Advertisment

ଆମେରିକାରେ ୮ ମାସର ଶିଶୁ ସମେତ ୪ ଭାରତୀୟଙ୍କୁ ଅପହରଣ

ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି।

4 Indian Origin People Kidnapped In US

4 Indian Origin People Kidnapped In US

Advertisment

ଆମେରିକାର କାଲିଫର୍ଣ୍ଣିଆରେ ୪ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଅପହୃତଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ବି ଅଛି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋମବାର ଦିନ ମର୍ସିଡ୍‌ କାଉଣ୍ଟିରୁ ଏହି ୪ ମୂଳ ଭାରତୀୟଙ୍କୁ ଅପହରଣ କରାଯାଇଛି।

Advertisment

ନ୍ୟୁଜ ଏଜେନ୍ସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୩୬ ବର୍ଷୀୟ ଜୟଦୀପ ସିଂହ. ୨୭ ବର୍ଷୀୟ ଜସଲିନ କୌର ଏବଂ ତାଙ୍କ ୮ ମାସର ଝିଅ ଆରୋହୀ ଏବଂ ୩୯ ବର୍ଷୀୟ ଅମନଦୀପ ସିଂହଙ୍କୁ ଅପହରଣ କରାଯାଇଛି। ଏ ପଯ୍ୟନ୍ତ ଅପହରଣ ସଂକ୍ରାନ୍ତ ସବିଶେଷ ତଥ୍ୟ ପୋଲିସ ହାତରେ ଲାଗି ନାହିଁ। ତେବେ ପୋଲିସ ପାଖରେ ଏତିକି ତଥ୍ୟ ରହିଛି ଯେ, ସାଉଥ ଷ୍ଟ୍ରିଟ ୫୯ର ବ୍ଲକ ନଂ ୮୦୦ରୁ ଏହି ୪ ଜଣଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ନିଆଯାଇଛି। ଅପହରଣକାରୀ ମାରଣାସ୍ତ୍ର ଦେଖାଇ ଅପହରଣ କରି ନେଇଥିବା ପୋଲିସ ସନ୍ଦେହ କରୁଛି।

ସ୍ଥାନୀୟ ଜଣେ ପୋଲିସ ଅଧିକାରୀ ବୟାନ ଦେଇ କହିଛନ୍ତି, ସେମାନଙ୍କୁ କାହିଁକି ଅପହରଣ କରାଯାଇଛି, ଅପହରଣ ପଛର କାରଣ କ‘ଣ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ି ନାହିଁ। ତଦନ୍ତ ଚାଲିଛି। ତେବେ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଅପହୃତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ନ କରିବା ପାଇଁ ପୋଲିସ ଅଧିକାରୀ ଲୋକଙ୍କୁ କହିଛନ୍ତି। ଯଦି ସେମାନେ କେଉଁଠି ଦେଖିବାକୁ ମିଳନ୍ତି ତେବେ ପୋଲିସକୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି।

Advertisment

ଏଠି ମନେ ପକାଇ ଦେବାକୁ ଚାହିଁବୁ, ୨୦୧୯ରେ ଭାରତୀୟ ମୂଳ ଇଞ୍ଜିନିୟର ତୁଷାର ଅତ୍ରେଙ୍କ ମୃତ ଦେହ ତାଙ୍କ ପ୍ରେମିକାଙ୍କ କାର ଭିତରୁ ଉଦ୍ଧାର କରାଯାଇଥିଲା। 

Kidnapping
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ