Advertisment

’X’ ରୁ ହଟିଲା ହମାସ୍‌ ସମର୍ଥକଙ୍କ ଆକାଉଣ୍ଟ

ୟୁରୋପୀୟ ୟୁନିଅନ୍ (EU) ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ ।

ଅଦ୍ୟତନ ହୋଇଛି
X Removes Pro-Hamas Accounts

X Removes Pro-Hamas Accounts

Advertisment

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲା ହମାସ୍। ଏହି ଆକ୍ରମଣର ଜବାବ ମଧ୍ୟ ଦେଇଛି ଇସ୍ରାଏଲ। ଉଭୟ ଦେଶ ମଧ୍ୟରେ ସପ୍ତାହେରୁ ଅଧିକ ଦିନ ହେବ ଜାରି ରହିଛି ମହାଯୁଦ୍ଧ। ତେବେ ଇସ୍ରାଏଲ ଉପରେ ଆକ୍ରମଣ ହମାସ୍‌ ପାଇଁ ଏକ ବଡ଼ ସମସ୍ୟା ହୋଇଛି। ଇସ୍ରାଏଲ ଆକ୍ରମଣରେ ଧ୍ୱଂସସ୍ତୁପରେ ପରିଣତ ହୋଇଛି ଗାଜା ଷ୍ଟ୍ରିପ୍‌। ଏହାରି ମଧ୍ୟରେ ହମାସ୍‌ ଆତଙ୍କବାଦୀ ସଂଗଠନକୁ ଲାଗିଛି ଆଉ ଏକ ବଡ଼ ଝଟକା । ସୋସିଆଲ ମିଡିଆ ‘X’ ହମାସ୍‌ ସହ ଜଡ଼ିତ ବହୁ ଆକାଉଣ୍ଟକୁ ହଟାଇ ଦେଇଛି। ଆତଙ୍କବାଦୀ ସଂଗଠନ ପାଇଁ ‘X’ରେ କୌଣସି ସ୍ଥାନ ନାହିଁ ବୋଲି ଏଲନ୍ ମସ୍କ କହିଛନ୍ତି ।

Advertisment

ସୂଚନା ଅନୁସାରେ ୟୁରୋପୀୟ ୟୁନିଅନ୍ (EU) ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ । ଏହା ସହ ପ୍ଲାଟଫର୍ମ ମାଧ୍ୟମରେ ଭୁଲ ତଥ୍ୟ ବିସ୍ତାରକୁ ନେଇ ଚିନ୍ତା ପ୍ରକଟ କରିଥିଲେ ବ୍ରେଟନ୍ ।

ଏହାର ଜବାବରେ କମ୍ପାନୀ ସିଇଓ ୟାକାରିନୋ କହିଛନ୍ତି କି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠୁ ଏବେ ପର୍ଯ୍ୟନ୍ତ X ହମାସ୍‌ ସହ ଜଡ଼ିତ ବହୁ ଆକାଉଣ୍ଟ ଚିହ୍ନଟ କରିଛି ଏବଂ ସେହି ସବୁ ଆକାଉଣ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ ଯୁଦ୍ଧ ସହ ଜଡ଼ିତ ବହୁ କଣ୍ଟେଣ୍ଟକୁ ମଧ୍ୟ ହଟାଇ ଦିଆଯାଇଛି। ସେହିପରି ଅକ୍ଟୋବର ୯ରେ EU ମେଟାକୁ ମଧ୍ୟ ଚେତାବନୀ ଦେଇଥିଲେ। ହମାସ୍‌ ଆକ୍ରମଣ ପରେ କମ୍ପାନୀ ପକ୍ଷରୁ ନିଆଯାଇଥିବା କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ମଗାଯାଇଥିଲା।

Advertisment
Elon Musk Social Media Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ