Advertisment

ନାଟୋର ନିଷ୍ପତ୍ତିକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।

ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

Advertisment

ୟୁଦ୍ଧର ଦଶମ ଦିନରେ ୟୁକ୍ରେନ୍ ଉପରେ ଜାରି ରହିଛି। ଋଷର ଘନଘନ ଆକ୍ରମଣ। ଋଷୀ ସୈନ୍ୟ, ପ୍ରତିରକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ମାରିଓପୁଲ ବନ୍ଦର ସହରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ତାସହିତ ସହରର ବଜୁଳି, ପାଣି, ପରିବହନ ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ବନ୍ଦ କରିଦେଇଛନ୍ତି। ଫଳରେ ପ୍ରଚଣ୍ଡ ଥଣ୍ଡାରେ ସହରବାସୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ସୁମି ସମେତ ଅନ୍ୟ ୟୁକ୍ରେନ୍ ସହର ଉପରେ ବି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି। ଗତ ରାତିରେ ଚର୍ଣ୍ଣିଭ ସହରରେ ବିରାଟ ବିସ୍ଫୋରଣ ଘଟିଛି।

Advertisment

ସେହିପରି ରାଜଧାନୀ କିଭ୍ ନିକଟବର୍ତ୍ତୀ ସାଟେଲାଇଟ ସିଟି ଇର୍ପିନ ଉପରେ ବି ଆକ୍ରମଣ କରିଛନ୍ତି ଋଷ ସୈନ୍ୟ। ତେଣେ ରାଜଧାନୀ କିଭ୍ ଅକ୍ତିଆର ଲାଗି ଆଗକୁ ଆଗକୁ ମାଡି ଚାଲିଛନ୍ତି ଋଷ ସୈନ୍ୟ। କିଭ୍ ଭୟାନକ ସଂଘର୍ଷକୁ ଅପେକ୍ଷା କରିଥିବା କୁହଯାଉଛି। ତେଣେ ୟୁରୋପର ସର୍ବବୃହତ ନ୍ୟୁକ୍ଲିୟର ପାଓ୍ୱାର ପ୍ଲାଣ୍ଟ ଜେପୋରଜିଆ ଦଖଲ ପରେ ଋଷ ସୈନ୍ୟ ଏକ ପରମାଣୁ କେନ୍ଦ୍ରର ନିକଟବର୍ତ୍ତୀ ହୋଇଥିବା ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି। ତେବେ ହ୍ୟୁମାନଟେରିଆନ କରିଡର ଜରିଆରେ ମାରିଓପୁଲ, ଭୋଲନୋଭାକା ଓ ଡନେସ୍କ ସହରଛାଡି ଚାଲି ଯିବା ଲାଗି  ସ୍ଥାନୀୟ ସମୟ ଦିନ ୯ଟାରୁ ୪ଟା ଯାଏ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ଋଷିଆ।

Advertisment

ତେଣେ ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଏଯାଏଁ ୩୩୧ ୟୁକ୍ରେନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ଜାତିସଂଘ। ସେହିପରି ୬୭୫ ଜଣ ଆହତ ହୋଇଛନ୍ତି। ତେବେ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ନେଇ ଆସନ୍ତାକାଲି ୟୁକ୍ରେନ ଓ ଋଷିଆ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହେବା ସମ୍ଭାବନା ରହିଛି।

ତେଣେ ୟୁକ୍ରେନ ଉପରେ ନୋ-ଫ୍ଲାଏ ଜୋନ୍ ଘୋଷଣାା ଲାଗି ନାଟୋ ମନା କରିଦେବା ପରେ କ୍ଷୁବ୍ଧ ହୋଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ତାଙ୍କ ଦେଶ ଉପରେ ବୋମାବର୍ଷଣ ଜାରି ରଖିବା ଲାଗି ଏହା ଋଷିଆକୁ ପରୋକ୍ଷରେ ଗ୍ରୀନ୍ ସିଗନାଲ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ତେବେ ନାଟୋ ଏକ ଦାୟିତ୍ୱ ସଂପନ୍ନ ମେଣ୍ଟ ଓ ଯୁଦ୍ଧ ୟୁକ୍ରେନ୍ ସୀମା ନଟପୁ ତାହା ପ୍ରାଥମିକତା ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟର୍ଣ୍ଣବର୍ଗ। ମାତ୍ର ପୁତିନ୍‌ଙ୍କୁ ରୋକିବା ଲାଗି ଋଷ ବିରୁଦ୍ଧରେ ଆହୁରି କଠୋର ଆର୍ଥିକ କଟକଣା ଲାଗୁ କରାଯିବ ବୋଲି ଚେତାବାନୀ ଦେଇଛି ୟୁରୋପୀୟ ସଂଘ।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ