Advertisment

ପ୍ରେମିକକୁ ଭେଟିବା ପାଇଁ ୫ ହଜାର କି.ମି. ଗଲେ, ଫେରିଲା ପ୍ରେମିକାର ଖଣ୍ଡ ଖଣ୍ଡ ଶରୀର...

ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
51 Year Old Woman Dead Body Found In Pieces Who Had Gone To Meet Her Lover

51 Year Old Woman Dead Body Found In Pieces Who Had Gone To Meet Her Lover

ପ୍ରେମ ପାଇଁ ସବୁକିଛି ତୁଚ୍ଛ କରି ସାତ ଦରିଆ ପାର୍‌ ହୋଇ ପ୍ରେମିକ ପାଖକୁ ଗଲେ, ହେଲେ ଜାଣି ନଥିଲେ ଯାହା ପାଇଁ ସେ ସବୁକିଛି ତୁଚ୍ଛ କରିଛନ୍ତି ଦିନେ ସେ ହିଁ ତାଙ୍କ ଜୀବନ ନେଇଯିବ। ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା। ପ୍ରେମିକାକୁ ହତ୍ୟା ପରେ ଜହ୍ଲାଦ ପ୍ରେମିକ ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦେଇଥିଲା। ବିଭିନ୍ନ ସ୍ଥାନରୁ ଖଣ୍ଡ ଶରୀର ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ଯୁବତୀଙ୍କ ଅର୍ଗାନ୍‌(Organs) ପାଇଁ ଏହି ହତ୍ୟାକାଣ୍ଡ ଘଟିଛି।

Advertisment

ସୂଚନା ଅନୁସାରେ, ପେରୁରେ ରହୁଥିବା ଜୁଆନ୍‌ ଭିଲାଫୁଏଟ୍ରେ(୩୧)ଙ୍କ ସହ ମେକ୍ସିକୋର ବ୍ଲାଙ୍କା ଅରେଲାନୋ(୫୧)ଙ୍କ ଅନ୍‌ଲାଇନ୍‌ରେ ପରିଚୟ ହୋଇଥିଲା। କିଛି ମାସ୍‌ ଚାଟିଂ ପରେ ଜୁଆନ୍‌ଙ୍କୁ ଭେଟିବା ପାଇଁ ବ୍ଲାଙ୍କା ଯୋଜନା କରିଥିଲେ। ଏହାପରେ ସେ ୫,୦୦୦ କି.ମି. ଦୂର ଯାତ୍ରା କରି Huacho ସହରରେ ପହଞ୍ଚି ଥିଲେ। ସେଠାରେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। 

ନଭେମ୍ବର ୭ରେ ବ୍ଲାଙ୍କା ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ ଓ ପେରୁରେ ଥିବା କଥା ଜଣାଇଥିଲେ। ଜୁଆନ୍‌ଙ୍କୁ ସେ ଭଲ ପାଉଥିବା କଥା ମଧ୍ୟ କହିଥିଲେ। ଶେଷଥର ପାଇଁ ବ୍ଲାଙ୍କା ନିଜ ଭାଣିଜୀଙ୍କ ସହ କଥା ହୋଇଥିଲେ। ଏହାପରେ ନା ଆଉ ବ୍ଲାଙ୍କାଙ୍କ କୌଣସି ଫୋନ୍‌ କଲ୍‌ ଆସିଥିଲା ନା ମେସେଜ୍‌। କିଛି ସପ୍ତାହ ପରେ ବ୍ଲାଙ୍କାଙ୍କ କୌଣସି ଉତ୍ତର ନମିଳିବାରୁ ଘର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା। ଶେଷରେ ପରିବାର ଲୋକ ସୋସିଆଲ୍‌ ମିଡିଆରେ ବ୍ଲାଙ୍କାଙ୍କ ଫଟୋ ପୋଷ୍ଟ କରିବା ସହ ତାଙ୍କର ପତ୍ତା ଲଗାଇବା ପାଇଁ ନିବେଦନ କରିଥିଲେ। ପୋଲିସ୍‌ ମଧ୍ୟ ତାଙ୍କୁ ଖୋଜିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ହେଲେ କୌଣସି ଫାଇଦା ମିଳିନଥିଲା। ଏହାସହ ଜୁଆନ୍‌ଙ୍କ ଏକ ସ୍କ୍ରିନ୍‌ଶଟ୍‌ ମଧ୍ୟ ଶେଆର କରାଯାଇଥିଲା। ଏଥିରେ ଜୁଆନ୍‌ କହିଥିଲେ ଯେ, ବ୍ଲାଙ୍କା ଏଠାରେ ବହୁତ ବୋର୍‌ ହେଉଛନ୍ତି। ସେ ଯାହା ଚାହୁଁଥିଲେ, ମୁଁ ତାହା ଦେଇପାରିଲିନି। ଏଥିପାଇଁ ସେ ମେକ୍ସିକୋ ଫେରି ଯିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଘଟଣା କିଛି ଅଲଗା ଘଟିଲା। ବ୍ଲାଙ୍କା ନିଜ ଘରକୁ ଫେରିବା ବଦଳରେ ତାଙ୍କର ମୃତଦେହ ମିଳିଥିଲା।

Advertisment

ସମୁଦ୍ରରୁ ମିଳିଲା ପ୍ରେମିକାର ଖଣ୍ଡ ଖଣ୍ଡ ଶରୀର...

ନଭେମ୍ବର ୧୦ରେ ସମୁଦ୍ର କୂଳରୁ ପୋଲିସ୍‌କୁ ଖଣ୍ଡ ଖଣ୍ଡ ଶରୀର ମିଳିଥିଲା। ହେଲେ ମୃତଦେହ ଚିହ୍ନିବା କଷ୍ଟକର ହୋଇଥିଲା। ଯେତେବେଳେ ଅନ୍ୟ ଏକ ସ୍ଥାନରୁ କଟା ଆଙ୍ଗୁଠି ମିଳିଥିଲା, ଏହାପରେ ପୁରା ଘଟଣାର ଖୁଲାସା ହୋଇଥିଲା। ଆଙ୍ଗୁଠିରେ ଏକ ରୁପାର ମୁଦି ପିନ୍ଧା ଯାଇଥିଲା। ତେବେ ଏହି ମୁଦି ଆଉ କାହାର ନୁହେଁ ବରଂ ବ୍ଲାଙ୍କାଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଅଲଗା-ଅଲଗା ସ୍ଥାନରୁ କଟାମୁଣ୍ଡ, ହାତ ଇତ୍ୟାଦି ଜବତ କରାଯାଇଥିଲା। ଏସବୁକୁ ଜବତ ପରେ ଶେଷରେ ଜଣାପଡ଼ିଥିଲା ଏହା ବ୍ଲାଙ୍କାଙ୍କ ମୃତଦେହ। ହତ୍ୟାକାଣ୍ଡକୁ ନେଇ ନଭେମ୍ବର ୧୭ରେ ପୋଲିସ୍‌ ଜୁଆନ୍‌କୁ ଗିରଫ କରିଛି। ଜୁଆନ୍‌ ବିରୋଧରେ ହତ୍ୟା ବ୍ୟତୀତ ମନୁଷ୍ୟ ଅଙ୍ଗ ଚାଲାଣ ଅଭିଯୋଗ ମଧ୍ୟ ଲଗାଯାଇଛି। ବର୍ତ୍ତମାନ ସେ ଜେଲ୍‌ରେ ଅଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Murder Deadbody Found
Advertisment
Advertisment