Advertisment

୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହ ଦେଶ ଛାଡ଼ିଥିଲେ ଘନି

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଆସ୍ରଫ୍ ଘନି ଦେଶ ଛାଡ଼ି ପଳାୟନ କରିଥିଲେ। ବିବୃତ୍ତି ଜାରି କରି ଲେଖିଥିଲେ ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା।  ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

ଅଦ୍ୟତନ ହୋଇଛି
୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହ ଦେଶ ଛାଡ଼ିଥିଲେ ଘନି

Ashraf Ghani

Advertisment

କାବୁଲ: କାବୁଲରେ ପହଞ୍ଚିଛନ୍ତି ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ବରାଦର। ସେ ହୋଇପାରନ୍ତି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି। ସେପଟେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡ଼ି ପଳାୟନ କରିଥିବା ରାଷ୍ଟ୍ରପତି ଆସ୍ରଫ ଘନି ୟୁଏଇର ଶରଣ ପଶିଛନ୍ତି। ତାଙ୍କୁ ୟୁନାଇଟେଡ୍ ଆରବ ଏମିରେଟସ ତଥା ୟୁଏଇ ପକ୍ଷରୁ ଆଶ୍ରୟ ଦିଆଯାଇଛି। ୟୁଏଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଆସ୍ରଫ୍ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି।

Advertisment

ବର୍ତ୍ତମାନ ପରିବାର ସହ ଆସ୍ରଫ୍ ଘନି ଆବୁଧାବିରେ ଅଛନ୍ତି। ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ୪ଟି ଟଙ୍କା ଭର୍ତ୍ତି ଗାଡ଼ି ସହିତ ଘନି ଦେଶ ଛାଡ଼ିଥିବା ନେଇ ଖବର ମିଳିଥିଲା। ତେବେ କାହିଁକି ଦେଶ ଛାଡ଼ିଲେ, ସେନେଇ ମଧ୍ୟ ସୋସିଆଲ୍ ମିଡ଼ିଆରେ ବିବୃତ୍ତି ରଖିଥିଲେ ଘନି।

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ରାଷ୍ଟ୍ରପତି ଆସ୍ରଫ୍ ଘନି ଦେଶ ଛାଡ଼ି ପଳାୟନ କରିଥିଲେ। ବିବୃତ୍ତି ଜାରି କରି ଲେଖିଥିଲେ ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା।  ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

Advertisment

ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍ ସହରର ବିନାଶ ଦେଖିଥାନ୍ତେ। ପରିଣାମ ସ୍ୱରୂପ, ଏହି ସହରରେ ୬୦ ଲକ୍ଷ ଲୋକଙ୍କ ବଡ଼ ମାନବ ବିପର୍ଯ୍ୟୟ ହୋଇଥାନ୍ତା। ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଥିଲେ।

ଖଣ୍ଡା ଓ ବନ୍ଧୁକର ରାୟରେ ଜିତିଛି ତାଲିବାନ। ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ତାଲିବାନ ହିଁ ଦାୟୀ। ଇତିହାସରେ ଶୁଖିଲା ଶକ୍ତି କାହାକୁ ବୈଧତା ଦେଇନାହିଁ। ମୁଁ ମୋ ଦେଶ ପାଇଁ ସେବା ଜାରି ରଖିବି  ବୋଲି ନିଜ ସୋସିଆଲ୍ ମିଡ଼ିଆ ସାଇଟ୍‌ରେ ଲେଖିଥିଲେ ଦେଶଛାଡ଼ି ଥିବା ରାଷ୍ଟ୍ରପତି ଅସରଫ୍ ଘନି।

Advertisment

ଅଶରଫ ଘନିଙ୍କୁ ଇଶାରା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ ଯେ ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି। ଯେତେବେଳେ ଲୋକଙ୍କ ପାଖରେ ତାଙ୍କର ଉପସ୍ଥିତି ସବୁଠାରୁ ବେଶି ଜରୁରୀ ଥିଲା ସେତେବେଳେ ସେ ତାଙ୍କ ସାଥ୍‌ ଦେଲେ ନାହିଁ। ତେବେ ନିଜ ନିଷ୍ପତ୍ତି ଉପରେ ତାଙ୍କର ଅନୁଶୋଚନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ। ଆଫଗାନସ୍ଥାନରେ ଆମେରିକାର ଯୁଦ୍ଧ ଶେଷ ହୋଇଛି ଏବଂ ସୈନ୍ୟ ପ୍ରତ୍ୟାହାର ହୋଇଛନ୍ତି ବୋଲି ସେ କହିଥିଲେ। 

UAE Taliban Ashraf Ghani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ