ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଜାରି ହେଲା ସୁନାମୀ ଆଲର୍ଟ

ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ(JMA) ପକ୍ଷରୁ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

japan earthquake

ପୁଣି ଥରେ ଥରିଲା ଜାପାନ । କିଛି ସମୟ ପୂର୍ବରୁ ଜାପାନରେ ଆସିଛି ଭୟଙ୍କର ଭୂକମ୍ପ । ଜାପାନର ଦକ୍ଷିଣରେ ଅବସ୍ଥିତ କ୍ୟୁଶୁ ଦ୍ୱୀପରେ ୭.୧ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ କ୍ୟୁଶୁ ଦ୍ୱୀପର ପୂର୍ବ ଏବଂ ଶିକୋକୁର ଦକ୍ଷିଣ ଉପକୂଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ ଗୁରୁବାର ସକାଳେ ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ କ୍ୟୁଶୁରେ ଦୁଇଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଦୁଇଟି ଭୂକମ୍ପ ଗୋଟିଏ ମିନିଟ ବ୍ୟବଧାନରେ ସଂଘଟିତ ହୋଇଥିବା ଜଣାପଡ଼ିଛି।  ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୯ ମ୍ୟାଗ୍ନିଚ୍ୟୁଡର ଥିବାବେଳେ ଦ୍ୱିତୀୟ ଝଟକାର ମ୍ୟାଗ୍ନିଚ୍ୟୁଡ୍‌ ୭.୧ ଥିଲା।

ଅଧିକ ପଢନ୍ତୁ : ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ(JMA) ପକ୍ଷରୁ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି । ଜାପାନ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିଲା । ଏହାର କେନ୍ଦ୍ର ଜାପାନର ଦକ୍ଷିଣ ମୁଖ୍ୟ ଦ୍ୱୀପ କ୍ୟୁଶୁର ପୂର୍ବ ଉପକୂଳଠାରୁ ପ୍ରାୟ 30 କିଲୋମିଟର ଗଭୀରରେ ଥିଲା ।

ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଜାପାନ ସରକାର ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଜାପାନ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍ ଫାୟାର ନିକଟରେ ଅବସ୍ଥିତ ଏବଂ ଏହାକୁ ପୃଥିବୀର ସବୁଠାରୁ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବରେ ପରିଣତ କରିଛି । ମାର୍ଚ୍ଚ ୨୦୧୧ରେ ୯.୧ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୁକମ୍ପ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପ ପରବର୍ତ୍ତୀ ସୁନାମୀରେ ଜାପାନର ଉତ୍ତର-ପୂର୍ବ ଉପକୂଳର ବଡ଼ ଅଞ୍ଚଳକୁ ଧ୍ୱଂସ କରିଦେଇଥିଲା। ଏହି ବିପର୍ଯ୍ୟୟରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ।