Advertisment

ଲିଫ୍ଟ ନେଇଗଲା ମହିଳାଙ୍କ ଜୀବନ ! ୯ ମହଲାରେ ରହିଗଲା, ୩ ଦିନ ପରେ ଖୋଲିଲା

ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Body In Lift

Body In Lift

ବଡ଼ ବଡ଼ ସହର ଗୁଡ଼ିକରେ ଏବେ ଯୁଆଡ଼େ ଦେଖିବେ ଖାଲି ବଡ଼ ବଡ଼ କୋଠା । ଆଉ ଏତେ ବଡ଼ କୋଠା ଉପରକୁ ସବୁବେଳେ ପାହାଚରେ ଯିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ତେଣୁ ସବୁ କୋଠାରେ ଲିଫ୍ଟ ବ୍ୟବସ୍ଥା କରାଯାଇଥାଏ । ଏହା ଏବେ ଏକ ଅତ୍ୟନ୍ତ ସାଧାରଣ କଥା । କିନ୍ତୁ ଆମ କାହାଣୀ ଆଜି ସେହି ଲିଫ୍ଟକୁ ନେଇ । 

Advertisment

ଆପଣ ଜାଣିଥିବେ ଏବେ ଅନେକ ଲୋକ ଲିଫ୍ଟରେ ଯିବା ଆସିବା କରିବାକୁ ଭୟ କରନ୍ତି । ଏମିତିକି କିଛି ଲୋକ ଅଛନ୍ତି ଯେଉଁମାନେ ଯେତେ କଷ୍ଟ ହେଲେ ବି ପାହାଚରେ ଚଢ଼ି ଯିବାକୁ ପସନ୍ଦ କରନ୍ତି କିନ୍ତୁ ଲିଫ୍ଟରେ ଯାଆନ୍ତି ନାହିଁ । କାରଣ ସେମାନଙ୍କ ମନରେ ଭୟ ଥାଏ, କାଳେ ଲିପ୍ଟ ଉପରୁ ତଳକୁ ଖସି ପଡ଼ିବ କି ? କାଳେ ଲିଫ୍ଟ ଭିତରେ ସେ ଫସିଯିବେ କି ? କିମ୍ବା ଲିଫ୍ଟ ଆଉ ଖୋଲିବନି ଯଦି ? ନଚେତ୍‌ ଲିଫ୍ଟରେ ଥିବା ବେଳେ ଲାଇନ୍‌ କଟିଯିବ ଯଦି ? ଲିଫ୍ଟକୁ ଭୟ କରୁଥିବା ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଆସିଥାଏ । 

ଠିକ୍ ଏମିତି ଏକ ଲିଫ୍ଟକୁ ନେଇ ଆଜିର କାହାଣୀ...

ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା । ସେ ଭିତରେ ଥାଇ ଯେତେ ଚେଷ୍ଟା କଲେ ବି ଆଉ ବାହାରି ପାରିନଥିଲେ । ଶେଷରେ ଲିଫ୍ଟ ଖୋଲିବା ପରେ ଯେତେବେଳେ ତାଙ୍କୁ ଉଦ୍ଧାର କରାଗଲା, ସେତେବେଳେ ତାଙ୍କ ଦେହରେ ଆଉ ପ୍ରାଣବାୟୁ ନଥିଲା ।  

Advertisment

ଏଭଳି ଏକ ଦୁଃଖଦ ଘଟଣା ଉଜବେକିସ୍ତାନର ତାସକେଣ୍ଟରୁ ଆସିଛି । ଜଣେ ପୋଷ୍ଟୱମ୍ୟାନ ଓଲଗା ଲେଓନଟୟେଭା ଲିଫ୍ଟ ଭିତରେ ୩ ଦିନ କାଳ ଫସି ରହି ପ୍ରାଣ ହରାଇଛନ୍ତି। ସେ ୩ ଦିନ ହେଲା ଲିଫ୍ଟ ଭିତରେ ଫସି ରହିଥିଲେ ହେଁ କେହି ବି ତାଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ। ଶେଷରେ ସେ ସେହି ସ୍ଥାନରେ ଆଖି ବୁଜିଛନ୍ତି।

ରିପୋର୍ଟ ଅନୁସାରେ ଓଲଗା ଉଦ୍ଧାର ପାଇଁ ୯ ମହଲା ବିଶିଷ୍ଟ ବିଲଡିଂର ଟପ୍‌ ଫ୍ଲୋର୍‌ରୁ ଚିତ୍କାର କରିଥିଲେ। କିନ୍ତୁ ବାରମ୍ବାର ଚିତ୍କାର ସତ୍ତ୍ୱେ କାହାକୁ ବି ଏହା ଶୁଣା ଯାଇ ନଥିଲା। ଜୁଲାଇ ୨୪ରେ ତାଙ୍କ ପରିବାର ଲୋକ ପୋଲିସ୍‌ରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ହେଲେ ନିଖୋଜ ରିପୋର୍ଟ କରିବାର ଦିନକ ପରେ ୩୨ ବର୍ଷୀୟ ଓଲଗାଙ୍କ ମୃତଦେହ ଲିଫ୍ଟ ଭିତରୁ ମିଳିଥିଲା । ଓଲଗା ତାଙ୍କର ୬ ବର୍ଷୀୟ ଝିଅ ସହ ରହୁଥିଲେ। ଏବେ ମା’ ଚାଲି ଯିବାରୁ ପିଲାଟି ଏକା ହୋଇଯାଇଛି।

ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଲିଫ୍ଟଟି ଗୋଟିଏ ଚାଇନିଜ କମ୍ପାନୀ ତିଆରି କରିଥିଲା। ଏହା ଠିକ ଠାକ ମଧ୍ୟ ରହିଥିଲା। କିନ୍ତୁ ଏହାର ପଞ୍ଜୀକରଣ ହୋଇ ନଥିଲା। ରିଜିଓନାଲ ଇଲେକ୍ଟ୍ରିସିଟି ନେଟୱର୍କସ ନିଶ୍ଚିତ କରିଛି ଯେ ଘଟଣା ଦିନ କୌଣସି ପ୍ରକାରର ବିଜୁଳି କାଟ ହୋଇନଥିଲା। ତେଣୁ ଲିଫ୍ଟର ତ୍ରୁଟି କାରଣରୁ ଓଲଗାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ଲିଫ୍ଟ ତିଆରି କରିଥିବା କମ୍ପାନୀ ଓ ବିଲଡିଂ ସୁରକ୍ଷାକର୍ମୀଙ୍କ ଭୂମିକାକୁ ନେଇ ତଦନ୍ତ କରୁଛି ପୋଲିସ ।

Advertisment
Advertisment