/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691250649.jpg)
Friendship Day Special
ସ୍ୱାର୍ଥପର ମଣିଷ ସମାଜର ଦୁନିଆ ଭିତରେ ଏବେ ବି ବଞ୍ଚିରହିଛି ପଶୁ, ପକ୍ଷୀ ଏବଂ ମଣିଷ ଭିତରେ ଅନାବିଳ ସ୍ନେହ ସମ୍ପର୍କ । ସେଇଥି ପାଇଁ ତ କେତେବେଳେ ମଣିଷ ପିଠିରେ ମାଙ୍କଡ ବସି ଗେଲ ହେଉଛି ତ ଆଉ କେତବେଳେ କୁକୁର ପିଠିରେ ମୁଣ୍ଡରଖି ଶୋଇପଡିବା ସହ କୁକୁରକୁ ମାଆ ଭାବି କ୍ଷୀର ମଧ୍ୟ ଖାଉଛି ମାଙ୍କଡ । ୩ ଜଣଙ୍କ ଭିନ୍ନ ଜାତି । ହେଲେ ଭଲପାଇବା ଡୋରିରେ ସେମାନେ ଏମିତି ବାନ୍ଧି ହୋଇ ରହିଛନ୍ତି ଯେ କ୍ଷଣକ ପାଇଁ କେହି କାହାଠାରୁ ଅଲଗା ହେବାକୁ ଚାହୁଁନାହାନ୍ତି । ଖାଇବାଠୁ, ଶୋଇବା ସେମାନେ ସବୁବେଳେ ଏକାଠି ରହିବାକୁ ପସନ୍ଦ କରନ୍ତି । ତେଣୁ ସେମାନଙ୍କ ଭଲପାଇବା ଦେଖି ସମସ୍ତେ ଦିୱାନା ।
ପୁରୀ କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡାର ପିତବାସ ପାହାଣ । ପେସାରେ ସେ ଜଣେ ଦିନ ମଜୁରୀଆ । ପର ଘରେ ମଜୁରୀ ଲାଗିଲେ ଚୁଲିକୁ ଭାତହଣ୍ଡା ଉଠେ । କିନ୍ତୁ ପଶୁ ପକ୍ଷୀଙ୍କ ପ୍ରେମରେ ପାଗଳ ପୀତବାସ । ବଣ ଜଙ୍ଗଲରେ ଘୁରି ବୁଲୁଥିବା ମାଙ୍କଡକୁ ନିର୍ଭୟ ଭାବରେ ତାଙ୍କ ମୁଣ୍ଡ ଉପରେ ବସାଉଛନ୍ତି । ଖାଲି ବସାଇଛନ୍ତି ତାହା ନୁହେଁ ବରଂ ନିଜ ପିଲା ପରି ଗେଲ କରୁଛନ୍ତି ।
କୁହାଯାଏ କୁକୁର ମାଙ୍କଡ଼ଙ୍କ ମଧ୍ୟରେ ସଂପର୍କ ଅହି-ନକୁଳର । ହେଲେ ଏ କଥା ଭୁଲ ପ୍ରମାଣିତ କରିଛନ୍ତି ପୀତବାସ । ବେଳେବେଳେ କୁକୁର ପିଠିରେ ମାଙ୍କଡ ବସି ବୁଲୁଛି । ଖାଲି ଏତିକି ନୁହେଁ ବିଦେଶୀ ପକ୍ଷୀ ଏତେ ଅନାବିଳ ସ୍ନେହ ପାଇଛି ଯେ ପୀତବାସଙ୍କ କୋଳ ଛାଡି ଯାଉନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଆଜିକା ଦିନରେ ଅନେକ ସମୟରେ ଦେଖାଯାଉଛି କି ମଣିଷ ମଣିଷଙ୍କୁ ବି ପଚାରୁନାହିଁ । ହେଲେ ସେଇଠି ପଶୁ-ପକ୍ଷୀଙ୍କ ପ୍ରେମରେ ପୀତବାସ ଯେମିତି ପାଗଳ ହୋଇଛନ୍ତି ତାହାକୁ ନେଇ ବେଶ୍ ଚର୍ଚ୍ଚା । ସତରେ ଏମିତି ବନ୍ଧୁତା ଆପଣ ପୂର୍ବରୁ କେବେ ଦେଖିନଥିବେ ।
(କୃଷ୍ଣପ୍ରସାଦରୁ ନୀଳକଣ୍ଠ ପ୍ରଧାନଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)