• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶିକ୍ଷା ରାଇଜର ସାମ୍ରାଜ୍ଞୀ ଏସ୍‌. ସରଜୁ । ଶିକ୍ଷାଦାନ ତାଙ୍କ ପାଇଁ କେବଳ ଏକ ପେଶା ନୁହେଁ, ନିଶା କହିଲେ ଚଳେ । ପାଠ ପଢ଼ାଇବା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପିଲାଙ୍କୁ ପଢ଼ାଇବାରେ ତାଙ୍କୁ ଖୁବ୍‌ ଆନନ୍ଦ ମିଳେ । କୁନି କୁନି ପିଲାଙ୍କ ହାତ ଧରି ଅକ୍ଷର ଶିଖାଇବା, ସଂଖ୍ୟା ଶିଖାଇବା ପାଇଁ ସେ ସବୁବେଳେ ତତ୍ପର ଥାଆନ୍ତି । ଆଉ ଏଥିପାଇଁ ସେ ଦୀର୍ଘ ୧୩ ବର୍ଷ ହେଲା କୌଣସି ଛୁଟି ନେଇନାହାନ୍ତି । ସୁବିଧା ଅସୁବିଧାରେ ବି ତାଙ୍କୁ ଛୁଟି ଦରକାର ପଡ଼ିନି ।   

୨୦୦୪ରୁ କାମ କରୁଛନ୍ତି ସରସୁ 
ତାମିଲନାଡ଼ୁର ସରକାରୀ ଶିକ୍ଷୟିତ୍ରୀ ସରସୁ ମାଡାମ୍‌ । ବୟସ ୪୭ ବର୍ଷ ।   ବିଲୁପୁରମ୍ ନିକଟ ସୁନ୍ଦରପରିପାଲମ୍ ଗ୍ରାମର ବାସିନ୍ଦା ସେ । ପ୍ରତିଦିନ ସମୟ ପୂର୍ବରୁ ସେ ବିଦ୍ୟାଳୟରେ ପହଞ୍ଚି ଯାଆନ୍ତି । ୨୦୦୪ରୁ ସେ ଆନନ୍ଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି । ପାଠ ପଢ଼ାଇବା ତାଙ୍କ ପାଇଁ ଏକ ନିଶା।  ତାଙ୍କର ୧୮ ବର୍ଷର ଚାକିରି କାଳରେ ମଧ୍ୟରେ ସେ କୌଣସି ଡାକ୍ତରୀ ଛୁଟି ନେଇନାହାଁନ୍ତି । ଏହା ବ୍ୟତୀତ ସେ ଗତ ୧୩ବର୍ଷ ମଧ୍ୟରେ କୌଣସି ପ୍ରକାରର ଛୁଟି ନେଇ ନାହାଁନ୍ତି । କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଶିକ୍ଷକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ତେବେ ଛୁଟି ନନେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ହୁଏ ନାହିଁ । ସ୍କୁଲ ସମୟ ପରେ କିମ୍ବା ପୂର୍ବରୁ ନିଜର ସବୁ କାମ ଶେଷ କରିଦିଅନ୍ତି ସରସୁ । ଏବେ ସୁଦ୍ଧା ତାଙ୍କର ନିଜ କାମ ପାଇଁ ଛୁଟି ନେବାର ଆବଶ୍ୟକତା ପଡ଼ିନି । ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅନ୍ୟ ସହକର୍ମିଙ୍କ କହିବା ଅନୁସାରେ, ସରସୁ ମାଡାମ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚି ବିଳମ୍ବରେ ଘରକୁ ଯାଆନ୍ତି । ସବୁଠାରୁ ବଡ଼ କଥା ହେଲା ସେ ଛୁଟି ନେଉନଥିବାରୁ ତାଙ୍କୁ ଦେଖି ପିଲାମାନେ ମଧ୍ୟ ଅଥିକ ଛୁଟି ନିଅନ୍ତି ନାହିଁ ।  ପିଲାମାନେ ସବୁବେଳେ ତାଙ୍କ କ୍ଲାସରେ ଉପସ୍ଥିତ ରୁହନ୍ତି । 

ଗତ ବର୍ଷ ତାମିଲନାଡୁ ସରକାର ସରସୁ ମାଡାମଙ୍କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହିତ  ବିଭିନ୍ନ ସଂଗଠନର ଶିକ୍ଷାଦାନ ପକ୍ଷରୁ ମଧ୍ୟ ତାଙ୍କୁ ୫୦ରୁ ଅଧିକ ପୁରସ୍କାର ପ୍ରଦାନ କରାଯାଇଛି ।