Evacuation Plan
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ଭାରତ ସରକାର ଚଳାଇଛନ୍ତି ଉଦ୍ୟମ। ଏଥିପାଇଁ ଭାରତ ସରକାର ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବେ। ଭାରତୀୟଙ୍କୁ ୟୁକ୍ରେନ୍ରୁ ଫେରାଇ ଆଣିବା ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ଭାରତ ସରକାର ବହନ କରିବେ ବୋଲି ସୂଚନା ମିଳିଛି। ସେପଟେ ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି କିଭ୍ ସ୍ଥିତ ଭାରତୀୟ ଦୂତାବାସ।
ସେପଟେ ୟୁକ୍ରେନ୍-ପୋଲାଣ୍ଡ ବର୍ଡରରେ ପହଞ୍ଚିବା ପାଇଁ ୮ କିଲୋମିଟର ଚାଲିଚାଲି ଯାଇଛନ୍ତି ୪୦ ଜଣ ଭାରତୀୟ ଛାତ୍ର। ରୋମାନିଆ ଓ ହଙ୍ଗେରୀ ଦେଇ ଭାରତୀୟଙ୍କୁ ଉଦ୍ଧାର କରିବାକୁ ଯୋଜନା କରାଯାଇଛି। ଚପ୍ ଜାହୋନି, ହଙ୍ଗେରୀ ସୀମା ପାଖରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ପ୍ରଥମେ ଉଦ୍ଧାର କରାଯିବ। ଏହି ରାସ୍ତା ଖୋଲିଯିବା ପରେ ବର୍ଡର ଚେକ୍ପଏଣ୍ଟକୁ ଭାରତୀୟମାନେ ନିଜ ସୁବିଧାରେ ଆସିପାରିବେ।
ତେବେ ଏଥିପାଇଁ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପଡ଼ିବ। କେଉଁ ନମ୍ବର ସହ ଯୋଗାଯୋଗ କରିବାକୁ ପଡ଼ିବ, ତାହା ଦୂତାବାସ ପକ୍ଷରୁ ସୂଚନା ଦିଆଯିବ।
ଆଜି ପାଇଁ ରୋମାନିଆର ବୁଚାରେଷ୍ଟକୁ ୨ଟି ବିମାନ ଓ ଆସନ୍ତାକାଲି ପାଇଁ ହଙ୍ଗେରୀର ବୁଡ଼ାରେଷ୍ଟକୁ ଗୋଟିଏ ବିମାନ ପଠାଇବାକୁ ଭାରତ ସରକାର ଯୋଜନା କରିଥିବା ସୂଚନା ମିଳିଛି। ସେପଟେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645796845.jpg)