• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଗତସିଂହପୁରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ରାଉତ । ସ୍ଥାନୀୟ ଅଂଚଳର ଶ୍ରୀ ରାଉତ ମାର୍କଣ୍ଡପୁର ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଗାଁରେ ସୁବାସ ସାର୍‌ କହିଲେ ସମସ୍ତେ ଜାଣନ୍ତି । ୧୯୮୫ ମସିହାରେ ଶିକ୍ଷକତା ଆରମ୍ଭ କରିଥିବା ସୁବାସ ସାର ବିଦ୍ୟାଳୟରେ ପାଠ ପଢାଇବା ଆରମ୍ଭ କରିଥିଲେ । ଏହା ସହ ସେ ପିଲାଙ୍କ ଭିତରେ ରହିଥିବା ପ୍ରତିଭାର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଖୁବ ପ୍ରଶଂସିତ ହୋଇଛନ୍ତି ।

ଏଣୁ ସେ ଗତ ୨୦୦୫ ମସିହାରେ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ଆଉ ଏବେ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ସୁବାସ ତାଙ୍କର ଏହି ସଫଳତା ପାଇଁ ଛାତ୍ରଛାତ୍ରୀ, ସହକର୍ମୀ, ପିତାମାତାଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି । ଏବେ ସେ ଅବସର ନେଲେଣି ସତ କିନ୍ତୁ ତାଙ୍କର ଏହି ବିରଳ ପ୍ରତିଭା ପାଇଁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ତଥା ଶୁଭେଛୁ ଖୁସିବ୍ୟକ୍ତ କରିଛନ୍ତି ।

ଜଗତସିଂହପୁର ଜିଲ୍ଳା ସଦରମହକୁମା ମାର୍କଣ୍ଡପୁରର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ । ପ୍ରାୟ ୩ ବର୍ଷ ଧରି ସୁବାଷ ରାଉତ ଏଠାରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି । ପିଲାଙ୍କୁ ଅଭିନବ ଢଙ୍ଗରେ ପାଠ ପଢାଉଥିଲେ । ଅବସର ନେବା ପରେ ବି ସୁବାସ ସାରଙ୍କୁ ମନେ ପକାଉଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଶ୍ରୀ ରାଉତଙ୍କ ମତରେ ଶିକ୍ଷକତା ଏକ ବୃତ୍ତି ନୁହେଁ ଏହା ହେଉଛି ଏକ ବ୍ରତ । ଅନ୍ୟ ଚାକିରି ଭଳି କେବଳ ଦରମା ପାଇବା ଲକ୍ଷ ରଖୁଥିବା ବ୍ୟକ୍ତି ଶିକ୍ଷକତା ବୃତିକୁ ନଆସିବା ଭଲ ବୋଲି ବର୍ତ୍ତମାନର ଶିକ୍ଷକ ସମାଜକୁ ପରାମର୍ଶ ଦେଇଛନ୍ତି ଶ୍ରୀ ରାଉତ । ଏଭଳି ଜଣେ ଶିକ୍ଷକ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ବିଦ୍ୟାଳୟ ଏବଂ ସମଗ୍ର ଜଗତସିଂହପୁର ଜିଲ୍ଳା ପାଇଁ ଗୈାରବର ବିଷୟ ପାଲଟିଛି ।

 

  • Reported by:
  • Sashank Sekhar Panda