• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାମାରୀ ପରଠାରୁ ଚାକିରି ଏକ ବଡ଼ ସମସ୍ୟା କହିଲେ ଚଳେ । କରୋନା ଭାଇରସ୍‌ର ପ୍ରକୋପ ମଧ୍ୟରେ କେତେ ଯେ ଲୋକଙ୍କ ଚାକିରି ଚାଲିଯାଇଛି, ଆକଳନ କରିବା ଅସମ୍ଭବ । ଭୂତାଣୁ ଭୟ ଅପେକ୍ଷାକୃତ କମିଯାଇଥିବା ବେଳେ ଏବେ ବି ସ୍ଥିତିରେ ସୁଧାର ଆସିନାହିଁ । ଭାରତରେ ଏବେ ସରକାରୀ ଚାକିରି ତ ଦୂରେ କଥା ପ୍ରାଇଭେଟ୍‌ ଚାକିରି ପାଇବା ବି କାଠିକର ପାଠ । ହେଲେ ବିଦେଶରେ ଚାକିରି କରିବାକୁ ଇଚ୍ଛା ଥିଲେ, ଆପଣଙ୍କ ପାଇଁ ଆସିଛି ଭଲ ଖବର ।

ପ୍ରଥମେ କରୋନା ପରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଦୀର୍ଘ ଦିନ ଧରି ଆମେରିକାରେ ଚାକିରି ସଙ୍କଟ ଦେଖିବାକୁ ମିଳୁଥିଲା । ଶହ ଶହ ସଂଖ୍ୟାରେ ଚାକିରି ହରାଇ ଘରେ ବସିଥିଲେ ଲୋକ । ଦୁଇ ବର୍ଷ ଭିତରେ ଅହେତୁକ ଭାବରେ ବେକାରୀ ସଂଖ୍ୟା ବୃଦ୍ଧି ପାଇଥିଲା । ବର୍ତ୍ତମାନ ଏପରି ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି । ଆମେରିକାର ଚାକିରି ତଥ୍ୟ ଅନୁସାରେ, ଦେଶରେ ମୁଣ୍ଡ ପିଛା ଦୁଇ ଦୁଇଟି ଚାକିରି ରହିଛି ।

ଫୋବର୍ସର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଆମେରିକାରେ ମୋଟ୍‌ ୧୦.୭୨ ମିଲିୟନ୍‌ ଚାକିରି ଉପଲବ୍ଧ ଅଛି । ସେପ୍ଟେମ୍ବର ୨୦୨୨ର ଶେଷ ଦିନ ପର୍ଯ୍ୟନ୍ତ ଏହି ତଥ୍ୟ ହସ୍ତଗତ ହୋଇଛି । ଏହା ପୂର୍ବରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, ଦେଶର ବିଭିନ୍ନ କ୍ଷେତ୍ରରେ ୪,୩୭,୦୦୦ ନିଯୁକ୍ତି ବୃଦ୍ଧି ପାଇଛି । ମାନ୍ଦାବସ୍ଥା ସ୍ଥିତିରୁ ମୁକୁଳିବା ପାଇଁ ଆମେରିକା ଫେଡେରାଲ ରିଜର୍ଭ ବ୍ୟାଙ୍କ୍‌ ଦ୍ୱାରା କ୍ରମାଗତ ଭାବେ ସୁଧ ହାର ବୃଦ୍ଧି ମଧ୍ୟରେ ଏପରି ଏକ ବଡ଼ ଖବର ଆସିଛି ।

ସେପ୍ଟେମ୍ବର ମାସ ଆରମ୍ଭରୁ ଆମେରିକାରେ ଚାକିରିର ଅନେକ ସୁଯୋଗ ଆସିଛି । କେବଳ ସେପ୍ଟେମ୍ବର ମାସରେ ୨,୬୩,୦୦୦ ଲୋକ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଥିଲେ । ଶ୍ରମ ବିଭାଗ ଅନୁଯାୟୀ, ଏପ୍ରିଲ ପରେ ଏହା ସାମାନ୍ୟ ବୃଦ୍ଧି ବୋଲି କୁହାଯାଇପାରେ । ଏବେ ଆମେରିକାରେ ୩.୫ ପ୍ରତିଶକୁ ହ୍ରାସ ପାଇଛି ବେକାରି ହାର ।

hospitality and food services ପରି ବାର୍, ରେଷ୍ଟୁରାଣ୍ଟ ଏବଂ ହୋଟେଲ ଆଦି କ୍ଷେତ୍ରରେ ନୂତନ ଚାକିରିରେ ସର୍ବାଧିକ ଅଭିବୃଦ୍ଧି ଘଟିଛି । ଦେଶରେ ଚାକିରି ବଜାର ଏବେ ମଜବୁତ ଥିବା କୁହାଯାଇଛି । ଅନ୍ୟପଟେ ଚାକିରି ବୃଦ୍ଧି ହେବା ସହ ଲୋକଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି ।