Advertisment

Viral Couple: ଇନଷ୍ଟାଗ୍ରାମରେ ମନ ଜିଣୁଛି ୪୦ ବର୍ଷର ପ୍ରେମ କାହାଣୀ

ଭୀମରାଓଙ୍କ ଆଖି ନଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରିପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ।

ଅଦ୍ୟତନ ହୋଇଛି
elderly couple love story

elderly couple

Advertisment

ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଥାନେ ଷ୍ଟେସନର ଦିବ୍ୟାଙ୍ଗ ଦମ୍ପତିଙ୍କ ଭିଡିଓ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଭୀମରାଓ ଓ ଶୋଭା ନାମକ ଏହି ଦମ୍ପତି ମୁମ୍ବାଇର ଥାନେ ଷ୍ଟେସନରେ ନିୟମିତ କ୍ୟାଲେଣ୍ଡର ଓ ସ୍ନାକ୍ସ ବିକ୍ରି କରିଥାନ୍ତି। ଉଭୟ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ପରସ୍ପରକୁ ସାଥ୍ ଦେଇଥାନ୍ତି। ଭୀମରାଓଙ୍କ ଆଖି ନ ଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରି ପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ। ଇଣ୍ଟରନେଟରେ ଏହି ଦମ୍ପତ୍ତିଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଉଛି।

Advertisment

ଡିଜିଟାଲ କ୍ରିଏଟର ସିଦ୍ଧେଶ ଲୋକାରେ ଏହି ଭିଡିଓଟିକୁ ପୋଷ୍ଟ କରିଥିଲେ। ଭିଡିଓଟିକୁ ୧ ମିଲିୟନରୁ ଅଧିକ ଲୋକ ଦେଖିଥିବା ବେଳେ ପସନ୍ଦ ମଧ୍ୟ କରିଥିଲେ। ସିଦ୍ଧେଶ ବିବାହ ତାରିଖ ପଚାରିଥିବା ବେଳ ଭୀମରାଓ ଏହାର ଉତ୍ତର ଦେଇଥିଲେ। ସେହପରି ଉଭୟ ୪ ଦଶନ୍ଧିରୁ ଅଧିକ ସମୟ ଧରି ଏକତ୍ର ଥିବା କହିଥିଲେ ଶୋଭା। ଉଭୟ ନିୟମିତ ଷ୍ଟେସନ ଆସି ଚକଲି, କଚୋଡି ଓ ଭାକରବାଡି ଭଳି ଜିନିଷ ବିକୁଥିବା କହିଛନ୍ତି ଶୋଭା।

ଅଧିକ ପଢ଼ନ୍ତୁ: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

୨ ବର୍ଷ ବୟସରୁ ଭୀମରାଓଙ୍କ ଦୃଷ୍ଟି ଶକ୍ତି ନାହିଁ। ଅନ୍ୟ ପକ୍ଷରେ ଶୋଭାଙ୍କ ଗୋଟିଏ ହାତ ଅଚଳ । ପରସ୍ପରକୁ ଉଭୟ ସହାୟତା କରୁଥିବା ବେଳେ ଆଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ ଏହି ଦମ୍ପତ୍ତି। ଶୋଭା ରୋଷେଇ କରୁଥିବା ବେଳେ ପରିବା କଟାକଟିରେ ସାହାଯ୍ୟ କରନ୍ତି ଭୀମରାଓ। ଉଭୟଙ୍କ ନିକଟକୁ କୌଣସି ଅର୍ଡର ଆସିଲେ ମିଳିତ ଭାବେ ସେମାନେ ଅର୍ଡର ପହଞ୍ଚାଇବାର କାମ କରନ୍ତି ବୋଲି କହିଛନ୍ତି ଶୋଭା। ଉଭୟ ଝଗଡା କରନ୍ତି କି ନାହିଁ ବୋଲି ସିଦ୍ଧେଶ ପଚାରିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ରହିଥିବା ଉତ୍ତର ମିଳିଥିଲା। ଝଗଡ଼ା ହେଲେ ମଧ୍ୟ ଉଭୟ ଏହାର ସମାଧାନ କରିଥାନ୍ତି ବୋଲି ଉତ୍ତର ମିଳିଥିଲା।

Advertisment

ଛିଡ଼ା ହୋଇ ବେପାର କରିବା କଷ୍ଟକର ହେଉଥିବା ବେଳେ ବ୍ୟବସାୟ ପାଇଁ ଷ୍ଟଲଟିଏ ଆବଶ୍ୟକ ବୋଲି କହିଥିଲେ ଶୋଭା। ଆଜିର ଯୁବ ସମାଜ ପାଇଁ କ’ଣ ମେସେଜ ଦେବାକୁ ଚାହିଁବେ ବୋଲି ସିଦ୍ଧେଶ ପଚାରିଥିବା ବେଳେ ଉତ୍ତରରେ ଭୀମରାଓ କହିଥିଲେ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। କେବଳ ନିଜ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ବଞ୍ଚିବା ଆବଶ୍ୟକ। ସିଦ୍ଧେଶଙ୍କ ପୋଷ୍ଟକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିଥିବା ବେଳେ ୮ଲକ୍ଷର ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

Viral Video Elderly Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ