ମଶା ଉପଦ୍ରବ ସମସ୍ତଙ୍କୁ ନୟାନ୍ତ କରିଥାଏ । ମଶା ମଧ୍ୟ ସଭିଙ୍କ ଶରୀରରେ ବସି ରକ୍ତ ଶୋଷଣ କରିଥାଏ । କିନ୍ତୁ ସବୁ ଲୋକଙ୍କ ଅପେକ୍ଷା ମଶା କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଦେହରେ ବସି ରକ୍ତ ଶୋଷଣ କରିଥାଏ । ଯେଉଁ ଚର୍ମ ଉପରେ ମଶାମାନେ ବସନ୍ତି, ସେମାନଙ୍କ ରକ୍ତ ଶୋଷିବା ଆରମ୍ଭ କରି ଦିଅନ୍ତି । କିନ୍ତୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଦେହରେ ମଶା ବସି ରକ୍ତ ଶୋଷିବା ପଛରେ ଏକ ବୈଜ୍ଞାନିକ କାରଣ ଥାଏ ।
‘ସେଲ୍’ ପତ୍ରିକାରେ ପ୍ରକାଶିତ ୨୦୨୨ରେ ରକଫେଲର ୟୁନିଭର୍ସିଟିର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ଏକ ନିର୍ଦ୍ଦିଷ୍ଟ ଏସିଡ ଥାଏ, ସେମାନଙ୍କ ପ୍ରତି ମଶା ମାନେ ବେଶି ଆକୃଷ୍ଟ ହୋଇଥାନ୍ତି । ବିଶେଷକରି, ମାଈ ଏଡିସ୍ ଏଜିପ୍ଟି ମଶା ଯାହା ପାଇଁ ଡେଙ୍ଗୁ, ଚିକୁନଗୁନିଆ, ୟେଲୋ ଫେଭର ଓ ଜିକା ରୋଗ ବ୍ୟାପିଥାଏ, ସେହି ମଶା ହିଁ ଅନ୍ୟ ଚର୍ମ ଅପେକ୍ଷା ଏକ ନିର୍ଦ୍ଦିଷ୍ଟ ଏସିଡ୍ ଥିବା ଶରୀରର ଚର୍ମ ପ୍ରତି ୧୦୦ ଗୁଣା ଅଧିକ ଆକର୍ଷିତ ହୋଇଥାଏ ।
ଏହି ଅଧ୍ୟୟନ ପାଇଁ ଗବେଷକମାନେ ନାଇଲନ ମୋଜା ବ୍ୟବହାର କରି କିଛି ନମୂନା ସଂଗୃହୀତ କରିଥିଲେ । ଏହା ପରେ ଏହି ମୋଜାକୁ ଦୁଇ ଖଣ୍ଡ କରି କାଟି ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ରଖିଲେ, ଯେଉଁଠାରେ ମଶାମାନେ ଉଡୁଥିଲେ ।
Also Read
ଅଧିକ ପଢନ୍ତୁ: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?
ଏହି ରିସର୍ଚ୍ଚର ମୁଖ୍ୟ ଗବେଷିକା ଲେସଲି ଭୋସାଲଙ୍କ ଅନୁଯାୟୀ, ଏହି ମଶାମାନେ ଗୋଟିଏ ସାମ୍ପଲ ‘ସବ୍ଚେକ୍ଟ ୩୩’ (ଦୁଇଟି ଅଲଗା ରଖା ଯାଇଥିବା ମୋଜା ମଧ୍ୟରୁ ଗୋଟିଏ, ଯାହାର ନାମ ‘ସବ୍ଚେକ୍ଟ ୩୩’) ପ୍ରତି ହିଁ ଆକୃଷ୍ଟ ହୋଇଥିଲେ । ‘ସବ୍ଚେକ୍ଟ ୩୩’ ଲୋକମାନଙ୍କ ଶରୀରରୁ ଚର୍ମ ମାଧ୍ୟମରେ କାର୍ବୋକ୍ସିଲିକ ଏସିଡ ବହୁତ ନିର୍ଗମନ ହୋଇଥାଏ ।
ମଣିଷ ଶରୀରରେ ‘ମଶା-ଚୁମ୍ବକ’ ଭଳି ଥିବା କାର୍ବୋକ୍ସିଲିକ ଏସିଡ ଏବଂ କାର୍ବୋକ୍ସିଲିକ ଏସିଡରେ ଥିବା ଜେନେଟିକ୍ ମ୍ୟୁଟେସନର ଫେନୋଟାଇପ ମିଶି ମଶାକୁ ଆକୃଷ୍ଟ କରିବାରେ ସହାୟକ ହୁଅନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି । କିନ୍ତୁ ମଶାମାନେ ଏହି କେମିକାଲ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ଏବେ ବି ନିଶ୍ଚିତ ହୋଇନାହିଁ ।
ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଅଧିକ ଆକର୍ଷିତ କରୁଥିବା ନିର୍ଦ୍ଦିଷ୍ଟ ଶରୀରରୁ କାର୍ବୋକ୍ସିଲିକ ଏସିଡ ବାହାର କରି ପାରିବେ ନାହିଁ । ମଣିଷ ଚର୍ମରେ ଥିବା ଗନ୍ଧ ବହୁଗୁଡିଏ କେମିକାଲ କମ୍ପାଉଣ୍ଡର ସମ୍ମିଶ୍ରଣରେ ହୋଇଥାଏ । ପ୍ରତ୍ୟେକ କେମିକାଲକୁ ଜାଣିବାକୁ ହେଲେ, ଭିନ୍ନ ଭିନ୍ନ ପଦ୍ଧତିରେ ଚିହ୍ନଟ କରିବାକୁ ପଡିବ ।
ପ୍ରତ୍ୟେକ ବର୍ଷ ୭୦ କୋଟି ଲୋକ ମଶାବାହିତ ରୋଗରେ ପୀଡିତ ହୋଇଥାନ୍ତି । ତେଣୁ ଭବିଷ୍ୟତରେ ଏହି ମଶାବାହିତ ରୋଗଗୁଡିକ ପାଇଁ ପ୍ରତିଷେଧକ ବିକଶିତ କରିବାକୁ ଏହି ଅଧ୍ୟୟନ ସାହାଯ୍ୟ କରିବ ।
ଅଧିକ ପଢନ୍ତୁ: ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା: ଏକ ସ୍ଥାନରେ ବନ୍ୟଜନ୍ତୁଙ୍କ ସହ ମନୁଷ୍ୟର ସହବସ୍ଥାନ !