• Astrospeak
  • Live TV
  • Read In English

Inspirational Life of a Villager: ପାଠପଢ଼ା ସପ୍ତମ କିନ୍ତୁ କଲମ ମୁନରୁ ଝରୁଛି କବିତା, ଗଳ୍ପ ଓ ଉପନ୍ୟାସ..

ଲକ୍ଷ୍ମୀଧରଙ୍କ ଉପରେ ସିନା ମା’ ଲକ୍ଷ୍ମୀ ଧନ ବର୍ଷା କରିନାହାନ୍ତି । ହେଲେ ମା’ ସରସ୍ୱତୀ ଯେମିତି କୃପା ଢାଳିଦେଇଛନ୍ତି ।

Inspirational Life of a Villager
Inspirational Life of a Villager

ନାଁ ଲକ୍ଷ୍ମୀଧର... ବୟସ ୬୬ ଛୁଇଁଲାଣି । ଲକ୍ଷ୍ମୀଧରଙ୍କ ଉପରେ ସିନା ମା’ ଲକ୍ଷ୍ମୀ ଧନ ବର୍ଷା କରିନାହାନ୍ତି । ହେଲେ ମା’ ସରସ୍ୱତୀ ଯେମିତି କୃପା ଢାଳିଦେଇଛନ୍ତି । ଅଭାବ ଅନଟନ ଭିତରେ ପତ୍ନୀଙ୍କୁ ହରାଇଛନ୍ତି ଲକ୍ଷ୍ମୀଧର । ତିନି ଝିଅକୁ ମଧ୍ୟ ବାହା କରାଇଛନ୍ତି । ଆଉ ଏହି ବୟସରେ ଶହଶହ କବିତା ଲେଖି ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଖାଲି ଏତିକି ଯେ ତା’ନୁହେଁ ଗଳ୍ପ ଓ ଅନେକ ଉପନ୍ୟାସ ଲେଖି ନିଜ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଛନ୍ତି ଲକ୍ଷ୍ମୀଧର । 

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗାଁର ମହାଜନ ସାହିରେ ଲକ୍ଷ୍ମୀଧର ସାହୁଙ୍କ ଘର । ପରିବାରର ଅଭାବ ଯୋଗୁ ସେ ମାତ୍ର ସପ୍ତମ ଯାଏଁ ପାଠ ପଢ଼ିଛନ୍ତି । ହେଲେ ସେ ନିଜର ଦୃଢ଼ ଇଚ୍ଛା ଶକ୍ତି ପାଇଁ ଅନେକ ବହି ପଢ଼ିବା ସହ ଅନେକ କବିତା ଓ ଗଳ୍ପ-ଉପନ୍ୟାସ ଲେଖିସାରିଲେଣି । 

ଅଧିକ ପଢ଼ନ୍ତୁ: ଡ୍ରେନ ପାଇଁ ହିନସ୍ତା ପରିବାର, ଘରୁ ବାହାରିଲେ ସିଡି ଭରସା...

ଛୋଟବେଳୁ ବାପା-ମା’ଙ୍କୁ ହରାଇଥିଲେ ଲକ୍ଷ୍ମୀଧର । ପେଟ ପାଇଁ ପର ଦୁଆରେ ମୂଲ ଲାଗିଛନ୍ତି । ବିବାହ ପରେ ଗୋଟିଏ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଇଛନ୍ତି । ଦୁଃଖର ପାହାଡ଼ ଭିତରେ ଲକ୍ଷ୍ମୀଧରଙ୍କ ପାଇଁ ପତ୍ନୀ ସାଜିଥିଲେ ପ୍ରେରଣା । ପତ୍ନୀଙ୍କ ଠାରୁ ଉତ୍ସାହ ପାଇ ୧୦୦୦ରୁ ଊର୍ଦ୍ଧ୍ୱ କବିତା, ଐତିହାସିକ ଉପନ୍ୟାସ, ଓ ପ୍ରବନ୍ଧ ଲେଖି ଏବେ ସେ ତିଆରି କରିଛନ୍ତି ସ୍ୱତନ୍ତ୍ର ପରିଚୟ । 

ଲକ୍ଷ୍ମୀଧର ତାଙ୍କ କଲମରୁ କାରୁବାକୀ, ପ୍ରାଗ କଳିଙ୍ଗ ଯୁଦ୍ଧ ଓ କଳିଙ୍ଗ ଯୁଦ୍ଧ, ସଂଘମିତ୍ରା, ପ୍ରାଚୀନ ବିଶ୍ଵର ସାଧବ ସାମ୍ରାଜ୍ୟ ଓ ଗଣପତି ଉପାସନା ଆଦି ଅନେକ ରଚନା ବେଶ୍ ଲୋକାଦୃତ ହୋଇଛି । ଲକ୍ଷ୍ମୀଧରଙ୍କ ପାଇଁ ସାରା ଗାଁ ଏବେ ଖୁସି ।