Elon Musk Tweet
ଆଇ ଲଭ୍ ୟୁ ଟ୍ୱିଟରରୁ ଏବେ ବନିଗଲେ ଟ୍ୱିଟର ମାଲିକ। ଭାଇରାଲ୍ ହେଉଛି ୨୦୧୭ରେ ମସ୍କଙ୍କ ବାର୍ତ୍ତାଳପର ସ୍କ୍ରିନସଟ୍। ପ୍ରାୟ ଦୁଇ ସପ୍ତାହ ତଳେ ଟୁଇଟରକୁ କିଣିବାକୁ ଅଫର ଦେଲେ ଏଲନ୍ ମସ୍କ। ଆଉ ଆଜିକା ଦିନରେ ୪୪ ବିଲିୟନ୍ ଡଲାରରେ ଡିଲ୍କୁ ବି ଫାଇନାଲ୍ କରିଦେଲେ। ଦୁନିଆର ସବୁଠୁ ବଡ଼ ଧନୀ ମସ୍କ ଟୁଇଟରକୁ କିଣିବା ପାଇଁ ଯେ ୨୦୧୭ରୁ ମନ ବଳେଇ ସାରିଥିଲେ, ସେତେବେଳେ ସେ ଏନେଇ କରିଥିବା ଏକ ଟ୍ବିଟ୍ରୁ ଜଣାପଡ଼ିଛି।
କେବଳ ସେତିକି ନୁହେଁ ଏହାକୁ ନେଇ ଜଣେ ଆମେରୀୟ ସାମ୍ବାଦିକ ଡେଭିଡ୍ ସ୍ମିଥ୍ ଓ ମସ୍କଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ସ୍କ୍ରିନସଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି। ନିମ୍ନରେ ଥିବା ଫଟୋକୁ ଦେଖନ୍ତୁ, ୨୧ ଡିସେମ୍ବର ୨୦୧୭ର ଟୁଇଟରରେ ସେଇ ବହୁ ଚର୍ଚ୍ଚିତ ବାର୍ତ୍ତାଳାପ ଯେଉଁଥିରେ ମସ୍କ ପ୍ରଥମେ ଆଇ ଲଭ୍ ଟୁଇଟର ବୋଲି ଲେଖିଥିଲେ।
ପରେ ଏହା ଉପରେ ଆମେରିକୀୟ ସାମ୍ବାଦିକ ଡେଭ୍ ସ୍ମିଥ୍ ଆପଣ ଏହାକୁ କିଣି ନିଅନ୍ତୁ ବୋଲି ଲେଖିଛନ୍ତି ଏବଂ ତାର ପ୍ରତିଉତ୍ତରରେ ଏହାର ଦାମ୍ କେତେ ହେବ ବୋଲି ପଚାରିଥିଲେ ମସ୍କ। ଆଉ ଏଇ ଟ୍ୱିଟ୍ର ପାଖାପାଖି ୫୨ ମାସ ପରେ ଆଜି ସତକୁ ସତ ଟୁଇଟରକୁ କିଣିଦେଲେ ମସ୍କ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650961957.jpg)