• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାକିରିର ଆଶା ଦେଖାଇ ଅପହରଣ । ହେଲେ ଟଙ୍କା ପଇସା ପାଇଁ ନୁହେଁ ବରଂ ରକ୍ତ ନେବା ପାଇଁ ଯୁବକଙ୍କୁ ଅପହରଣ କରାଯାଇଥିଲା । ଚୀନର ଜଣେ ୩୧ ବର୍ଷ ବୟସ୍କ ଯୁବକଙ୍କୁ ଚାକିରି ଦେବା ଆଳରେ ଅକଥନୀୟ ନିର୍ଯାତନା ଦେଇଛନ୍ତି ଅପହରଣକାରୀ । ଏକଥା ଶୁଣିବା ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇପାରେ । ଅପହରଣକାରୀମାନେ ଗତ କିଛି ମାସ ଧରି ସଂପୃକ୍ତ ଯୁବକଙ୍କ ଠାରୁ ରକ୍ତ ନେଇଯାଉଥିଲେ । ଫଳରେ ଯୁବକଙ୍କ ଅନେକ ଅଙ୍ଗ ‌ଅଚଳ ହୋଇପଡ଼ିଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା ।

ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ 'ଲି' । ଲିଙ୍କୁ କିଡନାପ୍ କରିବା ପରେ ତାଙ୍କ ଦେହରୁ ରକ୍ତ ଟାଣି ଅନଲାଇନରେ କିଛି ବ୍ୟକ୍ତିଗତ ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଜୁନ୍ ମାସରେ ଲିଙ୍କୁ ମାନବ ଚାଲାଣ ଦ୍ୱାରା କାମ୍ବୋଡିଆକୁ ଅଣାଯାଇଥିଲା । ସେ ଚୀନର ଗୁଆଙ୍ଗସି ଅଞ୍ଚଳରେ ଏକ ଚାକିରି ପାଇଁ ବିଜ୍ଞାପନ ଦେଖିଥିଲେ । ଏଥିପାଇଁ ଦିଆଯାଇଥିବା ଠିକଣାରେ ସେ ଫୋନ୍ କରି ପଚରାଉଚରା କରିଥିଲେ । ନାଇଟ୍ କ୍ଲବରେ ବାଉନ୍ସର୍ ଭାବରେ ଚାକିରି କରିବେ ବୋଲି ଲିଙ୍କୁ କୁହାଯାଇଥିଲା ।

ତେବେ ଚାକିରି ଆଶାରେ ଇଣ୍ଟରଭିୟୁ ଦେବାକୁ ଯାଇଥିଲେ ଲି । ଆଉ ସେଠାରୁ ତାଙ୍କୁ କିଡନାପ୍ କରିନେଇଥିଲେ ଅପହରଣକାରୀ । ଏକ ଗ୍ୟାଙ୍ଗ ତାଙ୍କୁ ଚୀନରୁ କାମ୍ବୋଡିଆ ଆଣିଥିଲା । ଆଉ ସେଠାରେ ତାଙ୍କୁ ଅନ୍ୟ ଏକ ଗ୍ୟାଙ୍ଗକୁ ବିକ୍ରି କରି ଦଆଯାଇଥିଲା । ଆଉ ସେହି ଗ୍ୟାଙ୍ଗ ଲିଙ୍କୁ ମାସ ମାସ ଧରି ବନ୍ଧକ ରଖିଥିଲା । ପ୍ରତି ମାସରେ ତାଙ୍କ ରକ୍ତର ପ୍ରାୟ ୭୯୮ ମିଲି ଟାଣାଯାଉଥିଲା ।

ସାଧାରଣତ ରକ୍ତଦାନ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୪୭୩ ରୁ ୩୨୫ମିଲି ମଧ୍ୟରେ ରକ୍ତ ଟଣାଯାଇଥାଏ । ତେବେ କ୍ରମାଗତ ଭାବରେ ରକ୍ତ ଦେବା ମଧ୍ୟ ଉଚିତ୍ ନୁହେଁ । ଥରେ ରକ୍ତଦାନ କରିବାର ୫୬ ଦିନ ପରେ ହିଁ ପୁଣି ଥରେ ରକ୍ତ ଦେବା ଉଚିତ୍ । କିନ୍ତୁ ଲିଙ୍କ ଅପହରଣକାରୀମାନେ ତାଙ୍କ ଠାରୁ କ୍ରମାଗତ ଭାବରେ ରକ୍ତ ଆଣୁଥିଲେ।

ଫଳରେ ସେ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲେ । ବସାଉଠା କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଲା । ଶେଷରେ ତାଙ୍କ ଅଙ୍ଗ କାମ କରିବା ମଧ୍ୟ ବନ୍ଦ କରିଦେଇଥିଲା । ହେଲେ କୌଣସି ମତେ ସେହି ଗ୍ୟାଙ୍ଗ୍ ଆଖିରେ ଧୂଳି ଦେଇ ପଳାଇ ଆସିଥିଲେ ଲି । ଫେବୃଆରୀ ମାସରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଏବେ ତାଙ୍କ ସ୍ଥିତି ସ୍ଥିର ରହିଛି ବୋଲି କୁହାଯାଉଛି ।