୋକରେନ୍ସି ଆକାରରେ ପ୍ରଦାନ କରାଯାଇଛି ।

ବେଞ୍ଚାମିନଙ୍କ ବାପା ଜଣେ ସଫ୍ଟୱେର୍ ଡେଭଲପର୍। ବେଞ୍ଜାମିନଙ୍କ ବାପା ତାଙ୍କୁ ଓ ତାଙ୍କ ଭାଇଙ୍କୁ ୫ ବର୍ଷ ବୟସରୁ କୋଡିଂ କରିବା ପାଇଁ ପ୍ରେରଣା ଦେଇଥିଲେ । ବେଞ୍ଜାମିନ କୋଡିଂ କରିବା ବ୍ୟତୀତ ବ୍ୟାଡମିଣ୍ଟନ୍ ଏବଂ ଟାଏକୋଣ୍ଡୋ ଖେଳିବାକୁ ଭଲ ପାଆନ୍ତି । ବେଞ୍ଜାମିନଙ୍କ କହିବାନୁସାରେ ଯେଉଁ ପିଲାମାନେ କୋଡିଂ କ୍ଷେତ୍ରରେ ଆସିବାକୁ ଚାହୁଁଛନ୍ତି ସେମାନେ ଚାପରେ ନ ରହିବା ଦରକାର ।

Advertisment

ବେଞ୍ଜାମିନଙ୍କ ବାପା ଇମ୍ରାନ କହିଛନ୍ତି ଯେ, ଏହି କୋଡିଂର ଆରମ୍ଭ ଏକ ମଜାଦାର ଅଭ୍ୟାସରେ ଆରମ୍ଭ ହୋଇଥିଲା । କିନ୍ତୁ ପିଲାମାନେ ଏହାକୁ ଏତେ ଭଲ ଭାବେ ବୁଝିପାରିବେ ଓ ଆଗକୁ ବଢିବେ ବୋଲି ସେ ଭାବି ନଥିଲେ । ପିଲାଙ୍କ ଆଗ୍ରହ ଦେଖିବା ପରେ ଆମେ ମଧ୍ୟ  ତାଙ୍କ ଉପରେ ଧ୍ୟାନ ରଖିଲୁ।  ବେଞ୍ଜାମିନ ଏବେ ତାଙ୍କର କଳାକୃତି ପାଇଁ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଲେଣି ।

London 12-year-old Boy Earned Rs 2 Crore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ