• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ଦୃଢମନୋବଳ ଓ ଇଛାଶକ୍ତି ମଣିଷକୁ ସକ୍ଷମ କରେ । ଦିବ୍ୟାଙ୍ଗ ସତ୍ୱେ କାହା ଉପରେ ବୋଝ ନହୋଇ ନିଜେ ମୂଲ ଲାଗୁଛନ୍ତି ଆଉ ଝାଳ ବୁହା ଟଙ୍କାରେ ପରିବାର ପୋଷୁଛନ୍ତି ।

ଭଦ୍ରକ ପୁରୁଣାବଜାର ଅଂଚଳ ଛଡାକ ମହଲା ମୀରସାହିରେ ଦୁଇ ଦିବ୍ୟାଙ୍କ ଯୋଦ୍ଧା ଶେଖ କଲାମ ଆଉ ଫିରୋଜ ଖାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ବଡବଡ କାଠ ଗଣ୍ଡିକୁ କୁରାଢୀରେ କାଟି ଟିକଟିକ କରିପାରୁଛନ୍ତି, ଯାହା ଦେଖିଲେ ସୁସ୍ଥ ଲୋକ ବି ବିଶ୍ୱାସ କରିପାରିବନି ।  ଗୋଟିଏ କୁଇଣ୍ଟାଲ କାଠଗଣ୍ଡି କାଟିଲେ ମିଳେ ମାତ୍ର ୭୦ ଟଙ୍କା । ତେଣୁ ନିତିଦିନ ପାରିଶ୍ରମିକ ବାବଦକୁ ମିଳେ ମାତ୍ର ୧୫୦ ରୁ ୨୦୦ ଟଙ୍କା ।

ତେବେ ଫିରୋଜଙ୍କର ନିଜର ଘର ବୋଲି କିଛି ନାହିଁ । ଜନ୍ମରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ଫିରୋଜ ଖାଲି ଯାହା ୭୦୦ ଟଙ୍କା ଭତ୍ତା ପାଉଛନ୍ତି । ନିଜର ନିତ୍ୟ କର୍ମ କରିବା ପାଇଁ ଭଙ୍ଗା ହ୍ୱିଲ ଚେୟାରର ସାହାରା ନିଅନ୍ତି ଫିରୋଜ଼ । ଭୂମିହୀନ ହୋଇଥିବାରୁ ପ୍ରଶାସନକୁ ଅନେକ ଥର ଜାଗା ଖଣ୍ଡେ ଲାଗି ନେହୁରା ହୋଇଛନ୍ତି ସତ ହେଲେ କିଛି ପାଇନାହାନ୍ତି । ସବୁଠୁ ବିଡମ୍ବନାର କଥା ହେଉଛି ଯିବାଆସିବା ପାଇଁ ହ୍ୱିଲ୍ ଚେୟାର ଖଣ୍ଡେ ବି କଲାମଙ୍କ ଭାଗ୍ୟରେ ନାହିଁ ।

ଦୁଇ ଜଣଙ୍କ କାର୍ଯ୍ୟକୁ ଦେଖି କିଛ ସ୍ଥାନୀୟ ଲୋକେ କିନ୍ତୁ ହତବାକ ହୋଇଛନ୍ତି । ଏମାନଙ୍କ ଲାଗି ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଅଂଚଳବାସୀ । ସେପଟେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଏହି ଦୁଇ ଜଣଙ୍କ କଥା ଆମ ନଜରକୁ ଆସିଛି । ଆମେ ଆବଶ୍ୟକତା ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ କରିବୁ । ତେବେ ଦିବ୍ୟାଙ୍ଗଙ୍କ ଲାଗି ଶହଶହ ଯୋଜନା କରୁଛନ୍ତି ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ଯୋଜନା ।

 

  • Reported by:
  • Partha Sarathi nayak