Blast
ପଣି ଏକ ଛାତି ଥରାଇଲା ଭଳି ଘଟଣା । ଉଜୁଡ଼ିଗଲା ୨୦ ପରିବାର । ବାଣ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ । ଚାଲିଗଲା ୨୦ ଜଣଙ୍କ ଜୀବନ । ଥାଇଲାଣ୍ଡର ସୁଫାନ ବୁରୀ ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ଏଠାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁ ପାଖାପଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ବୁଧବାର ମଧ୍ୟ ଥାଇଲାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଜାରି ରଖିଛି । ସେପଟେ ଉଦ୍ଧାର କରି ଦଳ ୨୦ ଟି ମୃତଦେହ ଉଦ୍ଧାର କରିଛନ୍ତି। ତେବେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ଭିତିରି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Blast_1705495735.jpg)