/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690727498.jpg)
Bomb Blast In Pakistan
ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ପାକିସ୍ତାନର ଖାଇବର୍ ପଖତୁନଖ୍ୱାରେ ବିସ୍ଫୋରଣ ଘଟି ୪୦ ଜଣଙ୍କ ମୃତ୍ୟୁ ଘଟିଛି । ୮୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ସଂକଟାପନ୍ନ ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ବାଜାଉରର ଖାର୍ ଠାରେ JUI-F ଦଳର ରାଜନୈତିକ ରାଲିରେ ଏହି ବିସ୍ଫୋରଣ ଘଟିଥିବା ବେଳେ, ସେଠାରେ ୪ଶହ କର୍ମୀ ଉପସ୍ଥିତ ଥିଲେ । ବିସ୍ଫୋରଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଦଳର ସ୍ଥାନୀୟ ମୁଖ୍ୟ ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦଳ ପାକିସ୍ତାନ ମିଳିତ ସରକାରର ଅଂଶ ଏବଂ ଏହାର ମୁଖ୍ୟ ଜଣେ ତାଲିବାନ ସମର୍ଥକ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଏଯାଏଁ ଦାୟୀ କରିନାହାନ୍ତି ।
ବିସ୍ଫୋରଣରେ ଦଳର ଆଗଧାଡ଼ିର ନେତା ମୌଲାନା ଜିଆଉଲ୍ଲାହ ଜାନ୍ଙ୍କ ମୃତ୍ୟୁ ହୋଇଛି। ଆହତଙ୍କୁ ପେଶାଓୱାର ଓ ଟିମରଗେରାରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଦଳର ପ୍ରାୟ ୧୨ ଜଣ କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)