• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତରେ କୋଦାଳ, ମୁଣ୍ଡରେ ମାଣ୍ଡିଆ ଧରିଛନ୍ତି । ପୋଖରୀ ଖୋଳା ଚାଲିଛି, ମାଟି ବୁହା ଚାଲିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ । ଆଉ ଏହାକୁ ଦେଖିବା ପରେ ଆପଣ ବି କହିବେ ଗାଁରେ ପୋଖରୀ ଖୋଳା ଚାଲିଛି । ଏଥିରେ ନୂଆ କଥା କଣ? ଦର୍ଶକବନ୍ଧୁ ଏମିତି ଦୃଶ୍ୟ ଦେଖିବା ପରେ ନିହାତି ଆପଣ ବି କହିବେ ନିଆରା ବୋଲି । କାରଣ ସାଧାରଣ ଲୋକଙ୍କ ସହ କାମ କରୁଛନ୍ତି ମହିଳା ସରପଂଚ । ମନରେଗା ଯୋଜନାରେ ନିଜେ ସାଧାରଣ ଲୋକଙ୍କ ସହ କାମ କରୁଥିବାରୁ ସ୍ଥାନୀୟ ଅଂଚଳରେ ସରପଂଚଙ୍କୁ ନେଇ ଭାରି ଚର୍ଚ୍ଚା ।

ଗ୍ରାମାଞ୍ଚଳ ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ମନରେଗା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଯୋଜନାରେ ପାରିଶ୍ରମିକ ବାବଦରେ କମ୍‌ ଟଙ୍କା ମିଳୁଥିବାରୁ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଶ୍ରମିକ । ସେଇଥି ଲାଗି ତ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ ଏମିତି ନିଆରା ପଦକ୍ଷେପ ନେଇଛନ୍ତି ମହିଳା ସରପଂଚ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଂଚାୟତର ମହିଳା ସରପଞ୍ଚ ସ୍ଥାନୀୟ ବିଲିକଣା ପଂଚାୟତର ତ୍ରିନାଥ ମନ୍ଦିର ପାଖ ପୋଖରୀ ଖୋଳାରେ ନିଜକୁ ସାମିଲ କରିଛନ୍ତି l ଗାଁରେ ଖୋଳା ଚାଲିଥିବା ପୋଖରୀରେ ୪୦ ରୁ ୫୦ ପୁରୁଷ ଓ ମହିଳା ମିଶି କାମ କାମକରୁଛନ୍ତି l ଆଉ ସେମାନଙ୍କ ଭିତରେ ଖୋଦ ମହିଳା ସରପଞ୍ଚ ଲଷ୍ମୀପ୍ରିୟା ଷଢଙ୍ଗୀ ବି କାମ କରୁଛନ୍ତି l ସେ ଆର୍ଥିକସ୍ତରରେ ଦୁର୍ବଳ ନୁହଁନ୍ତି କି ତାଙ୍କର ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ନାଁ ବି ନାହିଁ l ମାତ୍ର ଲୋକଙ୍କ ଉତ୍ସାହ ବଢାଇବା ଲାଗି ଏମିତି କାମ କରୁଛନ୍ତି ।

ସରପଂଚ କାମ କରୁଥିବାର କଥା ପ୍ରଚାର ହେବା ମାତ୍ରେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଖାଲି ଚର୍ଚ୍ଚା ହେଲା ତାହା ନୁହେଁ ବରଂ ସରପଂଚ କାମ କରୁଛନ୍ତି, ଆମେ ବି କାମ କରିବୁ କହି ଗାଁ ଲୋକ ବି ମନରେଗା ଯୋଜନାରେ କାମ କରୁଛନ୍ତି । ଯାହାକୁ ନେଇ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଆଉ ଲୋକେ କହୁଛନ୍ତି, ଏମିତ ଜନପ୍ରତିନିଧି ଥିଲେ ପଂଚାୟତର ବିକାଶକୁ କେହି ବି ରୋକି ପାରିବେ ନାହିଁ ।

 

 

 

  • Reported by:
  • PRABIR KUMAR NAYAK