Advertisment

ଓମାନରେ ସମୁଦ୍ରରେ ବୁଡି ଯାଇଛି ତେଲ ଟ୍ୟାଙ୍କର, ମିଳୁନି ୧୩ ଭାରତୀୟଙ୍କ ପତ୍ତା

ଓମାନରେ ସମୁଦ୍ରରେ ବୁଡି ଯାଇଛି ଏକ ତେଲ ଟ୍ୟାଙ୍କର । ଟ୍ୟାଙ୍କରରେ ଥିବା ୧୬ ଜଣ କ୍ରିଉ ନିଖୋଜ । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଜଣ ଶ୍ରୀଲଙ୍କାର । ସର୍ଚ୍ଚ ଅପରେସନରେ ସାମିଲ ହେଲା ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ

ଅଦ୍ୟତନ ହୋଇଛି
13 Indians Missing Oil Tanker Sinks Off Oman Coast

13 Indians missing

Advertisment

ଓମାନ୍ ସମୁଦ୍ରରେ ତେଲ ଟ୍ୟାଙ୍କର ଜାହାଜ ବୁଡି ନିଖୋଜ ୧୩ ଭାରତୀୟଙ୍କ ପତ୍ତା ମିଳୁନି। ୪୮ ଘଣ୍ଟା ପରେ ବି ସେମାନଙ୍କର କୌଣସି ସନ୍ଧାନ ମିଳିନି। ସର୍ଚ୍ଚ ଅପରେସନରେ ସାମିଲ ହୋଇଛି ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ୍ ତେଗ୍। ଏଥିସହ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି ଭାରତର ସାମୁଦ୍ରିକ ସର୍ଭିଲାନ୍ସ ବିମାନ P-81।

Advertisment

ଓମାନ୍ ସମୁଦ୍ରରେ ତେଲ୍ ଟ୍ୟାଙ୍କର ବୁଡି ୧୩ ଭାରତୀୟଙ୍କ ସମେତ ୧୬ ଜଣ କ୍ରିଉ ମେମ୍ବର। ୩ ଜଣ ହେଉଛନ୍ତି ଶ୍ରୀଲଙ୍କାର ନାଗରିକ। ଓମାନର ମେରିଟାଇମ୍ ସିକ୍ୟୁରିଟି ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନ୍ଦର ସହର ଡିଉକମ୍ ନିକଟବର୍ତ୍ତୀ ରାସ୍ ମେଡ୍ରାକାଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୫ ନୌଟିକାଲ ମାଇଲ୍ ଦୂରରେ ବୁଡ଼ି ଯାଇଥିଲା। ଏହି ଟ୍ୟାଙ୍କରର ନାଁ ହେଉଛି ପ୍ରେଷ୍ଟିଜ୍ ଫାଲକନ୍ ।

ସୂଚନା ଅନୁସାରେ ଗତ ସୋମବାର ଦିନ ଏହି ଟ୍ୟାଙ୍କର ବୁଡିଯିବା ପରେ ସେଥିରେ ଥିବା ୧୬ ଜଣଯାକ ଲୋକଙ୍କୁ ଖୋଜାଖୋଜି କରାଯାଉଛି। କିନ୍ତୁ ଏପର୍ଯନ୍ତ ସୁଦ୍ଧା କୌଣସି ସଫଳତା ମିଳିନି। ଏହି ଟ୍ୟାଙ୍କରଟି ୟେମିନି ବନ୍ଦରକୁ ଯାଉଥିଲା । ୧୧୭ ମିଟର ଲମ୍ବର ଏଇ ଟ୍ୟାଙ୍କରଟି ୨୦୦୭ ମସିହାରେ ନିର୍ମିତ ହୋଇଥିଲା।

Advertisment
Indians In Abroad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ