Earthquake in Japan
ଜାପାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପଶ୍ଚିମ ଜାପାନରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ୭.୬ ରହିଛି। ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରିଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ଏକ ବୃହତ୍ ସୁନାମି ପଶ୍ଚିମ ଉପକୂଳରେ ପହଞ୍ଚିପାରେ। ପଶ୍ଚିମ ଅଞ୍ଚଳରେ ଅନେକ ଶକ୍ତିଶାଳୀ ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ ଇଶିକାୱା, ନିଗାଟା ଏବଂ ତୋୟାମା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି।
ଭୂମିକମ୍ପ ପରେ ଜାପାନରେ ସୁନାମିର ଆଶଙ୍କା ରହିଥିବା ସୂଚନା ଦେଇଥିଲା ଜାପାନ ପାଣିପାଗ ବିଭାଗ। ଏନେଇ ସତର୍କ ସୂଚନା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଅଂଚଳ ଇଶିକାୱା, ନିଗାଟା ଓ ଟୋୟାମା ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୫ ମିଟର ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704098631.jpg)