• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଐତିହାସିକ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଚାରି ଦିନିଆ ଗସ୍ତବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାରି ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଧନୀ ତଥା ଟେସଲା ମୁଖ୍ୟ ଏଲନ ମସ୍କଙ୍କୁ ଭେଟିଛନ୍ତି ମୋଦି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏଲନ ମସ୍କ କହିଛନ୍ତି - ମୁଁ ମୋଦିଙ୍କର ଜଣେ ବଡ଼ ଫ୍ୟାନ୍ ଓ ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ । ଏହାସହ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ଭାରତର ଭବିଷ୍ୟତକୁ ନେଇ ମୁଁ ଅଧିକ ଉତ୍ସାହିତ । ଅନ୍ୟ ଦେଶ ଅପେକ୍ଷା ଭାରତରେ ସମ୍ଭାବନା ଅଧିକ । ନୂଆ କମ୍ପାନୀ ଗୁଡ଼ିକୁ ନେଇ ମୋଦି ଅତ୍ୟନ୍ତ ଉଦାରବାଦୀ। ମୋଦି ନିଜ ଦେଶରେ ନୂଆ କମ୍ପାନୀ ଗୁଡ଼ିକୁ ସ୍ୱାଗତ କରିବାକୁ ଚାହାନ୍ତି । ଏହାସହ ସେ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବେ ବୋଲି ମଧ୍ୟ କହିଛନ୍ତି ।

ମୋଦିଙ୍କ ଆମେରିକା ଗସ୍ତର ଲକ୍ଷ୍ୟ

ଭାରତ ଓ ଆମେରିକା ମଧ୍ୟରେ ସବୁଠାରୁ ଅଧିକ ବାଣିଜ୍ୟିକ କାରବାର ହୋଇଥାଏ । ଏହାକୁ ନଜରରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ । ମହାକାଶ ବିଜ୍ଞାନ, ଟେଲିକମ୍, ଆର୍ଟିଫିସିଆଲ ଇଣ୍ଟେଲିଜେନସ ଓ ବାଓଟେକ୍ ସେକ୍ଟରର ବିକାଶ ପାଇଁ ବିସ୍ତୃତ ଆଲୋଚନା ହେବ । ଏଥିସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା ବେଳେ ଜି ୨୦ ଓ କ୍ୱାଡ ରାଷ୍ଟ୍ରମାନଙ୍କ ଉନ୍ନତି ଉପରେ ଜୋର ଦିଆଯିବ । ଆମେରିକା କଂଗ୍ରେସ ପକ୍ଷରୁ ସବୁବେଳେ ଭାରତ-ଆମେରିକା ସମ୍ପର୍କକୁ ପ୍ରାଥମିକତା ଦିଆଯାଇଛି । ତେଣୁ ଗସ୍ତବେଳେ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ନ୍ୟୁୟର୍କରେ ପ୍ରାୟ ଦୁଇ ଡଜନରୁ ଅଧିକ ଟପ୍ ସିଇଓଙ୍କ ସହ ଆଲୋଚନା କରିବେ ମୋଦି । ଏମାନଙ୍କ ମଧ୍ୟରେ ନୋବେଲ ବିଜେତା, ଅର୍ଥନୀତି ବିଶାରଦ, କଳାକାର, ବୈଜ୍ଞାନିକ, ଉଦ୍ୟୋଗୀ, ଶିକ୍ଷାବିତ୍ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ଗ୍ରାମି ଆୱାଡ୍ ବିଜେତା ଫାଲଗୁନି ଶାହଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍ ସ୍ୱତନ୍ତ୍ର ନିମନ୍ତ୍ରଣ କରିଥିବାରୁ ଏହାର ଅନେକ ଗୁରୁତ୍ୱ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ ସହ ନୈଶ୍ୟଭୋଜିରେ ଆପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି ।