Advertisment

କାବୁଲ ବିସ୍ଫୋରଣରେ ୧୩ ଆମେରିକୀ ଓ ୨୮ ତାଲିବାନୀ ସେନା ନିହତ

କାବୁଲ ବିସ୍ଫୋରଣରେ ୧୦୩ ଜଣଙ୍କ ଜୀବନ ଗଲାଣି। ୧୩ ଆମେରିକୀ ସେନାଙ୍କ ସମେତ ୨୮ ତାଲିବାନୀଙ୍କର ମୃତ୍ୟୁ ଘଟିଛି।

28 taliban militants killed

28 taliban militants killed

Advertisment

କାବୁଲ୍‌:ଆଫଗାନିସ୍ତାର କାବୁଲ୍‌ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣରେ ୧୦୩ ଜଣଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରେ ୮୫ ସାଧାରଣ ନାଗରିକ ଏବଂ ୧୩ ଜଣ ଆମେରିକା ସେନା ଅଛନ୍ତି। ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି।  ବିମାନବନ୍ଦରରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) । ଏହା ସହିତ ଆଇଏସ୍ ପକ୍ଷରୁ ବିସ୍ଫୋରଣକାରୀର ଏକ ଛବି ମଧ୍ୟ ଜାରି କରାଯାଇଛି ।  
ତେବେ କୁହାଯାଉଛି, ଏହି ଆତ୍ମଘାତୀ ବିସ୍ଫୋରଣରେ ତାଲିବାନର ୨୮ ଜଣଙ୍କ ଜୀବନ ଯାଇଛି। ନ୍ୟୁଜ ଏଜେନ୍ସି ଅନୁସାରେ, ତାଲିବାନ ପକ୍ଷରୁ କୁହାଯାଇଛି, ଏହି ବିସ୍ଫୋରଣରେ ୨୮ ତାଲିବାନୀ ସେନାଙ୍କର ମୃତ୍ୟୁ ଘଟିଛି। ଏମାନେ କାବୁଲ ବିମାନବନ୍ଦର ବାହାରେ ମୁତୟନ ଥିଲେ। ତେବେ ଏହି ବିସ୍ଫୋରଣରେ ଆମେରିକ ବେଶି ଲୋକଙ୍କୁ ହରାଇଛି।

Advertisment

ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଗୁରୁବାର ହାମିଦ କାରଜଇ ଇଣ୍ଟରନାଶନାଲ ଏୟାରପୋର୍ଟର ଗେଟ୍‌ ପାଖରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏହାର କିଛି ସମୟ ପରେ ବିମାନବନ୍ଦର ନିକଟ ଏକ ହୋଟେଲ ପାଖରେ ୨ୟ ବିସ୍ଫୋରଣ ହୋଇଥିଲା। ଏଠାରେ ବ୍ରିଟେନ ସୈନ୍ୟମାନେ ଥିଲେ। ବିମାନ ବନ୍ଦର ବାହାରେ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ଆତ୍ମଘାତୀ ଆକ୍ରମଣକାରୀ ଥିଲେ। ତୃତୀୟ ବ୍ୟକ୍ତି ଜଣକ ବନ୍ଧୁକ ସହ ଆସିଥିଲେ।
ୟୁଏସ ସେଣ୍ଟ୍ରାଲ କମାଣ୍ଡ ଜେନରାଲ  ମ୍ୟାକେଞ୍ଜି କହିଛନ୍ତି, ଏବେ ବି ୫ ହଜାରରୁ ଅଧିକ ଲୋକ କାବୁଲ ଏୟାର ପୋର୍ଟରେ ଅପେକ୍ଷା କରି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧ ହଜାର ଆମେରିକୀୟ। ୧୪ ଅଗଷ୍ଟରୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ ହଜାର ଆମେରିନୀ ନାଗରିକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଏମାନଙ୍କ ମଧ୍ୟରୁ ୬୬ ହଜାର ଆମେରିକା ଏବଂ ୩୭ ହଜାର ସହଯୋଗୀ ଦେଶର ନାଗରିକ ଅଟନ୍ତି। 

Taliban Militants Killed Explosion Outside Kabul Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ