Advertisment

ମାଟିରେ ତିଆରି କରୁଛନ୍ତି ଚା’ କପ୍, ଗାଁ ମହିଳାଙ୍କୁ ମିଳୁଛି ରୋଜଗାରର ବାଟ

ବର୍ତ୍ତମାନ ସମୟରେ ଆମେ ସମସ୍ତେ ଚା’ ପିଉଛନ୍ତି ପ୍ଲାଷ୍ଟିକ୍‌ କପ୍‌ରେ। ଯଦି ଆପଣଙ୍କ ଭିତରୁ କେହି କେବେ ମାଟି କପ୍‌ରେ ଚା ପିଉଥିବେ ତେବେ ତାହାର ମହତ ନିଶ୍ଚୟ ଜାଣିଥିବେ। ସେଇଥି ପାଇଁ ତ ମହିଳାମାନେ ମାଟିରେ କପ୍‌ ତିଆରି କରି ରେଳ ବିଭାଗକୁ ଯୋଗାଉଛନ୍ତି, ଆଉ ସେଥିରୁ ଯେତିକି ଟଙ୍କା ମିଳୁଛି ତାହା ଏମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି

author-image
Sarbeswar
ଅଦ୍ୟତନ ହୋଇଛି
Terracotta Turns Profitable For Nilagiri Women

SHG

ନିଜେ କୋଦାଳ ଧରି ମାଟି ହାଣୁଛନ୍ତି। ସେହି ମାଟିକୁ ମେସିନ ସାହାଯ୍ୟରେ ଚକଟୁଛନ୍ତି। ଘିରିଘିରି ହୋଇ ବୁଲୁଛି ମେସିନ୍‌। ମାଟି ଚକଟା ସରିବା ପରେ ତାକୁ ଲୁଗା ଦେଇ ରଖୁଛନ୍ତି ମହିଳାମାନେ। ମାଟିରୁ ଟିକିଏ ପାଣି ମରିବା ପରେ ମେସିନର ଚକ ବୁଲେଇ ବୁଲେଇ ତିଆରି କରୁଛନ୍ତି ବିଭିନ୍ନ ସାମଗ୍ରୀ।

Advertisment

କପ୍‌ କହୁଛି କାହାଣୀ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଦେଖିବା ପରେ ହୁଏତ ଆପଣମାନେ ସବୁ ବୁଝିପାରିବେ ବୋଲି ଆମର ବିଶ୍ୱାସ ରହିଛି । ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଟିରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଗୋବର ଖତରୁ ତିଆରି ହେଉଛି ଜାଳେଣି କାଠ

ବର୍ତ୍ତମାନ ସମୟରେ ଆମେ ସମସ୍ତେ ଚା’ ପିଉଛନ୍ତି ପ୍ଲାଷ୍ଟିକ୍‌ କପ୍‌ରେ। ଯଦି ଆପଣଙ୍କ ଭିତରୁ କେହି କେବେ ମାଟି କପ୍‌ରେ ଚା ପିଉଥିବେ ତେବେ ତାହାର ମହତ ନିଶ୍ଚୟ ଜାଣିଥିବେ। ସେଇଥି ପାଇଁ ତ ମହିଳାମାନେ ମାଟିରେ କପ୍‌ ତିଆରି କରି ରେଳ ବିଭାଗକୁ ଯୋଗାଉଛନ୍ତି, ଆଉ ସେଥିରୁ ଯେତିକି ଟଙ୍କା ମିଳୁଛି ତାହା ଏମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି...

Advertisment

ବାଲେଶ୍ୱର ଔପଦା ଚିନ୍ତାମଣିପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ସବୁଠି ପ୍ରଶଂସା । ୩୦ରୁ ଅଧିକ ମହିଳା ମିଶି ମାଟିରୁ ତିଆରି କରିବାରେ ଲାଗିଛନ୍ତି ବିଭିନ୍ନ ସାମଗ୍ରୀ। ଖାଲି କପ୍‌ ନୁହେଁ ମାଟିରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ବି ତିଆରି କରୁଛନ୍ତି। ଆପଣଜାଣି ଆଶ୍ଚର୍ଯ୍ୟ ହେବେ ରେଳ ବିଭାଗକୁ ବର୍ତ୍ତମାନ ମାସକୁ ୨୫ ହଜାର କପ ଯୋଗାଉଛନ୍ତି। ଆଗାମୀ ଦିନରେ ୧ ଲକ୍ଷ କପ୍‌ ଯୋଗାଇବାର ଲକ୍ଷ୍ୟ ରହିଥିବା କହିଛନ୍ତି ଗ୍ରୁପର ସଦସ୍ୟା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିନରେ ଘର କାମ କରିବା ସହିତ କପ୍‌ ତିଆରି କାମ କରୁଛନ୍ତି ମହିଳାମାନେ। ରେଳ ବିଭାଗକୁ କପ୍‌ ଯୋଗାଇ ସେମାନେ ଟଙ୍କା ରୋଜଗାର କରିପାରୁଥିବାରୁ ସମସ୍ତେ ବେଶ୍‌ ଖୁସି ମଧ୍ୟ। ଖାଲି ଏତିକି ନୁହେଁ ବରଂ ଘର ପାଖରେ ରହି ଟଙ୍କା ରୋଜଗାର କରିପାରୁଥିବାରୁ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ନୂଆ ନୂଆ ଜିନିଷ ତିଆରି କରିବାର ରଖିଛନ୍ତି ଲକ୍ଷ୍ୟ

(ବାଲେଶ୍ୱର ନୀଳଗିରିରୁ ବିଶ୍ୱମ୍ବର ଦାସଙ୍କ ରିପୋର୍ଟ)

SHG SHG Groups
Advertisment
Advertisment