Turkey Earthquake
ପୁଣି ଥରିଲା ତୁର୍କୀ । ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀରେ ପୁଣି ବଡ଼ ଧରଣର ଭୂକଂପ । ଗତକାଲି ରାତିରେ ଲଗାତାର ଭାବେ ଦୁଇଟି ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୪ ଓ ୫.୮ ରେକର୍ଡ କରାଯାଇଛି । ତୁର୍କୀ ଓ ସିରିୟାରେ ଏହି ଭୂକଂପ ଝଟ୍କା ଅନୁଭୂତ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଦୁଇ ସପ୍ତାହ ତଳେ ତୁର୍କୀ ଓ ସିରିୟାରେ ବିନାଶକାରୀ ଭୂକଂପ ଆସିବା ଫଳରେ ଦୁଇ ଦେଶ ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି । ଦୁଇ ଦେଶରେ ୪୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଭୂକଂପ କ୍ଷତିଗ୍ରସ୍ତ ଅଞ୍ଚଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676949809.jpg)