Advertisment

ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ; ୮୩ବର୍ଷ ପରେ ହାସଲ କଲେ ମାଷ୍ଟର୍ସ ଡିଗ୍ରୀ

ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।

ଅଦ୍ୟତନ ହୋଇଛି
Woman receives master's degree from Stanford at 105 years old

Master's Degree

Advertisment

ଶିକ୍ଷା ଗ୍ରହଣ କରିବାର କୌଣସି ବୟସ ସୀମା ନଥାଏ ଆମେ ଶୁଣିଛେ। ହେଲେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଶତାୟୁ ବୃଦ୍ଧା। ଆମେରିକାର ଜଣେ ୧୦୫ବର୍ଷୀୟା ବୃଦ୍ଧା ପ୍ରମାଣ କରିଛନ୍ତି ଯେ ଶିକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ। ସେ ଷ୍ଟାନଫୋର୍ଡରୁ ସଫଳତାର ସହିତ ସ୍ନାତକୋତ୍ତର ବା ମାଷ୍ଟର୍ସ ଡିଗ୍ରୀ ସମାପ୍ତ କରିଛନ୍ତି। ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ।

Advertisment

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୦୫ ବର୍ଷିୟ ଭର୍ଜିନିଆ ଗିନ୍ନି ହିସଲପ୍ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ଏଜୁକେସନ୍ (ଜିଏସ୍ଏ) ରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ୧୯୪୦ରେ ସେ ଷ୍ଟାନଫୋର୍ଡରେ ନାମ ଲେଖାଇଥିଲେ। ମାତ୍ର ଅନ୍ତିମ ମାଷ୍ଟର ଥେସିସ୍ ଦାଖଲ କରିବାର ଠିକ୍ ପୂର୍ବରୁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଘଟିଥିଲା, ଯାହା ଫଳରେ ସେ ସ୍ନାତକୋତ୍ତର ପଢା ଶେଷ କରିପାରିନଥିଲେ। ଏହି ସମୟରେ ତାଙ୍କ ପ୍ରେମିକ ଜର୍ଜ ହିସଲପଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ଡକରା ଆସିଲା। ତେଣୁ ଭର୍ଜିନିଆଙ୍କୁ ପାଠ ଛାଡି ତାଙ୍କୁ ବିବାହ କରିବାକୁ ପଡିଲା।

ପଢନ୍ତୁ ଏହି ଖବର: ଜିତିଲା ଇଚ୍ଛାଶକ୍ତି...ଗୁପ୍‌ଚୁପ୍‌ ବିକାଳିଙ୍କ ଝିଅ ବୋର୍ଡ ପରୀକ୍ଷାରେ ରଖିଲେ ୯୯.୭୨ ପର୍ସେଣ୍ଟାଇଲ୍ ମାର୍କ

Advertisment

ସେ ଯୁଦ୍ଧରେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିବା ସହିତ ପରିବାର ପ୍ରତିପୋଷଣ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ। ତାଙ୍କର ଦୁଇ ସନ୍ତାନ ଥିବା ବେଳେ ଚାରିଜଣ ନାତିନାତୁଣୀ ଓ ୯ଜଣ ଅଣନାତି ଅଛନ୍ତି। ସେ ନିଜ ପରିବାରର ସହ ଯୁଦ୍ଧ ପରେ ୱାଶିଂଟନ୍ ର ସ୍କୁଲ ଏବଂ କଲେଜ ବୋର୍ଡରେ କାର୍ଯ୍ୟ କରିଥିଲେ। ଷ୍ଟାନଫୋର୍ଡ ଥେସିସ୍‌କୁ ପାଠ୍ୟକ୍ରମରୁ ହଟାଇଦେବା ପରେ ଭର୍ଜିନିଆ ସ୍ନାତକ ଡିଗ୍ରୀ ସମାପ୍ତ କରିବାକୁ ସ୍ଥିର କଲେ। ଏହାପରେ ଜୁନ୍ ୧୬ତାରିଖରେ ସେ ମାଷ୍ଟର ଅଫ୍ ଆର୍ଟସ୍ ଶେଷ କରିଥିଲେ।

GSE ଡିନ୍ ଡାନିଏଲ୍ ସ୍ୱାର୍ଟଜ୍ ତାଙ୍କୁ ଡିପ୍ଲୋମା ପ୍ରଦାନ କରିଥିଲେ। ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ତାଙ୍କୁ ସମର୍ଥନ କରିଥିଲେ ଏବଂ ମଞ୍ଚ ଉପରେ ସେମାନେ ତାଙ୍କୁ ଉତ୍ସାହିତ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଡିନ୍ କହିଛନ୍ତି, "୮୩ ବର୍ଷ ପରେ ଆମର ଆଉ ଥେସିସ୍‌ର ଆବଶ୍ୟକତା ନାହିଁ, ତେଣୁ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି। ଏଥିସହ ଜଣେ ମହିଳାଙ୍କୁ ସମ୍ମାନ ଜଣାଇ ସେ ଗର୍ବିତ ବୋଲି କହିଛନ୍ତି।

Advertisment

ପଢନ୍ତୁ ଏହି ଖବର: ଅର୍ଥ ବାଧକ ସତ୍ତ୍ବେ ହାରିନି ଅଦମ୍ୟ ଇଚ୍ଛାଶକ୍ତି; ପାଦ ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ