Advertisment

ଦିନେ ପାଠ ପ୍ରତି ନଥିଲା ରୁଚି, ଏବେ IAS ଅଫିସର୍

ପିଲାଦିନୁ ନଥିଲା ପାଠ ପ୍ରତି ରୁଚି। ୬ଷ୍ଠରେ ହୋଇଯାଇଥିଲେ ଫେଲ୍। ଯିଦି ଧରିଲେ କିଛି କରିଦେଖେଇବେ। କଲେ କଠିନ ପରିଶ୍ରମ। ତାଙ୍କ ପରିଶ୍ରମ ତାଙ୍କୁ କରିଦେଲା IAS ଅଫିସର୍। ଆସନ୍ତୁ ଜାଣିବା ସେ କିପରି କରୁଥିଲେ ଅଭ୍ୟାସ।

author-image
Pramod Behera
ଅଦ୍ୟତନ ହୋଇଛି
Success story of ias rukmani riar who failed in 6th class

Success story of ias rukmani riar who failed in 6th class

ଆଇଏଏସ୍ ରୁକ୍ମିଣୀ ରିୟାର୍ ଚଣ୍ଡିଗଡ଼ର ବାସିନ୍ଦା। ତାଙ୍କ ବାପା ବଲଜିନ୍ଦର ସିଂହ ରିୟାର ହୋଶିଆରପୁରର ଅବସରପ୍ରାପ୍ତ ଡେପୁଟି ଜିଲ୍ଲା ଓକିଲ। ତାଙ୍କ ମା’ ତକଦୀର କୌର ଜଣେ ଗୃହିଣୀ। ରୁକ୍ମିଣୀ ପିଲାଦିନରୁ ପାଠ ପଢରେ ଏତେ ସ୍ମାର୍ଟ ନଥିଲେ। ଏନେଇ ପରିବାର ତାଙ୍କ ଅଧ୍ୟୟନକୁ ନେଇ ବହୁତ ଚିନ୍ତିତ ଥିଲେ।

Advertisment

ଆଇଏଏସ୍ ରୁକ୍ମିଣୀ ରିୟାର୍ ଗୁରୁଦାସପୁରରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ। ପିଲାଦିନେ ତାଙ୍କର ପାଠ ପ୍ରତି କମ୍ ଆଗ୍ରହ ଥିଲା। ତାଙ୍କ ପରିବାର ତାଙ୍କୁ ଚତୁର୍ଥ ଶ୍ରେଣୀରେ ଡଲ୍‌ହୌଜୀର ସାକ୍ରେଡ୍ ହାର୍ଟ ସ୍କୁଲ୍‌କୁ ପଠାଇଦେଇଥିଲେ। ସେଠାରେ ରୁକ୍ମିଣୀ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ। ତାଙ୍କର ଏହି ବିଫଳତା ଯୋଗୁଁ ସେ ବହୁତ ନିରାଶ ମଧ୍ୟ ହୋଇପଡିଥିଲେ। ଅନେକ ମାସ ଧରି ଚାପରେ ରହିବା ପରେ ସେ ସ୍ଥିର କଲେ ଯେ ସେ କିଛି କରି ଦେଖେଇବେ।

ରୁକ୍ମିଣୀ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅମୃତସର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନରେ ସ୍ନାତକ କରିଥିଲେ। ତା’ପରେ ସେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରୁ ସାମାଜିକ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଏଥିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ।

Advertisment

ଏହା ପରେ ରୁକ୍ମିଣୀ ଯୋଜନା ଆୟୋଗ ବ୍ୟତୀତ ମୈସୁରରେ ଅଶୋଦୟ ଏବଂ ମୁମ୍ବାଇର ଅନ୍ନପୂର୍ଣ୍ଣା ମହିଳା ମଣ୍ଡଳ ଭଳି ଏନଜିଓରେ ଇଣ୍ଟର୍ନସିପ୍ କରିଥିଲେ। ଏହି ସମୟରେ ସେ ସିଭିଲ୍ ସର୍ଭିସ୍ ପ୍ରତି ଆକର୍ଷିତ ହୋଇଥିଲେ ଏବଂ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ରୁକ୍ମିଣୀ UPSC ପରୀକ୍ଷା ପାଇଁ ଆତ୍ମ ଅଧ୍ୟୟନ ଉପରେ ଧ୍ୟାନ ଦେଇଥିଲେ। ଏଥିପାଇଁ ସେ କୌଣସି କୋଚିଂର ସହାୟତା ନେଇ ନଥିଲେ। ସେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ NCERT ପୁସ୍ତକରୁ ଅଧ୍ୟୟନ ଆରମ୍ଭ କରିଥିଲେ। ସାକ୍ଷାତକାର ପାଇଁ ପ୍ରତିଦିନ ଅନେକ ଖବରକାଗଜ ମଧ୍ୟ ପଢୁଥିଲେ।

ରୁକ୍ମିଣୀ ଅନେକ ମକ୍ ଟେଷ୍ଟରେ ସାମିଲ୍ ହେଲେ ପୂର୍ବ ବର୍ଷର ପ୍ରଶ୍ନପତ୍ରଗୁଡିକୁ ଅଭ୍ୟାସ କଲେ। ଶେଷରେ ତାଙ୍କର କଠିନ ପରିଶ୍ରମ ସଫଳ ହେଲା ଏବଂ ସେ UPSC CSE ୨୦୧୧ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଲେ।

ଆଇଏଏସ୍ ରୁକ୍ମିଣୀ ରିୟାର ବର୍ତ୍ତମାନ ଶ୍ରୀଗଙ୍ଗନଗର ଜିଲ୍ଲା କଲେକ୍ଟର ଭାବରେ ନିଯୁକ୍ତି ପାଇଛନ୍ତି। ସେ ହରିୟାଣାର ହିସାର ଜିଲ୍ଲାର ଆଇଏଏସ୍ ସିଦ୍ଧାର୍ଥ ସିହାଗଙ୍କୁ ବିବାହ କରିଛନ୍ତି। ଆଇଏଏସ୍ ଅଧିକାରୀ ହେବା ପୂର୍ବରୁ ସିଦ୍ଧାର୍ଥ ସିହାଗ ଦିଲ୍ଲୀର ମହାନଗର ନିଗମ ଥିଲେ।

୨୦୧୦ ମସିହାରେ, UPSC ପରୀକ୍ଷାରେ ୧୪୮ ରାଙ୍କ୍ ପାଇବା ପରେ ସେ ଆଇପିଏସ୍ ହୋଇଥିଲେ। ତା’ପରେ ୨୦୧୧ରେ ସେ ୪୨ତମ ରାଙ୍କ୍ ପାଇବା ପରେ IAS ଅଧିକାରୀ ହୋଇଥିଲେ।

Women Empowerment Successful Woman
Advertisment
Advertisment