Advertisment

ବିନ୍ଦୁଏ ରକ୍ତ ଖୋଲିଦେଲା ୩୦ ବର୍ଷ ତଳର ହତ୍ୟା ଗୁମର

ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ଲାଗିଥିଲା ତିନି ଦଶନ୍ଧି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ହିଁ ଖୋଲିଦେଲା ହତ୍ୟା ଗୁମର।

ଅଦ୍ୟତନ ହୋଇଛି
 Double Murder Case

double murder case revealed after 30 years

Advertisment

ଜଣେ ହତ୍ୟାକାରୀ ହତ୍ୟାକାଣ୍ଡ ଘଟାଇବା ପରେ ସବୁ ପ୍ରମାଣ ହଟାଇବାକୁ ଚେଷ୍ଟା କରିଥାଏ। ହତ୍ୟାକାରୀ ଯେତେ ଚାଲାକ ହେଉ ନା କାହଁକି ପୋଲିସ କିନ୍ତୁ ତା’ ପାଖରେ ପହଞ୍ଚି ଯାଇଥାଏ। ଏମିତି ରୋମାଞ୍ଚକର ହତ୍ୟାକାହାଣୀ ଆପଣ ଅନେକ ଶୁଣିଥିବେ। ହେଲେ ଆମେରିକାର ଏହି ହତ୍ୟା କାହାଣୀ ଏ ସବୁଠାରୁ ଊର୍ଦ୍ଧ୍ୱରେ। ଅପରାଧୀ ପାଖରେ ପହଞ୍ଚିବା ପାଇଁ ପୋଲିସକୁ ତିନି ଦଶନ୍ଧି ଲାଗିଥିଲା। ତିନି ଦଶନ୍ଧି ପୂର୍ବରୁ ହୋଇଥିବା ଏକ ଡବଲ ମର୍ଡରର ରହସ୍ୟ ଆମେରିକା ପୋଲିସ ଉନ୍ମୋଚନ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ବିନ୍ଦୁଏ ରକ୍ତ ସାହାଯ୍ୟରେ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚି ପାରିଛି। ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକାର ବର୍ମୋଣ୍ଟ ରାଜ୍ୟରେ ଏପରି ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।

Advertisment

ବର୍ମୋଣ୍ଟ ପୋଲିସର କହିବା ଅନୁଯାୟୀ, ୧୯୮୯ରେ ଡେନ୍‌ବୀରେ ରହୁଥିବା ୭୬ ବର୍ଷ ବୟସ୍କ ଜର୍ଜ ପିକାକ ଓ ତାଙ୍କ ପତ୍ନୀ ୭୩ ବର୍ଷୀୟ କାଥରିନ ପିକକ୍‌ଙ୍କର ମୃତ ଦେହକୁ ପୋଲିସ ତାଙ୍କ ଘରୁ ଜବତ କରିଥିଲା। ଦମ୍ପତିଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ହତ୍ୟାକାରୀ ସମ୍ପର୍କରେ କୌଣସି ପ୍ରମାଣ ପାଇ ନ ଥିଲା। ଫଳରେ ହତ୍ୟାକାରୀ ପାଖରେ ପହଞ୍ଚିବା ପୋଲିସ ପାଇଁ ଏକ ଚାଲେଞ୍ଚ ଥିଲା। ହେଲେ ୩୦ ବର୍ଷ ପରେ ପୋଲିସକୁ ଏପରି କିଛି ସୁରାକ ମିଳିଥିଲା ଯାହାର ସହାୟତାରେ ପୋଲିସ ହତ୍ୟାକାରୀକୁ ଧରି ପାରିଛି।

ଅଧିକ ପଢ଼ନ୍ତୁ: ସଦା ଯୌବନ ପାଇଁ ନର ବଳି ! ଶବକୁ ୫୬ ଖଣ୍ଡ; କାନ୍ଥରେ ଲଗାଇଲେ ରକ୍ତ ଛିଟା, ରାନ୍ଧି ଖାଇଲେ ମାଂସ

Advertisment

ବର୍ମୋଣ୍ଟ ପୋଲିସ ସୂଚନା ଅନୁଯାୟୀ,ଏହି ଡବଲ ମର୍ଡର କେସରେ ପୋଲିସ ୭୯ ବର୍ଷୀୟ ଏନ୍ଥନି ଲୁଇସଙ୍କୁ ଗୁରୁବାର ଗିରଫ କରିଛି। ତାଙ୍କୁ ବର୍ମୋଣ୍ଟ ପୋଲିସକୁ ପ୍ରତ୍ୟାର୍ପଣ କରାଯିବା ପରେ ଜେଲ୍‌ରେ ରଖାଯାଇଛି। ପ୍ରକୃତ କଥା ହେଲା, ଲୁଇସ ମୃତ ଦମ୍ପତିଙ୍କର ସମ୍ପର୍କରେ ଜ୍ୱାଇଁ ହେବେ। ହତ୍ୟା ସମୟରେ ଲୁଇସଙ୍କ ବିବାହ ଏହି ମୃତ ଦମ୍ପତିଙ୍କ ଝିଅ ସହ ହୋଇଥିଲା।

ଦମ୍ପତିଙ୍କ ହତ୍ୟାର ୨ ସପ୍ତାହ ପରେ ଶ୍ୱଶୁର ଘର ଲୋକେ ତାଙ୍କୁ ସନ୍ଦେହ କରିଥିଲେ। ପୋଲିସ ଲୁଇସଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବା ପାଇଁ ବହୁତ ଚେଷ୍ଟା କରିଥିଲା। ହେଲେ ସଫଳ ହୋଇ ପାରି ନ ଥିଲା। ପୋଲିସ ହାତରେ କୌଣସି ପ୍ରମାଣ ନ ଲାଗିବାରୁ ସମୟ କ୍ରମେ ଏହି ହତ୍ୟାକାଣ୍ଡର ଫାଇଲ ବନ୍ଦ ହୋଇଗଲା। ଦୀର୍ଘ ବର୍ଷ ପରେ ହଠାତ୍‌ ଜଣେ ନୂଆ ଅଫିସରଙ୍କର ଏହି ମର୍ଡର କେସ ପ୍ରତି ଆଗ୍ରହ ବଢିଲା। ସେ ଏହି କେସ୍‌କୁ ପୁଣି ଖୋଲିବାକୁ ଚାହିଁଲେ। ୨୦୨୦ରେ ଫୋରେନ୍‌ସିକ ଟିମ୍‌ ଏକ ରିପୋର୍ଟ ଦେଇଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା।

Advertisment

ଟିମ୍‌ ପକ୍ଷରୁ କୁହାଯାଇଥିଲା, ୧୯୮୯ରେ ଲୁଇସ କାର ଭିତରେ ରକ୍ତ ଗୋଟିଏ ବୁନ୍ଦା ପଡିଥଇଲା ଯାହା ଜର୍ଜ ପିକକଙ୍କର ଥିଲା। ଦୁହିଁଙ୍କର ଡିଏନଏ ମ୍ୟାଚ କରାଗଲା। ପ୍ରକୃତରେ ହତ୍ୟାର ଏକ ମାସ ପରେ ପୋଲିସକୁ ଲୁଇସଙ୍କ କାର ଭିତରୁ ରକ୍ତବୁନ୍ଦାର ସନ୍ଧାନ ମିଳିଥିଲା । କିନ୍ତୁ ସେତେବେଳେ କେହି ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଏହାକୁ ସେତେବେଳେ ଲ୍ୟାବ ଟେଷ୍ଟ ପାଇଁ ବି ପଠା ଯାଇ ନଥିଲା। ପରେ ନୂଆ ତଦନ୍ତକାରୀ ଅଫିସୀ ଏହାକୁ ପରୀକ୍ଷା ପାଇଁ ଲାବକୁ ପଠାଇଥିଲେ। ଏହି ରିପୋର୍ଟ ହିଁ ତାଙ୍କୁ ହତ୍ୟାକାରୀ ପାଖରେ ପହଞ୍ଚାଇଥିଲା।

Double Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ