Advertisment

କାବେରୀ ବିହନ କରିଦେଲା କମାଲ : ବିଲାତି ଚାଷରୁ ଲାଭ ଲକ୍ଷଲକ୍ଷ

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପରିବା ଓ ଧାନ ଚାଷ କରି ଅଳ୍ପ ପରିମାଣରେ ରୋଜଗାର କରୁଥିଲେ। ହେଲେ କାବେରୀ ବିହନରେ ଭଲ ଲାଭ ହେଉଥିବା ଜାଣିବା ପରେ ସେହି ବିହନ ଆଣି କ୍ଷେତରେ ଚାଷ କଲେ। ଆଉ ସଠିକ୍‌ ଭାବରେ ରକ୍ଷଣବେକ୍ଷଣ ବି କଲେ...ଆଉ ତା’ପରେ କ୍ଷେତରେ ଫଳିଛି ସୁନାର ଫସଲ।

author-image
Sarbeswar
ଅଦ୍ୟତନ ହୋଇଛି
Tomato farmers

Tomato farmers

ଭଂଜନଗର : କ୍ଷେତରେ ଲାଲଟହଟହ ବିଲାତି ଫଳିଛି । ଏତେ ମାତ୍ରାରେ ଫଳିଛି ଯେ ଡାଳ ଭାଙ୍ଗିପଡୁଛି।  ନିଇତି ସକାଳ ହେଲେ କ୍ଷେତରେ ପଶି ପାଚିଲା ଟମାଟୋ ତୋଳି ପାଚିହାରେ ରଖୁଛନ୍ତି ଚାଷୀ। ଆଉ ସେହି ବିଲାତିକୁ ବଜାରରେ ବିକ୍ରି କରିବାକୁ ନେଉଛନ୍ତି ଚାଷୀ।  ବିଲାତିକୁ ବଜାରରେ ବିକ୍ରି କରି ଏବେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଚାଷୀ।ଗଞ୍ଜାମ ସୋରଡ଼ା ବ୍ଲକ ନିମପଲ୍ଲୀ ବଂଜର ମହିଳା ଚାଷୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଟମାଟୋ ଚାଷ କରି ଏଠାକାର ଚାଷୀ ହୋଇଛନ୍ତି ଲକ୍ଷପତି। ଚଳିତଥର ଏମାନେ ଅତ୍ୟାଧୁନିକ ପ୍ରଣାଳୀରେ କାବେରୀ ବିହନ ବୁଣି ଥିଲେ। ଯାହା ଆଜି ସୁନାର ଫସଲ ଦେଇଛି। ଗୋଟାଏ ଗୋଟାଏ ଗଛରେ ୨୫ ରୁ ୩୦ ଟି ଲେଖାଁଏ ଟମାଟୋ ଫଳୁଛି। ଏବେ ବଜାରରେ ଦର ଉଚ୍ଚା ରହିଥିବାରୁ ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ଏଇ ମହିଳା ଚାଷୀମାନେ।

Advertisment

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପରିବା ଓ ଧାନ ଚାଷ କରି ଅଳ୍ପ ପରିମାଣରେ ରୋଜଗାର କରୁଥିଲେ। ହେଲେ କାବେରୀ ବିହନରେ ଭଲ ଲାଭ ହେଉଥିବା ଜାଣିବା ପରେ ସେହି ବିହନ ଆଣି କ୍ଷେତରେ ଚାଷ କଲେ। ଆଉ ସଠିକ୍‌ ଭାବରେ ରକ୍ଷଣବେକ୍ଷଣ ବି କଲେ...ଆଉ ତା’ପରେ କ୍ଷେତରେ ଫଳିଛି ସୁନାର ଫସଲ।

ଶେରଗଡର ମହିଳାମାନେ ଖୁବ ପରିଶ୍ରମୀ ଆମେ ସମସ୍ତେ ଜାଣନ୍ତି । ପ୍ରତିଦିନ ସକାଳୁ ଉଠି ନିଜ କ୍ଷେତକୁ ଯାଇଥାନ୍ତି ଏଠିକାର ମହିଳାମାନେ । ସେଠାରେ ବିହନ ବୁଣିବାଠାରୁ ଆରମ୍ଭ କରି ପାଣି ମଡ଼ାଇବା ପର୍ଯ୍ୟନ୍ତ ସବୁ କାମ କରନ୍ତି ।ବର୍ତମାନ ସମୟରେ ଟମାଟୋର ଅମଳ ସମୟ । ତେଣୁ ସଅଳ ସଅଳ ତୋଳିଲେ ବଜାରରେ ବିକ୍ରି କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟମାଟୋ ଏତେ ଅଧିକ ମାତ୍ରାରେ ଫଳୁଛି ଯେ ବିଲାତି ଦର ବି କମିଗଲାଣି। ଯଦି ଟମାଟୋର ଚାହିଦା ଭଲ ରହିବ ତେବେ ସେମାନେ ୬୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ବୋଲି କହିଛନ୍ତି...

Advertisment

ଗଂଜାମ ଭଂଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ, ଓଟିଭି

Ganjam
Advertisment
Advertisment