Advertisment

ଟ୍ୱିଟରରେ ଆସିପାରିବ ୪ ପରିବର୍ତ୍ତନ

ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର

ଅଦ୍ୟତନ ହୋଇଛି
Twitter Revolution

Twitter Revolution

Advertisment

ଟ୍ୱିଟରକୁ କିଣିବା ପରେ ଏହାର ଫିଚରରେ କିଛି ପରିବର୍ତ୍ତନ ଆଣିବାକୁ ଚାହିଁଛନ୍ତି ଏଲନ ମସ୍କ। ତାଙ୍କର ଚିନ୍ତାଧାରାକୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିବେଶ କରିବାକୁ ସେ ଚାହୁଁଛନ୍ତି। ପ୍ରଥମତଃ ଟ୍ୱିଟ୍‌ରରେ ଏଡିଟ୍ ବଟନ ରହିବା ସପକ୍ଷରେ ସେ ମତ ଦେଇଛନ୍ତି। ଫଳରେ କୌଣସି କଥା ଟ୍ୱିଟ୍ ପରେ ଏହାକୁ ଏଡିଟ୍ କରିବା ସୁବିଧା ରହିବା ଦରକାର ବୋଲି ମସ୍କ ଚାହାନ୍ତି। ଏଣୁ ସେ ଏଥିରେ ପରିବର୍ତ୍ତନ ଆଣି ଏଡିଟ୍ ଅପସନ ରଖିବେ ବୋଲି ସୂଚନା ମିଳିଛି।

Advertisment

ତେବେ ଟ୍ୱିଟରରେ ବିଜ୍ଞାପନ ଭିତ୍ତି ମଡେଲକୁ ପରିବର୍ତ୍ତନ କରି ସବସ୍କ୍ରିପସନ୍‌ ବେସ୍‌ ମଡେଲ କରିବାକୁ ଚାହୁଁଛନ୍ତି ମସ୍କ। ୮୦ ମିଲିଅନରୁ ଅଧିକ ଟ୍ୱିଟରରେ ଫଲୋଅର୍ସ ଥିବାବେଳେ ୩୦୦ ମିଲିଅନ୍‌ରୁ ଅଧିକ ୟୁଜର ଅଛନ୍ତି। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ୱିଟରର୍‌ ସବସ୍କ୍ରିପସନ୍‌ ବ୍ୟବସ୍ଥା କେତେ ଯେ ୟୁଜରଙ୍କୁ ବାନ୍ଧି ରଖିବ, ତାହା ଦେଖିବାକୁ ପଡ଼ିବ। 

ପୂର୍ବରୁ ଟ୍ୱିଟରରେ ସେ ଭୋଟିଂ ଆରମ୍ଭ କରିଥିଲେ। ୪୪ ଲକ୍ଷ ୟୁଜର ଭୋଟ୍ ଦେଇଥିଲେ। ସେଥିରୁ  ଏଡିଟ୍ ଅପସନ ରହୁ ବୋଲି ୭୫ ପ୍ରତିଶତ ଲୋକ ଚାହିଁଥିଲେ।  ତେବେ ଏଡିଟ୍‌ କରିବା ପରେ ଏଡିଟ୍‌ ହିଷ୍ଟ୍ରି ରହିବ। ଯେଉଁଥିରେ 'Ready-to-view-History' of Edits ରହିବ। ଅର୍ଥାତ୍ ଯେକୌଣସି ଟ୍ୱିଟ୍‌ ପାଇଁ ଏଡିଟ୍‌ କରିବା ପରେ ମଧ୍ୟ ଅରିଜିନାଲ ଟ୍ୱିଟ୍‌ ହିଷ୍ଟ୍ରିରେ ରହିପାରିବ।

Advertisment

ସେହିପରି ଟ୍ୱିଟରରେ ଆଡ୍ସ ଆଣ୍ଡ ବଟ୍ସ ନ ରଖିବାକୁ ମସ୍କ ଚାହାନ୍ତି। ଅର୍ଥାତ ଅଯଥା ବିଜ୍ଞାପନ ଓ ସ୍ପାମ ଲିଙ୍କ ଯେପରି ନ ଆସିବ ସେନେଇ ମସ୍କ ଟ୍ୱିଟରରେ ପରିବର୍ତ୍ତନ ଆଣିପାରନ୍ତି।

ଟ଼୍ବିଟରର ଆଲଗୋରିଦିମ୍‌ରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ସେ ଇଛା ପ୍ରକାଶ କରିଛନ୍ତି। ଅର୍ଥାତ ଟ୍ୱିଟରର ଫିଚରରେ ପରିବର୍ତ୍ତନ ଆଣି ୟୁଜରମାନଙ୍କୁ ଅଧିକ ଫଟୋ ଅପଲୋଡ୍, ଅଧିକ ତଥ୍ୟ ଉପସ୍ଥାପନ ଭଳି ବ୍ୟବସ୍ଥା କରାଇବା ସପକ୍ଷରେ ମସ୍କ ଅଛନ୍ତି।

Advertisment

ବାକ୍ ସ୍ୱାଧୀନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଥିଲେ ମସ୍କ। ଏକ ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର ବୋଲି ସେ କହିଥିଲେ। 

୨୦୨୧ରେ ଡୋର୍ସି, ସିଇଓ ପଦ ଛାଡ଼ିବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ ହୋଇଥିଲେ। ଏଲନ ମସ୍କଙ୍କ ହାତକୁ ଟ୍ୱିଟର ଚାଲିଯିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ ଦେଖାଦେଇଛି ଅନିଶ୍ଚିତତା । ଏପରିକି ମସ୍କ ପରାଗଙ୍କୁ ଟ୍ୱିଟରରୁ ବାହାର ରାସ୍ତା ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ