Advertisment

ପେନ୍‌କିଲର ବଦଳରେ ସିରିଞ୍ଜ୍‌ରେ ଟ୍ୟାପ୍‌ ପାଣି ପୂରାଇ ଦେଲେ ରୋଗୀଙ୍କୁ, ଚାଲିଗଲା ୧୦ ଜୀବନ

ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Fake Medicine

Fake Medicine

ଇଞ୍ଜେକ୍‌ସନ୍‌ରେ ପାଣି ଦେଇ, ନର୍ସ ନେଇଗଲେ ୧୦ ଜୀବନ । ଏକଥା ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁଛି, ଆମେ ବି ସେତିକି ଆଚମ୍ବିତ ହୋଇଥିଲୁ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆମେରିକାର ଓରେଗନ୍‌ରୁ । ଏଠାକାର ଏକ ହସ୍ପିଟାଲର ଜଣେ ନର୍ସ ସିରିଞ୍ଜ୍‌ରେ ଔଷଧ ବଦଳରେ ପାଣି ପୁରାଇ ରୋଗୀଙ୍କୁ ଦେଇଥିଲେ । ଯାହାଫଳରେ ୧୦ ରୋଗୀଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲର ନର୍ସ ଜଣକ ନିଜେ ଔଷଧ ଚୋରି କରି ସେଥିରେ ଡ୍ରିପ୍‌ ମାଧ୍ୟମରେ ପାଣି ପୁରାଇ ରଖିଥିଲେ ।

Advertisment

'ନ୍ୟୁୟର୍କ ପୋଷ୍ଟ'ର ଏକ ରିପୋର୍ଟ ଅନୁଯାୟୀ ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଇଥିବା ଔଷଧ ଚୋରି ଘଟଣାର ତଦନ୍ତ କରୁଛି ପୋଲିସ । ଗତ ମାସ ଆରମ୍ଭରେ ହସ୍ପିଟାଲର ଅଧିକାରୀମାନେ ପୋଲିସକୁ ଜଣାଇଥିଲେ ଯେ ଜଣେ ପୂର୍ବତନ କର୍ମଚାରୀ ମେଡିକାଲରୁ ଔଷଧ ଚୋରି କରୁଥିବା ତାଙ୍କର ସନ୍ଦେହ ହେଉଛି । ସୂଚନାନୁସାରେ, ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ଏହା ମଧ୍ୟ ଜଣାପଡ଼ିଛି ଯେ ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ପେନ୍‌କିଲର ‘ଫେଣ୍ଟାନାଇଲ’ ଚୋରିକୁ ଲୁଚାଇବା ପାଇଁ ନର୍ସ ଜଣକ ରୋଗୀଙ୍କୁ ସିରିଞ୍ଜ୍‌ରେ ଟ୍ୟାପ୍‌ ପାଣି ପୁରାଇ ଦେଇଥିଲେ । ଏହି କାରଣରୁ, ୨୦୨୨ ପରଠାରୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିଲା । ଏହି ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ସମ୍ପର୍କୀୟ କହିଛନ୍ତି ଯେ ସଂକ୍ରମଣ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ଏହା ଏଥିପାଇଁ ଘଟିଥିଲା କାରଣ ପେନ୍‌କିଲର ବଦଳରେ ସିରିଞ୍ଜ୍‌ରେ ଟ୍ୟାପ୍ ପାଣି ଦେଇଥିଲେ ।

Advertisment

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ମେଡଫୋର୍ଡ ପୋଲିସ ନିଶ୍ଚିତ କରିଛି ଯେ ଡାକ୍ତରଖାନାରେ ଅତି କମରେ ଗୋଟିଏ ଘଟଣାର ତଦନ୍ତ କରୁଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ ରୋଗୀ ସେବା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଛି। ତଥାପି, ସେହି ରୋଗୀମାନଙ୍କ ଉପରେ ଏହାର ପ୍ରଭାବ କେତେ ପରିମାଣରେ ପଡ଼ିଛି ତାହା ସ୍ଥିର ହୋଇନାହିଁ । ତେବେ ଔଷଧ ଚୋରି କିମ୍ବା ଟାମ୍ପରିଂ ହେତୁ ଏହି ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ମୁହଁ ଖୋଲି ନାହିଁ କିମ୍ବା ସ୍ପଷ୍ଟ କରି ନାହିଁ ।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏବେ ଏହି ଘଟଣାର ଯାଞ୍ଚ କରାଯାଉଛି । ନର୍ସଙ୍କ ଏଭଳି ଭୁଲ କାରଣରୁ କ’ଣ ଜଣେ ମଣିଷର ଜୀବନ ଯାଇପାରେ କି ? ଅନ୍ୟପଟେ ନର୍ସ ଏଭଳି କରିଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଥିବା ପୋଲିସ କହିଛି ।

Fake Medicine
Advertisment
Advertisment