• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୌଶଲ୍ୟା କର ।  ନାଁଟା ଶୁଣିଲା ଶୁଣିଲା ପରି ଲାଗୁଛି...ହଁ..ଠିକ୍‌ ଅନୁମାନ କରୁଛନ୍ତି । କିଛିଦିନ ତଳେ ତାଙ୍କର ଅସହାୟତା ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ । କେମିତି ୪-୪ ଜଣ ପୁଅ, ବୋହୂ ସହ ନାତିନାତୁଣୀ ସମସ୍ତେ ଥିବା ପରେ ବି ରାସ୍ତା କଡରେ ପଡିଥିଲେ । ଅଧ ରାତିରେ ଆମ ପ୍ରତିନିଧି ଯେତେବେଳେ ତାଙ୍କୁ ଦେଖିଥିଲେ, ପଚାରିଥିଲେ ଘଟଣା କ’ଣ ? କାହିଁକି ସିଏ ରାସ୍ତା କଡରେ ବସିଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ହେଲେ ସିଏ ଯାହା କହିଥିଲେ ତାହା ବ୍ୟତିବ୍ୟସ୍ତ କରିଥିଲା । ହେଲେ ଏବେ ସମୟ ବଦଳିଛି...ପରିସ୍ଥିତିରେ ସୁଧାର ବି ଆସିଛି ।

ଭୁଲ ବୁଝିଲେ ପୁଅ-ବୋହୂ...ଯେଉଁ ମାଆ ଦିନେ ରାସ୍ତା କଡରେ ଭୋକ ଉପାସରେ ବସି କାନ୍ଦୁଥିଲା । ଖାଇବାକୁ ମାଗୁଥିଲା । ଆଜି ସିଏ ଖଟ ଉପରେ ବସିଛି । ସକାଳୁ ଚା’ ବିସ୍କୁଟ ଖାଉଛି । ପୁଣି ବୋହୂମାନେ ଘଷି ଦେଉଛନ୍ତି, ମୁଣ୍ଡ କୁଣ୍ଡାଇ ସେବାଶୁଶ୍ରୁଷା କରୁଛନ୍ତି । ପୁଅ-ବୋହୂଙ୍କ ସେବାରେ ବୁଢୀ ମାଆ ବି ବେଶ୍‌ ଖୁସି । ଦିନେ ଯେଉଁ ପୁଅ-ବୋହୂମାନେ ବୁଢୀ ମାଆକୁ ପଚାରି ନଥିଲେ ଆଜି ସେମାନେ ନିଜ ଭୁଲକୁ ସ୍ୱୀକାର କରିବା ସହ ମାଆକୁ ଭଲମନ୍ଦ ଖାଇବାକୁ ଦେବା ସହିତ ଯତ୍ନ କରୁଛନ୍ତି । ଖାଲି ଯତ୍ନ କରୁଛନ୍ତି ତାହା ନୁହେଁ ବରଂ ଆଗାମୀ ଦିନରେ ଏମିତି ଭୁଲ କେବେ ହେବନି ବୋଲି କହୁଛନ୍ତି ।

ଏପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ଼ି.ଏସ.ଏସ.ଓ ପହଁଞ୍ଚି ସରକାରଙ୍କ ପକ୍ଷରୁ ସହୟତା ରାଶି ବାବଦରେ ୧୦ ହଜାର ଟଙ୍କା ଦେବା ସହିତ ଔଷଧ ଦେଇଛନ୍ତି । ଆଉ ପରିବାର ଲୋକଙ୍କୁ ତାଗିଦ କରିଆସିଛନ୍ତି ଏମିତି ଭୁଲର ଯେମିତି ପୁନରାବୃତ୍ତି ନହୁଏ । କେବଳ ଏତିକି ନୁହେଁ ବରଂ ଘରେ ପୋଲିସ ପହଞ୍ଚି କୌଶଲ୍ୟାଙ୍କ ସମ୍ପର୍କରେ ବୁଝିବା ସହିତ ପୁଅ-ବୋହୂଙ୍କୁ ତାଗିଦ କରିଦେଇଛି । ଏମିତି ଘଟଣା ଯଦି ଭବିଷ୍ୟତରେ କେବେ ଘଟେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇ ଆସିଛି । ଏପଟେ ଅନେକ ସାମାଜିକ ସଂଗଠନ ମଧ୍ୟ କୌଶଲ୍ୟାଙ୍କ ଘରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି । କଥାରେ ଅଛି ମାଆ ଯାହାର ଅଛି ଦୁନିଆର ସବୁ ଖୁସି ତାହାର ଅଛି । ତେଣୁ ମାଆ ପ୍ରତି କେବେ ଅବହେଳା କରନ୍ତୁନି ।

 

  • Reported by:
  • Basudev Das

OTV is now on Whatsapp

Join and get latest news update delivered to you via whatsapp

Join Now