Advertisment

ମା’ର ହସକଥା ଶୁଣି ୫ ବର୍ଷ ପରେ କୋମାରୁ ଉଠିଲେ ମହିଳା; ଆର୍ଶ୍ଚଯ୍ୟ ହେଲେ ଡ଼ାକ୍ତର

ଆର୍ଶ୍ଚଯ୍ୟ କଲା ଭଳି ଘଟଣା, ୫ ବର୍ଷ ପରେ କୋମାରୁ ଉଠିଲେ ମହିଳା । ତାଙ୍କୁ ଦେଖି ଭୟଭୀତ ହେଲେ ତାଙ୍କ ମାଆ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Social Media Story

କୋମା ଭିତରକୁ ଯିବାର ଯନ୍ତ୍ରଣା କେବଳ ସେହି ବ୍ୟକ୍ତି ହିଁ କହି ପାରିବେ, ଯାହାର ପ୍ରିୟଜନ ଆଖି ଆଗରେ ଡାକ୍ତରଖାନା ଶଯ୍ୟା ଉପରେ କୋମାରେ ଶୋଇ ରହିଥିବେ, ତେବେ ଜଣେ ଆମେରିକୀୟ ମହିଳା ମଧ୍ୟ ସମାନ ଅବସ୍ଥାରେ ଥିଲେ, ଯିଏ ତାଙ୍କ ଝିଅକୁ ପାଞ୍ଚ ବର୍ଷ ହେବ କୋମାରୁ କେମିତି ସୁସ୍ଥ ହେବେ ତାହାକୁ ନେଇ ଅପେକ୍ଷା କରି ସବୁବେଳେ ରହୁଥିଲେ । ତାଙ୍କ ମା’ ପ୍ରତିଦିନ ଡାକ୍ତରଖାନାକୁ ଯାଇ ଝିଅ ପାଖରେ ବସି ରହୁଥିଲେ । ଆଶା କରୁଥିଲେ ତାଙ୍କ ଝିଅ କେଉଁ ଦିନ ଠିକ୍‌ ହେବ ଓ ତାଙ୍କ ସହ ସେ ଖୁସି ମନାଇବେ। ଶେଷରେ ସେହି ଖୁସିର ମୁହୂର୍ତ୍ତ ମଧ୍ୟ ଆସିଲା । କିନ୍ତୁ ତାଙ୍କ ଝିଅ କୋମାରୁ କିପରି ଉଠିଲେ ତାହା ଦେଖିବା ପରେ ତାଙ୍କ ମାଆ ଭୟଭୀତ ହେଲେ । 

Advertisment

ମିଚିଗାନ୍‌ର ଜେନିଫର୍‌ ଫ୍ଲେୱେଲେନ୍‌ ଏକ କାର ଦୁର୍ଘଟଣା ପରେ ଚାରି ବର୍ଷ ୧୧ ମାସ କାଳ କୋମାରେ ରହିଥିଲେ । କିନ୍ତୁ ଯେତେବେଳେ ସେ ଉଠିଲେ, ସେ ତାଙ୍କ ମାଆଙ୍କୁ ଆଖି ଆଗରେ ପାଇଲେ । ଜେନିଫରଙ୍କ ମା’ ପେଗି ମେନ୍ସ ହସ୍ପିଟାଲକୁ ଯାଇ ତାଙ୍କ ଝିଅକୁ ଦେଖା କରିବାକୁ ଯାଉଥିଲେ ମଧ୍ୟ ତାଙ୍କ ଆଶା ନଥିଲା ସେ ସୁସ୍ଥ ହେବେ ବୋଲି । କିନ୍ତୁ ସେ କେବେ ଭାବି ନଥିଲେ ଯେ ତାଙ୍କ ଝିଅ ଏହିପରି ଭାବରେ ଉଠିବେ ବୋଲି । 

ଏକ ରିପୋର୍ଟ ଅନୁଯାୟୀ, ୨୫ ସେପ୍ଟେମ୍ବର ୨୦୧୭ରେ ଏକ ଭୟଙ୍କର କାର ଦୁର୍ଘଟଣା ପରେ ଜେନିଫରଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ କୋମାକୁ ପଳାଇ ଯାଇଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ୩୬ ବର୍ଷ ଥିଲା । ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଲା । ଜେନିଫରଙ୍କ ମା’ ଏବଂ ତାଙ୍କ ପିଲାମାନେ ପ୍ରତିଦିନ ଆସି ଥଟ୍ଟା କରୁଥିଲେ ଏବଂ ଘର ସମ୍ବନ୍ଧୀୟ ଜିନିଷ ବିଷୟରେ କଥାବାର୍ତ୍ତା ହେଉଥିଲେ । ୬୦ ବର୍ଷୀୟ ପେଗି କହିଛନ୍ତି, ଆରମ୍ଭରେ ଜେନିଫର୍ ପ୍ରାୟତଃ ଶୋଇ ରହୁଥିଲେ, କିନ୍ତୁ ସମୟ ଗଡିବା ପରେ ସେ କୋମାରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ ।

Advertisment

କାହିଁକି ଚମତ୍କାର ବୋଲି କହିଲେ ଡ଼ାକ୍ତର ? 

ରିପୋର୍ଟ ଅନୁଯାୟୀ, ୪୧ ବର୍ଷ ବୟସରେ ତାଙ୍କ ଝିଅ ହଠାତ୍ କୋମାରୁ ଉଠି ଜୋରରେ ହସିବାକୁ ଲାଗିଲେ । ଡାକ୍ତରମାନେ ପେଗିଙ୍କୁ କହିଥିଲେ ଯେ ତାଙ୍କ ଝିଅ ସେମାନଙ୍କ ଥଟ୍ଟାମଜା ଶୁଣି ହସିବାକୁ ଲାଗିଥିଲେ । ମିଚିଗାନର ମେରି ଫ୍ରି ବେଡ୍ ପୁନର୍ବାସ ହସ୍ପିଟାଲ୍‌ରେ ଜେନିଫର୍‌ର ଡକ୍ଟର ରାଲ୍ଫ ୱାଙ୍ଗ କହିଛନ୍ତି ଯେ ଏହା ଚମତ୍କାରଠାରୁ ମଧ୍ୟ କମ୍ ନୁହେଁ । କାରଣ, ଏହା କେବଳ ୧ରୁ ୨% ରୋଗୀଙ୍କ ସହିତ ହୋଇଥାଏ । 

କାହିଁକି ଭୟଭୀତ ହେଲେ ତାଙ୍କ ମା’ ? 

ପେଗି କହିଛନ୍ତି, ମୋ ଝିଅ କୋମାରେ ପଡ଼ିଥିବା ସମୟରେ ତା’ ହସ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ମୁଁ ଦୀର୍ଘ ଦିନ ଧରି ତା’ର ସ୍ୱର ଶୁଣି ନ ଥିଲି । ସେହି ମୁହୂର୍ତ୍ତକୁ ମନେ ପକାଇ ସେ କୁହନ୍ତି, ଯେତେବେଳେ ଜେନିଫର୍ ଉଠିଲା, ମୁଁ ତାଙ୍କ ହସ ଶୁଣି ବହୁତ ବିବ୍ରତ ହୋଇଗଲି । କାରଣ, ଆକସ୍ମିକ ହସ ମୋତେ ଆଶ୍ଚର୍ଯ୍ୟ ଚକିତ କରିଥିଲା। 

Accident Mother
Advertisment
Advertisment