Advertisment

ତାଲିବାନର ଦୁଇ ରୂପ: ନିଜେ ମଉଜମସ୍ତି କରୁଛି, ମହିଳାଙ୍କ ଉପରେ କଟକଣା ଲଗାଉଛି

ତାଲିବାନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ କାମ କରିବା ଉପରେ ବି କଟକଣା ଲଗାଇଛି ତାଲିବାନ। ତେବେ ଅନେକ ମହିଳା ତାଲିବାନର ନିର୍ଦ୍ଦେଶ ଅମାନ୍ୟ କରି କାମକୁ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଆଫଗାନିସ୍ତାନର ବରିଷ୍ଠ ଆଦିବାସୀ ନେତାଙ୍କୁ ଭେଟିଛନ୍ତି। ମହିଳା ଓ ସଂଖ୍ୟାଲଘୁକୁ ସାମିଲ କରି ତାଲିବାନ ଏକ ଇନକ୍ଲୁସିଭ୍ ସରକାର ଗଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Afgan Women

Afgan Women

Advertisment

କାବୁଲ: ସାମ୍ରାଜ୍ୟବାଦର କବରସ୍ଥାନ ଓ ସେମାନଙ୍କ ଯୁଦ୍ଧ ସରଞ୍ଜାମ। କାବୁଲ ବିମାନ ବନ୍ଦରରେ ତାଲିବାନ ଫାଇଟର ଅଚଳ ପଡିଥିବା ଆମେରିକୀୟ ବିମାନ ଡେଣାରେ ରଶି ଲଗାଇ ଦୋଳି ଖେଳିବା ଭିଡିଓରେ ଏଭଳି କ୍ୟାପସନ ଦେଇ ତାଚ୍ଛଲ୍ୟ କରିଛି ଚୀନ୍। ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜାନ୍ ଏହି ଭିଡିଓ ରିଟ୍ୱିଟ୍ କରି ଆମେରିକାକୁ ଟାର୍ଗେଟ କରିଛନ୍ତି। ତେବେ ରୋଚକ କଥା ହେଉଛି ତାଲିବାନ କିଭଳି ଶାସନ ଦେବ ତାକୁ ନେଇ ସାରା ବିଶ୍ୱରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଏହାର ଫାଇଟରଙ୍କୁ ମଉଜମସ୍ତି କରିବାର ଦେଖିବାକୁ ମିଳୁଛି। ପୂର୍ବରୁ ତାଲିବାନ ଲଢାକୁ ଟୟ କାରରେ ବୁଲିବା ଏବଂ ଜିମ୍‌ରେ ନିଆରା ଢଙ୍ଗରେ ବାୟାମ କରିବାର ଭିଡିଓ ଭାଇରାଲ ହୋଇଥିଲା।

Advertisment

ନିଜେ ମଉଜମସ୍ତି କରୁଥିଲେ ମଧ୍ୟ ଆଫଗାନ୍ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ କଟକଣା ଲଗାଇ ଚାଲିଛି ତାଲିବାନ। ମହିଳାମାନେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି କହିଛି ଆତଙ୍କୀ ସଂଗଠନ। ତେବେ ସେମାନଙ୍କୁ ଛାତ୍ରଙ୍କ ସହ ବସିବାକୁ ଦିଆଯିବ ନାହିଁ। ସେହିପରି ସେମାନଙ୍କ ଲାଗି ହିଜାବ ଓ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ ହେବ। ଅନ୍ତରୀଣ ସରକାରରେ ଉପ-ଶିକ୍ଷାମନ୍ତ୍ରୀ  ଅବଦ୍ଦୁଲ ବାକି ହକାନୀ ଦେଶର ନୂଆ ଉଚ୍ଚଶିକ୍ଷାନୀତି ଘୋଷଣା କରିଛନ୍ତି।

ତାଲିବାନ ସରକାରରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିବା ବେଳେ ସେମାନଙ୍କ କାମ କରିବା ଉପରେ ବି କଟକଣା ଲଗାଇଛି ତାଲିବାନ। ତେବେ ଅନେକ ମହିଳା ତାଲିବାନର ନିର୍ଦ୍ଦେଶ ଅମାନ୍ୟ କରି କାମକୁ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ ଆଫଗାନିସ୍ତାନର ବରିଷ୍ଠ ଆଦିବାସୀ ନେତାଙ୍କୁ ଭେଟିଛନ୍ତି। ମହିଳା ଓ ସଂଖ୍ୟାଲଘୁକୁ ସାମିଲ କରି ତାଲିବାନ ଏକ ଇନକ୍ଲୁସିଭ୍ ସରକାର ଗଢିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Advertisment

ସେପଟେ ପାକିସ୍ତାନ ଓ ଆଇଏସଆଇର ହସ୍ତକ୍ଷେପ ଯୋଗୁଁ ଆଫଗାନିସ୍ତାନର ଭବିଷ୍ୟତ ନଷ୍ଟ ହୋଇଯାଇଛି ଓ ଦେଶ ପୁଣି ଏକ ଯୁଦ୍ଧ ଆଡକୁ ଅଗ୍ରସର ହେଉଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଲିବାନ ଅନ୍ତରୀଣ ସରକାରର ଉପମନ୍ତ୍ରୀ ଥିବା ମୁଲ୍ଲା ଫାଜେଲ ଅଖୁନ୍ଦ ଅନ୍ତରୀଣ ସରକାରର ରୂପରେଖ ଯାହା ହେଲା ତାହା କେବେବି ତାାଲିବାନର ଯୋଜନା ନଥିଲା ବୋଲି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଅଭିଓ ଟେପ୍‌ରେ କହିଛନ୍ତି।

ଫାଜେଲ୍ ସବୁ ପକ୍ଷଙ୍କୁ ନେଇ ମୁଲ୍ଲା ବରାଦରଙ୍କ ନେତୃତ୍ୱରେ ଏକ ଇନକ୍ଲୁସିଭ୍ ସରକାର ଗଠନ କରିବାକୁ ଲକ୍ଷ୍ୟରେ ଥିଲା ମାତ୍ର ଆଇଏସଆଇ ମୁଖ୍ୟ ହମିଦ୍ ଫୈଜଙ୍କ ହସ୍ତକ୍ଷେପ ଯୋଗୁଁ ମୁଲ୍ଲା ହାସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ସହ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସରକାରରେ ସାମିଲ କରାଯାଇଥିଲା। ଏହାକୁ ନେଇ ହକାନୀ ଓ ବରାଦର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ମୁଲା ବରାଦର ଗୁରୁତର ଆହତ ବି ହୋଇଥିଲେ। ଅନ୍ୟପକ୍ଷରେ ନରମପନ୍ଥୀ ନେତାକୁ ଉପେକ୍ଷା କରି କ୍ରୁର ହକାନୀ ନେଟ୍ଓ୍ୱର୍କ ନେତାଙ୍କୁ କ୍ଷମତା କେନ୍ଦ୍ର କରାଯାଇଥିବାରୁ ଆଫଗାନ ସରକାର ବେଶୀ ଦିନ ତିଷ୍ଠିବ ନାହିଁ ବୋଲି କୁହାଯାଉଛି।

Advertisment
Taliban Women Safety
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ