Advertisment

କୋହ ଭରା କାହାଣୀ; ପେଟ ପାଇଁ ମୃତ ପ୍ରିୟଜନଙ୍କ ମାଂସ ହେଲା ସାହାରା

୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣା। ମୃତ ପ୍ରିୟଜନଙ୍କ ମାଂସ ଖାଇ ବଞ୍ଚାଉଥିଲେ ଜୀବନ।

ଅଦ୍ୟତନ ହୋଇଛି
Plan Crash

Plan Crash

Advertisment

କେବେ ନା କେବେ ଆପଣଙ୍କ ସହ ଏମିତି କିଛି ଘଟଣା ଘଟିଥିବ ଯାହା ଏବେବି ମନେପଡ଼ିଲେ ଛାତି କୋହରେ ବିଦାରି ହୋଇଯାଉଥିବ। ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା କୌଣସି ଇତିହାସ ନୁହେଁ କି କାହାଣୀ ବି ନୁହେଁ ବରଂ ସମ୍ପୁର୍ଣ୍ଣ ସତ। ଏହାକୁ ନେଇ  OTT ପ୍ଲାଟଫର୍ମରେ ଏକ ଚଳଚ୍ଚିତ୍ର "Society of the Snow"  ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ୧୯୭୨ ମସିହା ଆଣ୍ଡେସ୍‌ ମାଉଣ୍ଟେନ୍ ବିମାନ ଦୁର୍ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଛି। ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଡକ୍ଟର ରୋବର୍ଟ କାନେସା କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ନିର୍ମାଣ ଅନେକ ଅନୁଭୂତିକୁ ପୁଣିଥରେ ମନେପକାଇ ଦେଇଛି।

Advertisment

କାନେସାଙ୍କ କହିବାନୁଯାୟୀ ଯେବେ ଦୁର୍ଘଟଣା ଘଟିଥିଲା ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ସେ ନିଜର ‘Rugby’ ଦଳର ସଦସ୍ୟଙ୍କ ସହିତ ଯିବା ସମୟରେ ପ୍ଲେନ କ୍ରାସ ହୋଇଥିଲା। ବିମାନର ସମ୍ପୁର୍ଣ୍ଣ ଅଂଶ ନଷ୍ଟ ମଧ୍ୟ ହୋଇଯାଇଥିଲା। ଅନେକ ମୃତାହତ ହୋଇଥିଲେ। ହେଲେ ଯେଉଁମାନେ ମୃତ୍ୟୁମୁଖରୁ ବର୍ତ୍ତିଥିଲେ, ସେମାନେ ବରଫ ପାହାଡ଼ ଉପରେ ଜୀବନ ବଞ୍ଚାଇବାକୁ ରାହା ଖୋଜୁଥିଲେ। ବିଛିନ୍ନାଞ୍ଚଳରେ ପ୍ରବଳ ଥଣ୍ଡା ସହ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିଲା। କେତେଦିନ ଆଉ ଭୋକ ଉପାସରେ ଜୀବନ ବିତାଇବେ କିଛି ବୁଦ୍ଧିବାଟ ଦିଶୁ ନ ଥିଲା। ସେଠାରେ ବଞ୍ଚିବା ବେଶ୍ କଷ୍ଟସାଧ୍ୟ ଥିଲା। ଯାହାକୁ ନେଇ Netflixର OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଚଳଚ୍ଚିତ୍ର "Society of the Snow" ।

ପ୍ରକାଶଥାଉ ଯେ ମୋଣ୍ଟେଭିଡ଼ିଓ ଉରୁଗୁଏରୁ ସାଣ୍ଟିଆଗୋ ଚାଲିକୁ ଉଡାଣବେଳେ Uruguayan Air Force Flight 571ର ଚାଟାର୍ଡ FH-227D ବିମାନଟି ଅକ୍ଟୋବର ୧୩ ତାରିଖ ୧୯୭୨ରେ ଆଣ୍ଡେସ ମାଉଣ୍ଟେନରେ ବାଡେଇ ହୋଇ କ୍ରାସ ହୋଇଯାଇଥିଲା।

Advertisment

୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣାରୁ ବଞ୍ଚିଥିବା ବ୍ୟକ୍ତିମାନେ ବଞ୍ଚିବା ପାଇଁ ସେମାନଙ୍କୁ ଅନେକ କଠିନରୁ କଠିନ ସଂଘର୍ଷ କରିବାକୁ ପଡ଼ିଥିଲା। ୪୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୬ଜଣ ଏଭଳି କଠିନ ପରିସ୍ଥିତି ସହ୍ୟ କରିବାରେ ସଫଳ ହୋଇଥିଲେ ମଧ୍ୟ ବିନା ଖାଦ୍ୟରେ ବରଫ ପାହାଡ଼ ମଧ୍ୟରେ ସେମାନଙ୍କୁ ଭୟଙ୍କର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା।

ଡକ୍ଟର ରୋବର୍ଟୋ କାନେସା ୨୦୧୬ରେ ତାଙ୍କ ଏକ ପୁସ୍ତକରେ ଲେଖିଛନ୍ତି "I Had to Survive: How a Plane Crash in the Andes Inspired My Calling to Save Lives," ମୋତେ ବଞ୍ଚିବାକୁ ପଡୁଥିଲା: ଆଣ୍ଡେସ ମାଉଣ୍ଟେନ୍ ବିମାନ ଦୁର୍ଘଟଣା ଜୀବନ ବଞ୍ଚାଇବାକୁ ମୋତେ ପ୍ରେରଣା ଯୋଗାଇଲା’।

Advertisment

ସବୁଠୁ ବଡ଼କଥା ହେଲା ଯେଉଁମାନେ ଏହି ଦୁର୍ଘଟଣାରୁ ବଞ୍ଚିଥିଲେ କିଛିଦିନ ପରେ ଖାଦ୍ୟ ନ ପାଇ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁ କରୁ ଶେଷରେ ନିସ୍ପତ୍ତି ନେଲେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମାଂସ ଖାଇ କିଛି ଦିନ ରହିଯିବେ। ଶେଷରେ ସେଇଆ ହିଁ କଲେ, ନିଜର ପ୍ରିୟ ବନ୍ଧୁଙ୍କ ମାଂସ ସେମାନଙ୍କୁ ବଞ୍ଚିବାର ରାହା ଯୋଗାଇଥିଲା। 

ଡକ୍ଟର ରୋବୋର୍ଟ କାନେସା ନିଜର ପୁସ୍ତକରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ, ଖାଦ୍ୟ ନ ପାଇ ଜୀବନ ବଞ୍ଚାଇବାକୁ ନିଜର ପ୍ରିୟଜନଙ୍କ ମୃତଦେହରୁ ମାଂସ କାଟି ଖାଇବା ସମୟରେ ଅନେକ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼ିଥିଲା ସେମାନଙ୍କୁ। ତେବେ ଏଭଳି କରିବାକୁ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଥିଲା। ସେଦିନର ସେଇ ଲୋମଟାଙ୍କୁରା କଥା ମନେ ପଡ଼ିଲେ ଏବେ ବି ଦେହ ଥରି ଯାଉଛି।

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: