• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆର ଘନ ଘନ ଆକ୍ରମଣରେ ଆକ୍ତାମାକ୍ତା ୟୁକ୍ରେନ୍‌ । ଗତକାଲି ସାମୟିକ ଅସ୍ତ୍ରବିରତି ନେବା ପରେ ପୁଣି ବୋମାବର୍ଷା କରୁଛନ୍ତି ଋଷୀୟ ସୈନିକ । ଆଉ ଏହାରି ଭିତରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଭାରତ ସରକାରଙ୍କ ନିକଟରେ ସାହାଯ୍ୟ ଭିକ୍ଷା କରିଛନ୍ତି । ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ମୋଦିଙ୍କ କଥାକୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଟାଳିବେ ନାହିଁ ବୋଲି ଦିମିତ୍ରୋ କୁଲେବା କହିଛନ୍ତି । ଏହାସହ ସେ ଋଷିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଏହାସହ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ବିଦେଶୀ ଛାତ୍ର ଓ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଯୁଦ୍ଧ ବନ୍ଦ କରାଇବା ପାଇଁ ଅନୁରୋଧ କରିଛି ।

ସେ କହିଛନ୍ତି ୩୦ ବର୍ଷ ହେଲା ଆଫ୍ରିକା ଏବଂ ଏସିଆର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୟୁକ୍ରେନ ଏକ ସ୍ୱାଗତଯୋଗ୍ୟ ଘର ଥିଲା । ବିଦେଶୀ ଛାତ୍ରଙ୍କ ପାଇଁ ୟୁକ୍ରେନ୍‌ ସରକାର ଟ୍ରେନର ବ୍ୟବସ୍ଥା କରିଛନ୍ତି । ହଟଲାଇନ ପ୍ରତିଷ୍ଠା କରାଯାଇଛି । ୟୁକ୍ରେନ ସରକାର ସେମାନଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।"

ଋଷିଆ ବିଦେଶୀ ଛାତ୍ରଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କଲେ ସମସ୍ତେ ସୁରକ୍ଷିତ ଯାଇପାରିବେ । ହେଲେ ଏପରି ନକରି ଋଷିଆ କେବଳ ସହାନୁଭୂତି ସାଉଣ୍ଟିବା ପାଇଁ ଚେଷ୍ଟା କରୁଛି । ସେଥିପଇଁ ସେ ଭାରତ, ଚୀନ୍ ଏବଂ ନାଇଜେରିଆ ସରକାରଙ୍କୁ ଅନୁରୋଧ କରୁଛନ୍ତି । ଋଷୀୟ ସେନା ଗୁଳି ଚଳାଇବା ବନ୍ଦ କରି ସାଧାରଣ ନାଗରିକଙ୍କୁ ଯିବାକୁ ଦେବାକୁ ସେମାନେ ଅପିଲ କରନ୍ତୁ । ସେହିପରି ଭାରତ ସହ ଭଲ ବନ୍ଧୁତା ଥିବା ଦେଶମାନଙ୍କୁ ମଧ୍ୟ ମୋଦି ସରକାର ଅପିଲ୍‌ କରିପାରିବେ ବୋଲି ସେ କହିଛନ୍ତି ।

ସେପଟେ ଗତ ୧୧ ଦିନ ଧରି ୟୁକ୍ରେନ-ରୁଷି‌ଆ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ପକ୍ଷରୁ ଜାରି ରହିଛି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଯୁଦ୍ଧ । ଏକାଦଶ ଦିନରେ ପହଞ୍ଚିଥିଲେ ବି କମୁନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆକ୍ରୋଶ । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।