Advertisment

କାବୁଲରେ ବଡ଼ ଧରଣର ବିସ୍ଫୋରଣ, ଶହେ ନିରୀହଙ୍କ ଚାଲିଗଲା ଜୀବନ

ମୃତକଙ୍କ ମଧ୍ୟରେHazaras ଓ Shias ଗୋଷ୍ଠୀର ଛାତ୍ରଛାତ୍ରୀ ଅଧିକ ଅଛନ୍ତି।

ଅଦ୍ୟତନ ହୋଇଛି
 suicide bombing at a school

suicide bombing at a school

Advertisment

କାବୁଲରେ ବଡ଼ ଧରଣର ବିସ୍ଫୋରଣ। ଆତ୍ମଘାତୀ ବିସ୍ଫୋରଣରେ ୧୦୦ ଜଣଙ୍କ ମୃତ୍ୟୁ। କ୍ଷଣିକରେ ଚାଲିଗଲା ଛୋଟ ଛୋଟ ନିରୀହ ଜୀବନ। ଏହି ବିସ୍ଫୋରଣରେ ହାଜରା ଓ ସିଆସ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ସହର Dasht-e-Barchi ଅଞ୍ଚଳରେ ଥିବା କାଜ୍‌ ଶିକ୍ଷାକେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଛି। 

Advertisment

ସ୍ଥାନୀୟ ସାମ୍ବାଦିକ କରିଥିବା ଟ୍ୱିଟ୍‌ ଅନୁସାରେ ବିସ୍ଫୋରଣ ପରେ ଏଯାବତ୍‌ ୧୦୦ ଜଣଙ୍କ ମୃତଦେହ ମିଳିସାରିଛି। ମୃତଦେହ ମଧ୍ୟରେ ପ୍ରାୟତଃ ସମସ୍ତେ ଛାତ୍ରଛାତ୍ରୀ ଅଛନ୍ତି। କ୍ଲାସରୁମ୍‌ରେ  ଛାତ୍ରଛାତ୍ରୀମାନେ ଭିଡ଼ ଜମାଇଥିଲେ।  ତେବେ ମୃତକଙ୍କ ମଧ୍ୟରେ ହାଜରା ଓ ସିଆସ ଗୋଷ୍ଠୀର ଛାତ୍ରଛାତ୍ରୀ ଅଧିକ ଅଛନ୍ତି।ହାଜରା ଗୋଷ୍ଠୀ ଆଫଗାନିସ୍ତାନର ତୃତୀୟ ବୃହତ ଗୋଷ୍ଠୀ। 

Advertisment

ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଶିକ୍ଷାନୁଷ୍ଠାନକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆକ୍ରମଣ ପଛରେ କୌଣସି ଇସ୍‌ଲାମିକ ସଂଗଠନର ହାତ ଥିବା କୁହାଯାଉଛି। 

Advertisment

ପରୀକ୍ଷା ହଲ୍‌ରେ ଏହି ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ଆମେରିକା d'affaires Karen Decker। ଏହା କଡ଼ା ଭାଷାରେ ନିନ୍ଦା କରିବା ସହ ସମସ୍ତ  ପିଲା ପାଠପଢା ଜାରି ରଖିବା ସହ ନିର୍ଭୟ ଓ ଶାନ୍ତିପୂର୍ଣ୍ଣ ଭାବେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। 

Suicide Bombing Kabul School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ