• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ(fuel tanker explosion) । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ ଏକାଧିକ ଗାଡ଼ି ନଷ୍ଟ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି ।

ହସ୍ପିଟାଲ ଠାରୁ ପ୍ରାୟ ୧୦୦ ମିଟର୍‌ ଦୂରରେ ଥିବା ଏକ ପୋଲ ତଳେ ଟ୍ୟାଙ୍କର୍‌ଟି ଲାଖିଯାଇଥିଲା । ଆଉ ଘର୍ଷଣ ଯୋଗୁଁ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିବା କୁହାଯାଉଛି ।  ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ତଥା ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଆଠ ଜଣଙ୍କର ବ୍ୟକ୍ତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ ଦୁଇ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି ।

ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ଏକ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଏହାସହ ଆଖପାଖ ଅଟ୍ଟାଳିକା ଉପରେ ମଧ୍ୟ ବିସ୍ପୋରଣର ପ୍ରଭାବ ପଡ଼ିଛି ।

ପୋଲ ତଳ ଦେଇ ଯିବା ସମୟରେ ଗ୍ୟାସ୍‌ ଟ୍ୟାଙ୍କର ଲାଖିଯାଇଥିବା ସହ ଘର୍ଷଣ ଯୋଗୁଁ ସେଥିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା କହିଛନ୍ତି ଜରୁରୀକାଳୀନ ସେବାର ଅଧିକାରୀ । ବର୍ତ୍ତମାନ ୧୯ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।