Advertisment

Love for Animals: ପଶୁପକ୍ଷୀଙ୍କ ମନ କଥା ବୁଝୁଛନ୍ତି ରଶ୍ମି; ଘରକୁ କରିଛନ୍ତି ମିନି ଚିଡିଆଖାନା

ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୂରା ପରିବେଶ। ଏହାର ଉଦ୍ୟୋକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ।

ଅଦ୍ୟତନ ହୋଇଛି
Love for Animals

Love for Animals

Advertisment

ଆଜିର ସ୍ବାର୍ଥପର ଦୁନିଆରେ ମଣିଷର ହୃଦୟ ଜିତିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ଏମିତି ବି ମଣିଷ ଅଛନ୍ତି ପଶୁପକ୍ଷୀଙ୍କ ମନ କଥା ବୁଝିପାରୁଛନ୍ତି। ବିଟେକ୍ ପଢୁଆ ଯୁବକଙ୍କ ଅଜବ ନିଶା ନିଜ ଘରକୁ ବନେଇଛନ୍ତି ଚିଡ଼ିଆଖାନା। ଯେଉଁଥିରେ ରହିଛି ଦେଶ ବିଦେଶର ୩୦ରୁ ଅଧିକ ପ୍ରକାରର ଚଢ଼େଇ, ଦେଢ଼ ଶହ ପ୍ରକାରର ପ୍ଲାଣ୍ଟ, ଆକ୍ବାରିୟମ ଏବଂ ବିଦେଶୀ ବ୍ରିଡର କୁକୁର । କେନ୍ଦ୍ରାପଡ଼ା ଗୋପ ଅଞ୍ଚଳର ରଶ୍ମିରଞ୍ଜନ ସେନାପତିଙ୍କ ମିନି ଚିଡିଆଖାନାକୁ ନେଇ ସବୁଠି ଚର୍ଚ୍ଚା ।

Advertisment

ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୁରା ପରିବେଶ। ଏହାର ଉଦ୍ୟେକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ। ନିଜ ଘରେ କରିଥିବା ଚିଡ଼ିଆଖାନାରେ ସେ ରଖିଛନ୍ତି ପ୍ରାୟ ୩୦ରୁ ଅଧିକ ପ୍ରକାରର ଚଢ଼େଇ। ସେଥିରେ ଅଛନ୍ତି ଲଭ ବାର୍ଡ, ଏଲୋରିଙ୍ଗ ନେକ୍, ବ୍ଲୁ ମଙ୍କ, କିମ୍ ସନବେଲି, ଆପଲ୍ କୋନିଅର, ଏଲୋ କୋନିଅର, କକଟେଲ ପରି ବିରଳ ପ୍ରଜାତିର ଚଢ଼େଇ।

ରାତି ପାହିବା ଠାରୁ ରାତି ହେବା ଯାଏ ଏହି ପକ୍ଷୀଙ୍କ ସେବାରେ ଲାଗିଛନ୍ତି ସେ। ଆଉ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ତାଙ୍କ ପାତ୍ନୀ। ରଶ୍ମୀ ତାଙ୍କ ଘରେ ଆକ୍ୱାରିଅମ୍ ମଧ୍ୟ ରଖିଛନ୍ତି। ଯେଉଁଥିରେ ରହିଛି ଜୀବନ୍ତ ସାମୁଦ୍ରିକ ତୃଣ ଓ ରଙ୍ଗୀନ ମାଛ। ସେହିପରି ରଶ୍ମିଙ୍କ ଚିଡ଼ିଆଖାନାରେ ଆପଣଙ୍କୁ ମିଳିବ ଭଳିକି ଭଳି ବିଦେଶୀ ବ୍ରିଡର କୁକୁର। ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନାରେ ବେଶ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥାନ୍ତି ରଶ୍ମୀ ।

Advertisment

ରଶ୍ମୀ ରଞ୍ଜନଙ୍କ ଏହି ଅଜବ ନିଶାରେ ଯୋଡ଼ି ହୋଇଛି ଭଳିକି ଭଳି ପ୍ଲାଣ୍ଟ। ନିଜ ଘରେ ସେ ପାନସଲଭିଆ, ସ୍ନେକଡ୍ରାଗନ ଭଳି ଦାମୀ ପ୍ଲାଣ୍ଟ ସବୁ ଲଗାଇଛନ୍ତି । ତାଙ୍କ ବଗିଚାରେ ରଖିଛନ୍ତି ଦେଢ ଶହ ପ୍ରକାରର ପ୍ଲାଣ୍ଟ । ବିଟେକ୍ ପଢା ସାରିବା ପରେ ଏକ ଘୋରୋଇ କମ୍ପାନୀରେ କାମ କରୁଛନ୍ତି ରଶ୍ମି ରଞ୍ଜନ। ନିଜର ସମ୍ପୂର୍ଣ୍ଣ ଦରମା ଟଙ୍କା ଏହି କାମରେ ଖର୍ଚ୍ଚ କରି ଦେଉଛନ୍ତି। ଉଭୟ ଅର୍ଥ ଓ ସମୟ ଖର୍ଚ୍ଚ କରି ନିଜର ଅଜବ ନିଶାକୁ ବଞ୍ଚାଇ ରଖିଛନ୍ତି ରଶ୍ମି ରଞ୍ଜନ। ରଶ୍ମିଙ୍କ ମିନି ଚିଡିଆଖାନା ପାଖ ଅଞ୍ଚଳର ଲୋକଙ୍କୁ ଆକର୍ଷିତ କରିଥାଏ । ଲୋକେ ବି ସମୟ ବାହାର କରି ଏହି ଚିଡିଆଖାନାକୁ ବୁଲିବାକୁ ଆସିଥାନ୍ତି।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶା ଯୋଗାଯୋଗ କ୍ଷେତ୍ରରେ ଆସିବ ଉନ୍ନତି; ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

Advertisment
Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ